ବେଆଇନ କାମରେ ଲିପ୍ତ ଥିବା କିଛି ପୋଲିସ କର୍ମଚାରୀଙ୍କ ଲାଗି ବଦନାମ୍‌ ହେଉଛି ବିଭାଗ

    0
    508

    ଭୁବନେଶ୍ୱର: ଲୋକଙ୍କ ମଧ୍ୟରେ ହେଉଥିବା ଗଣ୍ଡଗୋଳ, ଗୋଷ୍ଠୀ ମଧ୍ୟରେ ଦେଖାଯାଉଥିବା ବିବାଦ, ସାମାଜିକ ହିଂସାକୁ ସମାଧାନ କରିବା ଲାଗି ସରକାର ପୋଲିସ ବ୍ୟବସ୍ଥା କରିଛନ୍ତି। ଚୋର, ଠକ, ଡକାୟତ ତଥା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରି ଜେଲ ପଠାଇବା ହେଉଛି ଅନ୍ୟତମ କର୍ତ୍ତବ୍ୟ। ଶିଶୁ ଓ ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ହେଉଛି ପୋଲିସ କର୍ମଚାରୀଙ୍କ ଆଉ ଏକ ଧର୍ମ। ହେଲେ କିଛି ପୋଲିସ କର୍ମଚାରୀ ନିଜେ ରକ୍ଷକ ସାଜି ଭକ୍ଷକ ସାଜୁଛି। ଏଭଳି କର୍ମଚାରୀଙ୍କ ଲାଗି ପୂରା ବିଭାଗ ବଦନାମ୍‌ ହେଉଛି।

    ରାଜ୍ୟରେ ‘ମୋ ପୋଲିସ’ ବ୍ୟବସ୍ଥା, ଆଦର୍ଶ ଥାନା, ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଡେକ୍ସ ରହିଛି। ଏପରିକି ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଦୂରତା ହ୍ରାସ କରିବା ପାଇଁ ରାଜ୍ୟ ସରକାର ୫-ଟି ଅଧିନରେ ପୋଲିସ ବିଭାଗକୁ ଯୋଡ଼ିଛନ୍ତି। ଏତେ ସବୁ ବ୍ୟବସ୍ଥା ପରେ ବି ଅନେକଗୁଡ଼ିଏ ପୋଲିସ ଅନେକ ସମୟରେ ଅସାଧୁ ଉପାୟ ଅବଲମ୍ବନ କରିବାକୁ ପଛାଉ ନାହିଁ।

    ବ୍ୟବହାରରେ ରହୁନି ଶାଳୀନତା

    କିଛି ପୋଲିସ୍‌ କର୍ମଚାରୀଙ୍କ ବ୍ୟବହାର ଅତି କଦର୍ଯ୍ୟ ସ୍ତରରେ ପହଂଚିଯାଇଛି। ଧରାଯାଉ ଜଣେ ମହିଳା ଯଦି ଦୁଷ୍କର୍ମର ଶିକାର ହେବା ପରେ ପୋଲିସ ଥାନାକୁ ଅଭିଯୋଗ ପାଇଁ ଯାଉଛି, ପୋଲିସ କର୍ମଚାରୀଙ୍କ ଠାରୁ ଅବାନ୍ତର କଥା ମଧ୍ୟ ଶୁଣିବାକୁ ମିଳୁଛି। ପୋଲିସ କର୍ମଚାରୀଙ୍କ ବ୍ୟବହାରରେ ଶାଳୀନତା ପରିଲକ୍ଷିତ ହେଉନାହିଁ। କେବଳ ସେତିକି ନୁହେଁ କିଛି ଦିନ ହେଲା ଦେଖିବାକୁ ମିଳୁଛି ଯେ, ପୋଲିସ ନିଜେ ଅପରାଧିକ କାମରେ ଲିପ୍ତ ରହୁଛି। ଥାନାରେ କୌଣସି ମାମଲାର ରଫା ଦଫା କରିବାକୁ ହେଲେ ଲାଞ୍ଚ କାରବାର ଏକ ସାଧାରଣ କଥା।  

    ଗଂଜେଇ ଭ୍ୟାନ୍‌ ନେଇ ଯାଉଥିଲେ ପୋଲିସ୍

    ଗତ ୨୪ ତାରିଖ ଦିନ ମାଲକାନଗିରି ଅବକାରୀ ବିଭାଗ ଏକ ପିକ୍‌ଅପ୍‌ରେ  ଗଂଜେଇ ଚାଲାଣ ହେଉଥିବା ବେଳେ ଏହାକୁ ଜବତ୍‌ କରିଛି। ଚିତ୍ରକୋଣ୍ଡା ଅଂଚଳରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଗଂଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଟିମ୍‌ କୋରକୋଣ୍ଡା ନିକଟରେ କାବୁ କରିଛନ୍ତି। ଯାଞ୍ଚ ସମୟରେ ପଣସ ଓ କଖାରୁ ଗଦାଭିତରୁ ୩୧ଟି ଗଂଜେଇ ପ୍ୟାକେଟ ଜବତ ହୋଇଛି, ଯାହାର ଓଜନ ୮ କ୍ୱିଣ୍ଟାଲ ହେବ। ଦୁର୍ଭାଗ୍ୟର କଥା ହେଲା ଯେ, ଏହି ଗଂଜେଇକୁ ଗଂଜେଇ ଚାଲାଣ କରୁଥିଲେ ପୁଲିସ କନେଷ୍ଟବଳ ସଂଜୀବ ହିରା।  

    ଲାଞ୍ଚ ନେଉଥିଲେ ୬ ହଜାର ଟଙ୍କା  

    ଏକ ମାମଲାରୁ ଦଫା କାଟିବା ସମୟରେ ଗତକାଲି ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଭିଜିଲାନ୍‌ସ ହାତରେ ଧରାପଡିଛନ୍ତି। ଏକ ଯୌତୁକ ନିର୍ଯାତନା ମାମଲାରେ ୩୦୭ ଦଫାକୁ କାଟିଦେବାପାଇଁ ସେ ନିହାଲପ୍ରସାଦ ଗ୍ରାମର ଅଇଁଠା ସେଠୀଙ୍କ ଠାରୁ ୬୦୦୦ ଟଙ୍କା ଲାଞ୍ଚ ନେଉଥିଲେ। କାରଣ ଅଇଁଠାଙ୍କ ପୁଅ ଦିପୁନାଙ୍କ ନାମରେ ତାଙ୍କ ବୋହୂ ସରୋଜିନୀ ସେଠୀ ଥାନାରେ ଏତଲା ଦେଇଥିଲେ।  

    ଗଣମାଧ୍ୟମର ପ୍ରତିନିଧିଙ୍କୁ ନାଲିଆଖି

    ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଆଇଆଇସି ନିରଞ୍ଜନ ନାୟକ ଗତ ୨୬ ତାରିଖରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନାଲିଆଖି ଦେଖାଇଥିଲେ। କାରଣ ଥିଲା ସେମାନେ ଥାନା ପରିସରରେ ଠିକା  ଟଙ୍କାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଫଟୋ ଉତ୍ତୋଳନ କରୁଥିଲେ। ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ ୫ ଲକ୍ଷ ଟଙ୍କାର କାମ ହୋଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ୮୭ ହଜାର ଟଙ୍କା ମିଳିନ ଥିବାରୁ ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ (୩୫) ଆତ୍ମହତ୍ୟା ଉଦ୍ୟମ କରିଥିଲେ। 

    LEAVE A REPLY

    Please enter your comment!
    Please enter your name here