ଘରଡିହ ପଟ୍ଟା ପାଇଁ ଆବେଦନ

0
184

ରେଢ଼ାଖୋଲ (ମହାବୀର ସିଂଦେଓ): ରାଜ୍ୟ ସରକାରଙ୍କ ଯୋଜନା ମୁତାବକ ଗରିବ ଅସହାୟ ଭୂମିହୀନମାନଙ୍କୁ ଏବଂ ଘର ଡିହ ପଟ୍ଟା ନଥିବା ଗ୍ରାମାଞ୍ଚଳରେ ବସବାସ କରୁଥିବା ବ୍ୟକ୍ତିଙ୍କ ନାମରେ ଘରଡିହ ପଟ୍ଟା ଯୋଗେଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି କ୍ରମରେ ରେଢ଼ାଖୋଲ ବ୍ଲକ୍‌ର ମଧ୍ୟ ସମସ୍ତ ପଞ୍ଚାୟତର ଜନସାଧାରଣ ନିଜ ନିଜ ଆର୍‌ଆଇ ସର୍କଲରେ ଘରଡ଼ିହ ପଟ୍ଟା ପାଇଁ ଆବେଦନ କରୁଛନ୍ତି। ପ୍ରଧାନମନ୍ତୀ ଆବାସ ଯୋଜନାରେ ଅନେକ ଗରିବ ହିତାଧିକାରୀ ବାସଗୃହ ପାଉଥିଲେ ମଧ୍ୟ ଘରବାରି ପଟ୍ଟା ନଥିବା ଯୋଗୁଁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ନିଜର ଛୁଆମାନଙ୍କୁ ପାଠ ପଢେଇବା ପାଇଁ ଜାତି ସାର୍ଟିଫିକେଟ୍‌ ମଧ୍ୟ ଦରକାର ହୁଏ। କିନ୍ତୁ ଜମିଡିହ ପଟ୍ଟା ନଥିବା ଯୋଗୁଁ ଅନେକ ହଇରାଣ ହୋଇଥାନ୍ତି। ସରକାରଙ୍କ ଏହି ଯୋଜନାରେ ବହୁ ଗରିବ ହିତାଧିକାରୀ ଉପକୃତ ହେବେ ବୋଲି ବର୍ତ୍ତମାନ ଆଶା କରାଯାଉଛି। ସରକାରଙ୍କ ଏହି ଯୋଜନା ଘୋଷଣା କରିବା ଫଳରେ ଗ୍ରାମାଞ୍ଚଳର ଗରିବ ହିତାଧିକାରୀଙ୍କ ମନରେ ଆଶା ସଂଚାର ହେଉଥିବା ଦେଖିବାକୁ ମିଳୁଛି। ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବୁରୁଡ଼ା ପଞ୍ଚାୟତର ବହୁ ସଂଖ୍ୟାରେ ଜନସାଧାରଣ ଚାରମାଳ ସ୍ଥିତ ଆର୍‌ଆଇ ଅଫିସକୁ ଯାଇ ଘରଡିହ ପଟ୍ଟା ପାଇଁ ଆବେଦନ କରୁଥିବା ଦେଖିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here