ଯୁକ୍ତ ୨ ଫଳାଫଳ: ବିନା ପରୀକ୍ଷାରେ ଇତିହାସ

    0
    501

    ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ କଳା ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ବାହାରିଛି। ଗତ ଜୁଲାଇ ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ବିଷୟର ଫଳାଫଳ ଆସିସାରିଥିବା ବେଳେ ଆଜି ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଫଳାଫଳକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ତେବେ ୨୦୨୦-୨୧ ଶିକ୍ଷା ବର୍ଷରେ କୋଭିଡ ଯୋଗୁଁ କେବଳ ପ୍ରାୟୋଗିକ ପରୀକ୍ଷା ବ୍ୟତୀତ ଲିଖିତ ପରୀକ୍ଷା ହୋଇପାରି ନଥିଲେ ବି ଫଳାଫଳ ଐତିହାସିକ ହୋଇପାରିଛି। କାରଣ ଅତୀତରେ ପିଲାମାନେ ବର୍ଷ ସାରା ପଢ଼ି ପଢ଼ି ଚଳିତ ବର୍ଷ ଭଳି ରେଜଲ୍ଟ ରଖି ପାରି ନଥିଲେ। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ଫରୀକ୍ଷା ଫଳ ଏକ ପ୍ରକାର ଆଶୀର୍ବାଦ ସଦୃଶ୍ୟ ହୋଇପାରିଛି।

    କରୋନା ଯୋଗୁଁ ୨୦୨୧ରେ ବାର୍ଷିକ ପରୀକ୍ଷା କରାଯାଇ ପାରି ନଥିଲା। ତେଣୁ ସରକାର ନିର୍ଦ୍ଦେଶ ଦେଇଥିଲେ ଯେ, ଦଶମ ଶ୍ରେଣୀର ପ୍ରଦର୍ଶନ ଆଧାରରେ ଯୁକ୍ତ ୨ ପିଲାମାନଙ୍କର ଫଳାଫଳ ପ୍ରକାଶ କରାଯାଇଛି। ଏବର୍ଷ ଯୁକ୍ତ ୨ କଳାର ରେଗୁଲାରରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ଅର୍ଥାତ ୮୯.୪୯ %  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବ ବର୍ଷ ଗୁଡ଼ିକରେ ପାସ୍‌ ହାର ଏଭଳି ନଥିଲା। ତେଣୁ ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ କମାଲ କଲେ କୁହାଯାଇ ପାରିବ। କାରଣ ବିନା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ୩୦ ହଜାର ୬୮୫, ଦ୍ୱିତୀୟ ଶ୍ରେଣୀରେ ୪୬ ହାଜର ୫୬୩ ଏବଂ ତୃତୀୟ ୧ ଲକ୍ଷ ୧୯ ହଜାର ୫୦୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାଛଡ଼ା କମ୍ପାର୍ଟମେଣ୍ଟାଲରେ ୨୦୬ ଜଣ ଛାତ୍ରଛାତ୍ରୀ  ପାସ୍‌ କରିଛନ୍ତି।

    ଆଗରେ ଝିଅ

    ରାଜ୍ୟର ଝିଅମାନେ ପଢ଼ାପଢ଼ିରେ ଅଧିକ ମନ ଦେଉଛନ୍ତି। ଚଳିତ ବର୍ଷ ମଧ୍ୟ ଛାତ୍ରୀମାନଙ୍କ ଫଳାଫଳ ଛାତ୍ରମାନଙ୍କ ତୁଳନାରେ ଭଲ ରହିଛି। ୯୨.୩୪ ପ୍ରତିଶତ ଛାତ୍ରୀ ପାସ୍‌ କରିଥିବା ବେଳେ ୮୫.୯୮ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ବିନା ଲିଖିତ ପରୀକ୍ଷାରେ ଚଳିତ ବର୍ଷ ପରୀକ୍ଷା ହୋଇଛି। ନବମ ଦଶମ ଶ୍ରେଣୀର ପ୍ରଦର୍ଶନ ଆଧାରରେ ଫଳାଫଳ ପ୍ରକାଶ ପାଇଥିବାରୁ କୁହାଯାଇ ପାରିବ ଯେ, ଛାତ୍ରୀମାନେ ପାଠପଢ଼ାରେ ଅଧିକ ରୁଚି ରଖୁଛନ୍ତି।

    ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ରେ ପରୀକ୍ଷା ବ୍ୟବସ୍ଥା

    ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ରେଜଲ୍ଟ ପ୍ରକାଶନ କରାଯାଇଥିବାରୁ, ଏଥିରେ କିଛି ଛାତ୍ରଛାତ୍ରୀ ଏବଂ ସେମାନଙ୍କର ଅଭିଭାବକ ଅସନ୍ତୁଷ୍ଟ ଥାଇ ପାରନ୍ତି। ତେଣୁ ସେହି ପରୀକ୍ଷାର୍ଥୀ ଯଦି ମାର୍କରେ ଅସନ୍ତୁଷ୍ଟ ଥାନ୍ତି, ତେବେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଏନେଇ ଆଗାମୀ ୨୧ ତାରିଖ ସୁଦ୍ଧା ଅଫଲାଇନରେ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।

    ବିଜ୍ଞାନରେ ୯୫.୧୫, ବାଣିଜ୍ୟରେ ୯୪.୯୬% ପାସ୍‌

    ଗତମାସ ୩୧ ତାରିଖରେ ଉଭୟ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍‌ଟ ଆସିଥିଲା। ବିଜ୍ଞାନ ବିଷୟରେ ୯୪ ହଜାର ୫୩୨ ଜଣଙ୍କ ମଧ୍ୟରୁ ୯୫.୧୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏଥିରେ ଫାଷ୍ଟ ଡିଭିଜନରେ ୫୫ ହଜାର ୪୬୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ବାଣିଜ୍ୟ ବିଷୟରେ ୨୪ ହଜାର ୫୨୬ ଜଣ ପିଲାଙ୍କ ମଧ୍ୟରୁ ୯୪.୯୬ ପ୍ରତିଶତ ପିଲା ପାସ କରିଛନ୍ତି।  

    LEAVE A REPLY

    Please enter your comment!
    Please enter your name here