‘ଓମ୍‌ଫେଡ୍‌’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା ବୈଠକ

0
415

ଗୋପାଳନ ଗ୍ରାମୀଣ ଜୀବନ ଓ ଅର୍ଥନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ
-ମନ୍ତ୍ରୀ ଶ୍ରୀ ସ୍ୱାଇଁ

ଭୁବନେଶ୍ୱର, ୦୯/୦୫/୨୦୨୩
ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଦିଗରେ ପ୍ରାଣୀପାଳନର ବିଶେଷ ଭୂମିକା ରହିଥିବାବେଳେ ରାଜ୍ୟ ସରକାର ଏଥି ନିମନ୍ତେ ଅନେକ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ଦୁU ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାର ଦୁU ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟି୍ରକ୍‌ ଟନ୍‌ରୁ ୨୦୨୧ରେ ୨୩ ଲକ୍ଷ ୭୩ ହଜାର ମେଟି୍ରକ୍‌ ଟନକୁ ବୃଦ୍ଧି ପାଇଛି । ରାଜ୍ୟରେ ଦୁU ଉତ୍ପାଦନରେ ଅଧିକ ବୃଦ୍ଧି ଘଟାଇ ମୁଣ୍ଡପିଛା ହାରାହାରି ଦୁU ଉପଲବ୍ଧତା ବଢ଼ାଇବା ଦିଗରେ ଓମ୍‌ଫେଡ୍‌ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।


ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ଓଡ଼ିଶା ରାଜ୍ୟ ସମବାୟ ଦୁU ଉତ୍ପାଦକ ମହାସଂଘ ଲିମିଟେଡ୍‌ ‘ଓମ୍‌ଫେଡ୍‌’ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଦୁUଚାଷୀ ସଦସ୍ୟ ସଂଖ୍ୟା ବୃଦ୍ଧି କରି ଦୁU ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହିତ ଜନସାଧାରଣଙ୍କ ନିମନ୍ତେ ପୁଷ୍ଟିକର ଦୁU ଓ ଦୁUଜାତ ଦ୍ରବ୍ୟ ଯୋଗାଣ ବୃଦ୍ଧି ଦିଗରେ ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ । ସମବାୟ ସମିତି ଗଠନ ମାଧ୍ୟମରେ ଅଧିକରୁ ଅଧିକ ଦୁUଚାଷୀଙ୍କୁ ଓମ୍‌ଫେଡ୍‌ର ସଦସ୍ୟଭୁକ୍ତ କରିବା ସହିତ ସେମାନଙ୍କୁ ରୋଜଗାର ବୃଦ୍ଧି ଦିଗରେ ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ ସେ କହିଥିଲେ । ଏଥି ସହିତ ଦୁU ପ୍ରକ୍ରିୟାକରଣ ପ୍ଲାଣ୍ଟ ନିମନ୍ତେ ଦୁUଚାଷୀମାନଙ୍କଠାରୁ ଅଧିକ ଦୁU ସଂଗ୍ରହ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ । ରାଜ୍ୟ ସରକାରଙ୍କ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ ମାଧ୍ୟମରେ ଗୋପାଳକମାନେ ବିଶେଷ ଭାବରେ ଉପକୃତ ହେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଚାଷୀମାନଙ୍କର କଲ୍ୟାଣ ଦିଗରେ ଓମ୍‌ଫେଡ୍‌ର ପ୍ରତିବଦ୍ଧତା ରହିଥିବାବେଳେ ସେମାନଙ୍କର ଆର୍ଥିକ ବିକାଶ ଦିଗରେ ଓମ୍‌ଫେଡ୍‌କୁ ଅଧିକ କ୍ରିୟାଶୀଳ ହେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।


ବୈଠକରେ ମିá ୟୁନିୟନ୍‌ଗୁଡ଼ିକର ସଭାପତିମାନେ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବ ଦେଇଥିବାବେଳେ ଓମ୍‌ଫେଡ୍‌ ପକ୍ଷରୁ ସେଗୁଡ଼ିକ ତର୍ଜମା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର ଦୁUଚାଷୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ରାଜ୍ୟର ଦୁU ସମବାୟ ସମିତିର କାର୍ଯ୍ୟଧାରାର ଏକ ତୁଳନାତ୍ମକ ବିଶ୍ଳେଷଣ କରି ଓଡ଼ିଶା ନିମନ୍ତେ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓମ୍‌ଫେଡ୍‌ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଓମ୍‌ଫେଡ୍‌ ପକ୍ଷରୁ ପ୍ରକାଶିତ ପୁସ୍ତିକା ‘ପ୍ରାଣୀପାଳନ ସହାୟିକା’ର ଶୁଭ ଉନ୍ମୋଚନ ହୋଇଥିଲା ।


ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓମ୍‌ଫେଡ୍‌ର ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଶିଷ ଚନ୍ଦ୍ର ସିହ୍ନାଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀ, ମିá ୟୁନିୟନ୍‌ର ସଭାପତି ଓ ସଦସ୍ୟସଦସ୍ୟମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here