ମହାଶିବରାତ୍ରି: ୭୦୦ ବର୍ଷରେ ଅପୂର୍ବ ସଂଯୋଗ

    0
    256

    ଭୁବନେଶ୍ବର: ଶିବଙ୍କ ପ୍ରିୟ ରାତ୍ରି ‘ମହାଶିବରାତ୍ରି’ ୨୦୨୩ ଫେବ୍ରୁଆରି ୧୮ରେ ସମଗ୍ର ଦେଶ ସମେତ ଓଡ଼ିଶାର ଶିବାଳୟଗୁଡ଼ିକରେ ପାଳନ କରାଯିବ। ଶିବଭକ୍ତ, ଶ୍ରଦ୍ଧାଳୁ ଭଗବାନ ଶଙ୍କରଙ୍କୁ ଉପାସନା କରିବେ। ଅନେକ ଭକ୍ତ ନିର୍ଜଳା ଉପାସ କରିବେ। କିଛି ଭକ୍ତ କେବଳ ଫଳ, ମୂଳ, ଜଳ ଆଦି ପାନ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରିବେ। ଶିବରାତ୍ରି ପାଇଁ ଶିବାଳୟଗୁଡ଼ିକ ଚଳଚଞ୍ଚଳ ଦେଖାଯାଇଛି। ଏକାମ୍ର କ୍ଷେତ୍ର ସମେତ ଲିଙ୍ଗରାଜ, ପୁରୀ ଲୋକନାଥ, କପିଳାସର ଚନ୍ଦ୍ରଶେଖର, ଆଠଗଡ଼ର ଧବଳେଶ୍ବର, ବୈପାରିଗୁଡ଼ାର ଗୁପ୍ତେଶ୍ବର, ହୁମାର ବିମଳେଶ୍ବର ସମେତ ଅନ୍ୟ ଶିବାଳୟଗୁଡ଼ିକରେ ଉତ୍ସାହ ଦେଖାଯାଇଛି। ପ୍ରଶାସନ ଓ ପୁଲିସ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇସାରିଛି।

    ପଞ୍ଚାଙ୍ଗ ହିସାବରେ ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ ହୋଇଥାଏ। ଏହି ଦିବସ ଶୁଭ ସଂଯୋଗ ଘଟିଥାଏ। ଏଥି ପାଇଁ ଶିବଙ୍କ ଉପାସନାକୁ ଅଧିକ ଗୁରୁତ୍ବ ଦିଆଯାଏ। ଏଥର ୭୦୦ ବର୍ଷ ପରେ ଏଭଳି ସଂଯୋଗ ଆସିଛି ବୋଲି ପଣ୍ଡିତମାନେ କୁହନ୍ତି। ମହାଶିବରାତ୍ରିରେ ପଞ୍ଚ ମହାସଂଯୋଗ ଆସିଛି। ଏଥି ପାଇଁ ପୂଜା-ପାଠ ବ୍ୟତୀତ ଜିନିଷପତ୍ର କିଣାକିଣି କରିପାରିଲେ ଭଲ। ଶିବରାତ୍ରିରେ କେଦାର, ଶଙ୍ଖ, ଶଶ, ବରିଷ୍ଠ ଏବଂ ସର୍ବାଥସିଦ୍ଧି ଯୋଗ ମିଶି ପଞ୍ଚ ମହାଯୋଗ ହୋଇଛି। ଗତ ୭୦୦ ବର୍ଷ ମଧ୍ୟରେ ଏଭଳି ସଂଯୋଗ ଆସି ନଥିଲା। ଗ୍ରନ୍ଥରେ ଏଭଳି ସଂଯୋଗକୁ ଶିବ ପୂଜା ପାଇଁ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି।  

    ଶିବରାତ୍ରି କାହିଁକି ପାଳନ ହୁଏ?

    ଶିବ ମହାପୁରାଣ ଅନୁସାରେ ଫଗୁଣ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଅଧରାତିରେ ଭଗବାନ ଶିବଶିଙ୍ଗ ଭାବେ ପ୍ରକଟ ହୁଅନ୍ତି। ସେହି ସମୟରେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମା ପ୍ରଥମ ଥର ଶିବଲିଙ୍ଗ ପୂଜା କରିଥିଲେ। ଏଥି ପାଇଁ ଶିବରାତ୍ରି ପାଳନ କରାଯାଏ। ଶିବ ମହାପୁରାଣର ରୁଦ୍ରସଂହିତାରେ ଲେଖାଅଛି ଯେ, ଶିବ-ପାର୍ବତୀ ବିବାହ ଅଗହନ ମାସର କୃଷ୍ଣପକ୍ଷର ଦ୍ବିତୀୟ ତିଥିରେ ହୋଇଥିଲା, ଯାହାକି ଚଳିତ ବର୍ଷ ନଭେମ୍ବର ୨୯ରେ ହେବ।

    କେମିତି କରିବେ ମହାଦେବଙ୍କ ପୂଜା?

    ମହାଶିବରାତ୍ରି ଅବସରରେ ପୂରା ଦିନ-ରାତି ପୂଜା କରିପାରିବେ। ସ୍କନ୍ଦ, ଶିବ ଏବଂ ଲିଙ୍ଗ ପୁରାଣ ଅନୁସାରେ ଏହି ପର୍ବ ଅନୁସାରେ ରାତିରେ ଶିବଲିଙ୍ଗ ଅଭିଷେକ କରିବା ଶୁଭ। ଶିବରାତ୍ରି ଅବସରରେ ପୂରା ବିଧି-ବିଧାନ ଅନୁସାରେ ଶିବଙ୍କ ପୂଜା ହେବା ଉଚିତ। ଯଦି ସମୟ ମିଳୁ ନାହିଁ ମନ୍ଦିର ଯାଇ ନପାରିଲେ କିଛି ଆବଶ୍ୟକ ସାମଗ୍ରୀ ସହିତ ଓମ୍‌ ନମଃ ଶିବାୟ ଜପ-ମନ୍ତ୍ର କରିପାରିବେ। ଶିବଙ୍କୁ ପୂଜା ପାଇଁ ଦୀପ ଓ ଧୂପକାଠି ଜଳନ୍ତୁ। ଶିବଲିଙ୍ଗରେ କ୍ଷୀର, ପଂଚାମୃତ ଓ ଜଳ ଚଢ଼ାନ୍ତୁ। ଚନ୍ଦନ ଓ ଭସ୍ମ ଚଢ଼ାନ୍ତୁ। ରୁଦ୍ରାକ୍ଷରେ ଶୃଙ୍ଗାର କରନ୍ତୁ। ମନ୍ଦାର, ବେଲପତ୍ର, ଦୁଦୁରା ଓ ମୌସମୀ ଫଳ ଅର୍ପଣ କରନ୍ତୁ।

    କେମତି ରଖିବେ ଶିବ ବ୍ରତ?

    ସୂର୍ଯ୍ୟୋଦୟ ପୂବରୁ ଉଠନ୍ତୁ। ପାଣିରେ ଗଂଗାଜଳ ଏବଂ କଳା ତେଲ ମିଶାଇ ଗାଧୋଇବେ। ବ୍ରତ ଓ ଶିବପୂଜାର ସଂକଳ୍ପ ନେବେ। ବ୍ରତ-ଉପବାସରେ ଅନ୍ନ ଖାଆନ୍ତୁ ନାହିଁ। ପୂରାଣ ଅନୁସାରେ ଦିନସାରା ପାଣି ବି ପିଇବା ଉଚିତ ନୁହେଁ। କିନ୍ତୁ ଏଭଳି କଠିନ ବ୍ରତ କରିପାରୁ ନଥିଲେ ଫଳ, କ୍ଷୀର ଓ ପାଣି ପିଇପାରିବେ। ସକାଳୁ ଏବଂ ସନ୍ଧ୍ୟାରେ ଗୋଧୋଇବା ପରେ ଶିବ ମନ୍ଦିର ଦର୍ଶନ ପାଇଁ ଯିବେ। ପୂଜା ସମୟରେ ମୁହଁ ପୂର୍ବ ଅଥବା ଉତ୍ତର ଦିଗରେ ରହିଲେ ଭଲ। ଶିବଲିଙ୍ଗରେ କ୍ଷୀର ଏବଂ ଜଳ ଚଢ଼ାଇଲା ପରେ ଏହକୁ ପିଅନ୍ତୁ। ମୁଣ୍ଡ ଏବଂ ଆଖିରେ ଲଗାଇପାରିବେ।

    ପାର୍ବତୀଙ୍କ ତପସ୍ୟାରେ ଶିବ ପ୍ରସନ୍ନ

    ଭଗବାନ ଶଙ୍କରଙ୍କୁ ପତି ଭାବେ ପାଇବା ପାଇଁ ମାତା ପାର୍ବତୀ ତପସ୍ୟା କରିଥିଲେ। ପାର୍ବତୀଙ୍କ ତପସ୍ୟାରେ ଶିବ ଖୁସି ହୋଇଯାଇଥିଲେ। ସେ ପାର୍ବତୀଙ୍କୁ ବୁଝାଇଥିଲେ ଯେ, କୌଣସି ରାଜକୁମାରଙ୍କୁ ବିବାହ କରନ୍ତୁ। ତାଙ୍କ ଭଳି ତପସ୍ବୀଙ୍କ ସହିତ ରହିବା ସହଜ ନୁହେଁ। କିନ୍ତୁ ଶିବଙ୍କ କଥାକୁ ପାର୍ବତୀ ମାନିଲେ ନାହିଁ। ଶେଷରେ ପାର୍ବତୀଙ୍କ ଭକ୍ତି ଏବଂ ପ୍ରେମ ଦେଖି ଶିବ ନିଜର ଅର୍ଦ୍ଧାଙ୍ଗିନୀ କରିଥିଲେ।

    LEAVE A REPLY

    Please enter your comment!
    Please enter your name here