ବଳଦ ଆକ୍ରମଣରେ ବୃଦ୍ଧା ମୃତ

0
126

ରେଢ଼ାଖୋଲ (ମହାବୀର ସିଂଦେଓ)ନାକଟିଦେଉଳ ବ୍ଲକ ଗୋଗୁଆ ପଂଚାୟତର ଲାଇଜା ଗ୍ରାମର ବୃଦ୍ଧା ଜମ୍ବୁ ସାହୁ ଶୁକ୍ରବାର ସକାଳୁ ଘରୁ ବାହାରି ନିକଟସ୍ଥ ବିଲକୁ କାମକରିବାକୁ ଯାଉଥିଲେ। ହଠାତ୍‌
ପଛ ପଟରୁ ବଳଦ ଆକ୍ରମଣ କରି ଥିଲା। ଫଳରେ ସେ ଅଚେତ ଅବସ୍ଥାରେ ତଳେ ପଡ଼ିଯାଇ ଥିଲେ। ଗ୍ରାମର ଅମୂଲ୍ୟ ପ୍ରଧାନ ଓ ଅନ୍ୟମାନେ ଉଦ୍ଧାରକରି ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here