ବିଧାନସଭା ପରିସରରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧଦିବସ ପାଳିତ

0
279

ଭୁବନ‌େଶ୍ବର, ତା. ୨୫।୦୫।୨୦୨୩‌ର: ଆଜି ପୂର୍ବ ଅପରହ୍ନ‌ରେ ଓଡ଼ିଶା ବିଧାନସଭା ପରିସରରେ ପାରଳା  ମହାରାଜ ଗଜପତି ନାରାୟଣ ଦ‌େବଙ୍କର ୪୯ତମ ‌‌ଶ୍ରାଦ୍ଧାଦିବସ। କାର୍ଯ୍ୟକରୀ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ବିଧା  ବିଧାନସଭା ପରିସରସ୍ଥିତ  ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ମାନ୍ୟବର ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମାନ୍ୟବର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ମାନ୍ୟବର ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅନନ୍ତ ଦାସ, ଶ୍ରୀ ଭୂପିନ୍ଦର ସିଂ, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଶ୍ରୀ ମହୀଧର ରଣା, ଶ୍ରୀ ଅଙ୍ଗଦ କହଁର, ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଶ୍ରୀ ନବଚରଣ ମାଝୀ, ଶ୍ରୀ କିଶୋର ଚନ୍ଦ୍ର ନାୟକ, ଶ୍ରୀ ଭାସ୍କର ମଢ଼େଇ ଏବଂ ଶ୍ରୀ ଭାଗୀରଥି ସେଠୀଙ୍କ ସମେତ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା ଏବଂ ଅନ୍ୟ ଅତିଥିମାନେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀବୃନ୍ଦ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୀବନୀ ଆଧାରିତ ସଂଗୀତ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here