ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ 

0
191

ରେଢ଼ାଖୋଲ (ମହାବୀର ସିଂ ଦେଓ): ସ୍ଥାନୀୟ ଗୌରଚନ୍ଦ୍ର ଉଚ୍ଚ‌ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଉଚ୍ଚପ୍ରାଥମିକ ସ୍କୁଲସ୍ତରୀୟ କୁଇଜ ପ୍ରତିଯୋଗିତା ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଆବାହକ ସୁଦୀପ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଏନଏସି ଅଧକ୍ଷ  ଶିବରାମ ସାହୁ ମୁଖ୍ୟ ଅତିଥି, ଏବିଇଓ ନିରଞ୍ଜନ ପାତ୍ର ସମ୍ମାନିତ ଅତିଥି ଓ ଶିକ୍ଷକ ଯୁଧିଷ୍ଠିର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଗୌରଚନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁଧର ବରିହା ଓ ଯାଜ୍ଞସେନୀ ନାୟକ ମଞ୍ଚାସୀନ ରହି ଜଣେ ସୁଦକ୍ଷ ନାଗରିକ ଓ ପରିବେଶ ସଚେତକ ହେବାକୁ  ଛାତ୍ରଛାତ୍ରୀକୁ ପରାମର୍ଶ ଦେଇଥିଲେ।  ପ୍ରତିଯୋଗିତାରେ  ୧୫୧ ଜଣ ଅଂଶଗ୍ରହଣ କରିଥିଲେ।  ଉଦଯାପନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଅତିଥି ଓ ବାରବାଙ୍କ ଉଚ୍ଚବିଦ୍ୟାଳୟର ଶିକ୍ଷକ ଶତ୍ରୁଘନ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସମ୍ୱନ୍ଧରେ ଦିଗଦର୍ଶନ ଦେବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। କନିଷ୍ଠ ଓ ବରିଷ୍ଠ ବିଭାଗରେ କଲହମଳିଆ ପ୍ରାଥମିକ ସ୍କୁଲର ରେଶମୀ ରୁଜୁଲା ନାୟକ ପ୍ରଥମ,  ଖନ୍ଦାଢିପ ଉଚ୍ଚ ପ୍ରାଥମିକ ସ୍କୁଲର ପରମାନନ୍ଦ ପ୍ରଧାନ ଦ୍ବିତୀୟ ,  ଗରଗଡବାହାଲ ପ୍ରଥମିକ ସ୍କୁଲର ଈଶାନ ପ୍ରଧାନ ତୃତୀୟ ଏବଂ  ପ୍ରଥମସ୍ଥାନ ଜ୍ଞାନ ମଞ୍ଜରୀ ନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ଶୁଣ୍ଢୀମୁଣ୍ଡା,  ଦ୍ୱିତୀୟସ୍ଥାନ ରେଜ୍ୟୋଷ୍ଣା ବେହେରା  ପ୍ରାଥମିକ ବିଦ୍ୟାଳୟ ଖଣ୍ଡହତା ଓ ତୃତୀୟ ସ୍ଥାନ  ଲୁପ୍ତରତ୍ନ ଧାରୀଣି ପ୍ରଧାନ  ସତ୍ୟାନନ୍ଦପାଲିକୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସିଆରସିସି  ଅନିଲ କୁମାର ମେହେର  ମଞ୍ଚ ପରିଚାଳନା କରିଥିଲେ।  ସର୍ବଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଗୀତାରାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। 

LEAVE A REPLY

Please enter your comment!
Please enter your name here