ପ୍ରାକ୍ ବିଦ୍ୟାଳୟରେ ଶିଶୁ ଖାଇବେ ମାଣ୍ଡିଆ ଲଡ଼ୁ

    0
    874

    ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପାଇଲଟ୍‌ କାର୍ଯ୍ୟକ୍ରମ ଭାବେ କେଉଁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରାଇବା ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ ଆଇସିଡିଏସ୍‌ ପ୍ରକଳ୍ପରେ ସକାଳ ଜଳଖିଆରେ ମାଣ୍ଡିଆ ଲଡ଼ୁକୁ ସାମିଲ କରାଯାଇଛି। ଏଥି ପାଇଁ ଓଡ଼ିଶା ମିଲେଟ୍‌ ମିଶନ ତରଫରୁ ବୈଷୟିକ ସହାୟତା ଏବଂ ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହି ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିବାରେ ଗୁଣବତ୍ତା ଆଦି ନିର୍ଦ୍ଧାରଣ ନିମନ୍ତେ କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ, ମହୀଶୂର (ସିଏଫ୍‌ଟିଆର୍‌ଆଇ) ବୈଷୟିକ ସହଯୋଗ ପ୍ରଦାନ କରିଛି।

    ଜୁଲାଇ ୨୦୨୦ରେ କେଉଁଝର ଜିଲ୍ଲାର ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସଂପ୍ରତି ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ ଯଥା ହେମଗିରି, ଟାଙ୍ଗରପାଲି ଏବଂ ସଦର ବ୍ଲକ୍‌ରେ ୫୪୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲାର ଲେଫି୍ରପଡ଼ା ବ୍ଲକ୍‌ରେ ମଧ୍ୟ ସ୍ପିରିଲୁନାଯୁକ୍ତ ବାଦାମ ଚିକି ବିତରଣ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ସଫଳ ହେଲେ ଏହାକୁ ସମଗ୍ର ଜିଲ୍ଲାକୁ ସଂପ୍ରସାରିତ କରାଯିବ।

    ମାଣ୍ଡିଆ ଲଡ଼ୁ ପ୍ରସ୍ତୁତି ପାଇଁ ସାମଗ୍ରୀ ମିଶ୍ରଣରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯାଇଛି। ମାଣ୍ଡିଆ ସଂରକ୍ଷଣ, ମାଣ୍ଡିଆ ଚୂନା ପ୍ରସ୍ତୁତି ସଂପର୍କରେ ସେମାନଙ୍କୁ ବିଶେଷ ତାଲିମ ପ୍ରଦାନ କରାଯାଇଛି। ସଂପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଅଙ୍ଗନବାଡ଼ିଗୁଡ଼ିକ ବନ୍ଦ ଥିବାରୁ ଶିଶୁମାନଙ୍କ ଘରେ ଏହି ମିଶ୍ରଣକୁ ପହଞ୍ଚାଇ ଦିଆଯାଉଛି। ମା’ମାନଙ୍କୁ ଏହି ମିଶ୍ରଣରେ ଲଡ଼ୁ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଅଙ୍ଗନବାଡ଼ିଗୁଡ଼ିକ ଖୋଲିବା ପରେ ଅଙ୍ଗନବାଡ଼ି ସହାୟିକାମାନେ ଏହି ମିଶ୍ରଣରୁ ଲଡ଼ୁ ପ୍ରସ୍ତୁତ କରି ଶିଶୁମାନଙ୍କୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଖାଇବାକୁ ଦେବେ।

    LEAVE A REPLY

    Please enter your comment!
    Please enter your name here