ରେଢ଼ାଖୋଲ (ମହାବୀର ସିଂ ଦେଓ): କାର୍ତ୍ତିକ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ସ୍ଥାନୀୟ ଭୀମଭୋଇ ସେବାସଦନଠାରେ ବିଶ୍ୱଶାନ୍ତି ମହିମା ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମଅବଧୂତ ଆନନ୍ଦଚନ୍ଦ୍ର ବାବାଙ୍କ ପୌର ହିତରେ ସନ୍ଥକବି ଭୀମ ଭୋଇଙ୍କ ଦିବ୍ୟାପ୍ରାପ୍ତି ଉପଲକ୍ଷେ ବିଶ୍ଵଶନ୍ତି ବ୍ରହ୍ମଯଜ୍ଞରେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ସାଧୁସନ୍ଥ ଯୋଗଦେଇ ଘୃତାହୁତି ପ୍ରଦାନ କରିଥିଲେ। ସାଧୁସନ୍ଥମାନେ ସ୍ଥାନୀୟ ଭୀମଭୋଇଙ୍କ ପ୍ରତିମୂର୍ତ୍ତିସମ୍ମୁଖରେ ଦୀପ ପ୍ରଜ୍ଜଳନ କରି ଯଜ୍ଞସ୍ଥଳକୁ ଯାଇଥିଲେ। ଯଜ୍ଞରେ ସାଧୁ ବୈଷ୍ଣବ ଦାସ ଗୋକୁଳା ଦାସ, କୃଷ୍ଣ ଦାସ, ଝସକେତନ ଦାସ, ଶେଷ ଦାସ, ସଂଯୁକ୍ତାମାତା, ନନ୍ଦିନୀ ମାତା, ବାଲିମାତା ମିନାକ୍ଷୀମାତା ସାବିତ୍ରୀ ମାତା, ତିଲୋତମା ମାତା ପ୍ରମୁଖ ଯୋଗଦେଇଥିଲେ। ରେଢ଼ାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବରିଷ୍ଠ ବିଜେଡି ନେତା ଅରୁଣ ପ୍ରଧାନ, ପୂର୍ବତନ ଏନଏସି ଅଧକ୍ଷ ସୁନୀଲ ପ୍ରଧାନ ଖିରୋଦ ଖୀଲାରୀ, ମହାବୀର ସିଂଦେଓ, ଖେଳନିଧି ପ୍ରଧାନ, ସିଦ୍ଧାର୍ଥ ପ୍ରଧାନ, ବାପୁ ପୃଷେଠ, ସୁମନ୍ତ ବିଶ୍ବାଳ, ମୋହନ ପ୍ରଧାନ, ନଟବର ବିଶ୍ବାଳ, ଯୁଗଳ ସ୍ୱାଇଁ, ମଞ୍ଜୁଷା ପ୍ରଧାନ, ସୁବାଶିଷ ମହାନ୍ତି, ଡ୍ରାଇଭର ମହାସଂଘ ପ୍ରସାଦ ପରିବେଷଣ ସହଯୋଗ କରିଥିଲେ। ହଜାର ହଜାର ସଂଖ୍ୟାରେ ମହିମା ଭକ୍ତବୃନ୍ଦଅଖଣ୍ଡ ନାମଯଂଜ୍ଞରେ ଯୋଗ ଦେଇଥିଲେ। ରାତିସାରା ମହିମା ଭଜନ ପରିବେଷଣ କରା ଯାଇଥିଲା।