ଗୁଣପୁର ଠାରେ ବଂଶଧାରା ନଦୀର ଜଳ ସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ

0
3

ରାୟଗଡା,୨୯/୧୦(ଏସଜେସି): ବାତ୍ୟା ଅର୍ନବ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ସମୁଦାୟ ୬୮୫.୬୧ ମିଲିମିଟର ବୃଷ୍ଟିପାତ ହୋଇଥିବା ବେଳେ ଗୁଣପୁର ଠାରେ ସର୍ବାଧିକ ୧୧୮ .୨ ମିଲିମିଟର ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ ଗୁଣପୁର ଠାରେ ମଧ୍ୟ ବଂଶଧାରା ନଦୀର ଜଳ ସ୍ତର ବୃଦ୍ଧି ପାଇଛି । ଏଠାରେ ସତର୍କ ସଙ୍କେତ ୮୩.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେଦ ୮୪ .୦୦ ମିଟର ରହିଛି । ସକାଳ ୧୦ ଘଣ୍ଟା ସୁଦ୍ଧା ଗୁଣପୁର ଠାରେ ବଂଶଧାରା ନଦୀର ଜଳ ସ୍ତର ୮୩.୩୫ ମିଟରରେ ପ୍ରବାହିତ ହେଉଛି । ଅର୍ଥାତ ଗୁଣପୁର ଠାରେ ବଂଶଧାରା ନଦୀର ଜଳ ସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗଜପତି ଜିଲ୍ଲା ହରଭଙ୍ଗୀ ଡ୍ୟାମରୁ ୨ ଗୋଟି ଗେଟ ମାଧ୍ୟମରେ ୫୪୩ .୧୩୪ କ୍ୟୁମିକ୍ସ ଜଳ ନିଷ୍କାସିତ ହୋଇ ନଦୀରେ ମିଶୁଥିବାରୁ ଗୁଣପୁର ଠାରେ ବଂଶଧାରା ନଦୀର ଜଳ ସ୍ତର ବୃଦ୍ଧି ଘଟିଥିବା କେନ୍ଦ୍ରୀୟ ଜଳ ଆୟୋଗ ସୂତ୍ରରୁ ଜଣାପଡିଛି । ଏନେଇ ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି I

LEAVE A REPLY

Please enter your comment!
Please enter your name here