ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

0
157

ରେଢାଖୋଲ (ମହାବୀର ସିଂ ଦେଓ): ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏଥିରେ  ୪୪  ଅଭିଯୋଗ ପଞ୍ଜିକୃତ ହୋଇଥିଲା।  ଅଭିଯୋଗଗୁଡିକ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ  ସିଧେଶ୍ୱର ବଳିରାମ ବୋନ୍ଦର ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡିଶା ମିଲେଟ ମିଶନ ପକ୍ଷରୁ ଖୋଲାଯାଇଥିବା  ଖାଦ୍ୟଶସ୍ୟ ଷ୍ଟଲକୁ ପରିଦର୍ଶନ କରି ହିତାଧିକାରୀଙ୍କୁ ସହାୟତା ରାଶି ଉପକରଣ ଯୋଗାଇ ଦେବାପାଇଁ କହିଥିଲେ।  ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ମୁକେଶ  ଭାମୁ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକ, ଉପ ଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ବିଡ଼ିଓ ମନୋଜ ମେହେର, ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ତହସିଲଦାର ଦେବାଶିଷ ପାତ୍ର, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ,  ଏନଏସି ଅଧକ୍ଷ ଶିବରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here