ରେଢାଖୋଲ ସରପଞ୍ଚ ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

0
180

ରେଡ଼ାଖୋଲ (ମହାବୀର ସିଂ ଦେଓ): ରେଢ଼ାଖୋଲ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଆଜି ପଞ୍ଚାୟତର ବିଭିିନ୍ନ ସମାସ୍ୟା ନେଇ ବିଡିଓ ମନୋଜ ମେହେରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ମନରେଗା ଯୋଜନାରେ ଅନୁମୋଦିତ ହୋଇଥିବା କାର୍ଯ୍ୟଗୁଡିକ ଶିଘ୍ର ଆରମ୍ବ କରାଯାଉ।ପଞ୍ଚାୟତ ଗୁଡିକରେ ବନସୁରକ୍ଷା ସମିତି ଦ୍ବାରା ମନରେଗା ଯୋଜନାର କାର୍ଯ୍ୟଗୁଡିକ ପ୍ରତି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନଙ୍କ ସହିତ ଆଲୋଚନା କରି କରାଯଉ। ଏହି ଯୋଜନାରେ ଅନୁମୋଦିତ ବନ୍ଧ କଟା ଗୁଡିକର ଶିଘ୍ର ଉନ୍ନତି କରଣକରାଯାଉ ଆଦି ଉଲ୍ଲେଖ ରହିଛି। ଦାବିପତ୍ର ଦେବା ସମୟରେ ସଂଘର ସଭାପତି ସଂଜୟ ପ୍ରଧାନ, ସଂପାଦକ ରାଜା ପାଲ, କଦଳୀଗଡ ସରପଞ୍ଚ ସରୋଜ ସେଠୀ, ଗରଗଡବାହାଳ ସରପଞ୍ଚ ପଦ୍ମଲୋଚନ ପ୍ରଧାନ, ବଂଶାଜାଲ ସରପଞ୍ଚ ଲୋକନାଥ ପ୍ରଧାନ, ଲୁହାପଞ୍ଚ ସରପଞ୍ଚ ଚିନ୍ମୟୀ ପ୍ରଧାନ, ଭରତାପୁର ସରପଞ୍ଚ ଆରତୀ ସାହୁ, ଭାଲିଆକଟା ସରପଞ୍ଚ ସଂଧ୍ୟାରାଣୀ ପ୍ରଧାନ, ବଡବାହାଲ ସରପଞ୍ଚ ମମତା ସାହୁ, ବଡମାଳ ସରପଞ୍ଚ ତୁଙ୍ଗଭଦ୍ରା ବିଶ୍ବାଳ, ତ୍ରିବଣପୁର ସରପଞ୍ଚ ରିଙ୍କି ସେଠୀ, ରେଙ୍ଗାଲୀ ସରପଞ୍ଚ ସୈରେନ୍ଦ୍ରୀ ଭୋଇ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here