କୋଭିଡ୍ ଜୋନ୍ ଟ୍ରାକର୍ ଆପ୍

0
765

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇନ୍‌ଫରମେସନ୍‌‌ ଟେକ୍ନୋଲୋଜି (ସୁଇଟ୍‌) ର ବିଟେକ୍‌(କମ୍ପ୍ୟୁଟର ସାଇନ୍ସ) ତୃତୀୟ ବର୍ଷ ଛାତ୍ର ପ୍ରଭୁଦତ୍ତ କର ଏକ କୋଭିଡ୍‌-୧୯ର ଜୋନ୍‌ ଟ୍ରାକ୍‌ କରିପାରୁଥିବା ଆପ୍‌ ତିଆରି କରିଛନ୍ତି। ଆପ୍‌ର ନାଁ ରହିଛି କୋଭିଡ୍‌-୧୯ ଜୋନ୍‌ ଟ୍ରାକର୍‌। ଏହି ଆପ୍‌ରେ ସମଗ୍ର ବିଶ୍ବର କୋଭିଡ୍‌-୧୯ ସ୍ଥିତିକୁ ଏକାସାଙ୍ଗରେ ଦେଖିହେବ। ସରକାରୀ ୱେବ୍‌ସାଇଟ୍‌ରେ ତଥ୍ୟ ବଦଳିବା କ୍ଷଣି ଏହି ଆପ୍ଲିକେସନ୍‌ରେ ମଧ୍ୟ ସୂଚନା ପରିବର୍ତ୍ତନ ହେବ ବୋଲି ପ୍ରଭୁଦତ୍ତ କହିଛନ୍ତି। ମଙ୍ଗଳବାର ଏହି  ଆପ୍‌ ନିର୍ମାଣ ଶେଷ ହୋଇଥିବା ସମୟରେ ଖୁବ୍‌ ଶୀଘ୍ର ଗୁଗୁଲ୍‌ରେ ଏହା ଲଞ୍ଚ୍‌ ମଧ୍ୟ ହେବ ।

 ଏହାର ସଫଳ ପରୀକ୍ଷଣ ମଧ୍ୟ ଶେଷ ହୋଇଥିବା ପ୍ରଭୂଦତ୍ତ କହିଛନ୍ତି। ପୂର୍ବରୁ ବିଭିନ୍ନ ଚାଟ୍‌ ଆପ୍‌ ତିଆରି କରିଥିବା ଏହି ପ୍ରଫେସନାଲ ୱେବ୍‌ସାଇଟ୍‌ ଡିଜାଇନର ପ୍ରଭୁଦତ୍ତ ଏହା ତାଙ୍କର ସବୁଠୁ ଉନ୍ନତ ଆପ୍‌ ବୋଲି କହିବା ସହ ଲୋକଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ହେବ ବୋଲି କହିଛନ୍ତି।

                   ଏହି ଟ୍ରାକର୍‌ ମୋବାଇଲ୍‌ ଜିପିଏସ୍‌ ବ୍ୟବସ୍ଥାକୁ ଗ୍ରହଣ କରି ଜୋନ୍‌ର ଷ୍ଟାଟସ୍‌ କ’ଣ ରହିଛି ସେନେଇ ଲାଇଭ୍‌ ସୂଚନା ପ୍ରଦାନ କରିବ। ଜଣେ ବ୍ୟକ୍ତି ସମ୍ବଲପୁରରୁ କଟକ ଯାଉଥିଲେ ଅନୁଗୁଳରେ ପହଞ୍ଚିବା ମାତ୍ରେ ସେଠାକାର ଜୋନ୍‌  ରଙ୍ଗ, କଟକରେ ସେଠାକାର ଜୋନ୍‌ ରଙ୍ଗ ଓ ଭୁବନେଶ୍ବରରେ ସେଠାକାର ଜୋନ୍‌ ରଙ୍ଗ ଦେଖାଇବ। ଏହି ଆପ୍‌ ସମ୍ପୂର୍ଣ୍ଣ ଭାବେ ସରକାରୀ ୱେବ୍‌ସାଇଟ୍‌ର ତଥ୍ୟ ଉପରେ ନିର୍ଭରଶୀଳ ଥିବାରୁ ସରକାରୀ ତଥ୍ୟ ପରିବର୍ତ୍ତନ ହେଲେ ଏହି ଟ୍ରାକରରେ ମଧ୍ୟ ଆପେ ଆପେ ତଥ୍ୟ ବଦଳିଯିବ। କେବ, ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ବରେ କୋଭିଡ୍‌-୧୯ର ସ୍ଥିତି ସମ୍ପର୍କରେ ଏହି ଆପ୍‌ ପରିସଂଖ୍ୟାନମୂଳକ ତଥ୍ୟ ପ୍ରଦାନ କରିବ। ଏହି ଆପ୍‌ର ଅନ୍ୟ ବ୍ୟବସ୍ଥା ଭିତରେ ସେଲ୍‌ଫ ଆୱେର, ହେଲ୍‌ପ ଲାଇନ୍‌, କୋଭିଡ୍‌-୧୯ର ଲକ୍ଷଣ କ’ଣ ରହିଛି, କରୋନା ସଚେତନତା ଭଳି ତଥ୍ୟ ଏଠାରେ ରହିଛି। ଏହି ଆପ୍‌ ତିଆରି କରିବାକୁ ୧୦ ଦିନ ସମୟ ଲାଗିଥିବା ପ୍ରଭୂଦତ୍ତ କହିଛନ୍ତି। ଖୁବ୍‌ ଶୀଘ୍ର ଏହି ଆପ୍‌ରେ ଅଧିକ ଫିଚର ମଧ୍ୟ ଯୋଡ଼ି ହେବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here