ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

0
5

ନୂଆଦିଲ୍ଲୀ,୨୮।୧୦(ଏସଜେସି): ଆଉ କିଛି ଦିନ ପରେ ଦୀପାବଳି। ତେବେ ଏହା ପୂର୍ବରୁ  କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିଛନ୍ତି।

କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ପାଇଁ (ଡିଆର୍‌) ରେ ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଫଳରେ ସପ୍ତମ ବେତନ କମିଶନ ଅଧୀନରେ ଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ହାର ମୂଳ ବେତନର ୬୦% ରୁ ବୃଦ୍ଧି ପାଇ ୬୩% ରେ ପହଞ୍ଚିଛି।

ଏହି ସଂଶୋଧିତ ହାର ୧ ଜୁଲାଇ ୨୦୨୬ ରୁ ଲାଗୁ ହେବ। ବୁଧବାର, ଅକ୍ଟୋବର ୨୮ ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଡିଏ ଏବଂ ଡିଆର୍‌ ବୃଦ୍ଧି ଯୋଗୁଁ ସରକାରୀ ରାଜକୋଷ ଉପରେ ବାର୍ଷିକ ଆନୁମାନିକ ୧୦,୦୧୬ କୋଟି ଟଙ୍କାର ଆର୍ଥିକ ପ୍ରଭାବ ପଡ଼ିବ।

LEAVE A REPLY

Please enter your comment!
Please enter your name here