ବିଦ୍ୟୁତ ତାରରେ ଲାଗି ୩ ହାତୀ ମୃତ

0
368

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା

ରେଢ଼ାଖୋଲ (ମହାବୀର ସିଂଦେଓ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ପଞ୍ଚାୟତ ବୁରମାଲ ଜଙ୍ଗଲର ବୁଢାତଇଲାରେ ବିଦ୍ୟୁତ ତାରରେ ଲାଗି ୩ଟି ମାଈ ହାତୀର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ସେକ୍ସନ ବୁରମାଲ ଜଙ୍ଗଲରେ ଥିବା କ୍ଷେତ ପାଖରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା।  ସେହି ସମୟରେ ସେହି ରାସ୍ତାରେ ଯାଉଥିବା ୩ଟି ହାତୀ ବିଦ୍ୟୁତ ସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ୨ଟି ମାଈ ହାତୀର ପ୍ରାୟ ୨୫ରୁ ୩୦ବର୍ଷ ଏବଂ ଛୋଟ ହାତୀର ବୟସ ଆନୁମାନିକ ୪ ବର୍ଷ ହେବ ବୋଲି ଜଣାଯାଇଛି। ଖବର ପାଇ ବନ୍ୟପ୍ରାଣୀ ବିଭାଗ ସିସିଏଫ ୍‌ଗଜାନନ ଲାଡେ, ଜେଟିଏଫ୍‌ ଅରବିନ୍ଦ ମିଶ୍ର, ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା ତଥା ବନ ବିଭାଗର ଅନ୍ୟ କର୍ମଚାରୀ ମାନେ ପହଞ୍ଚି ଥିଲେ। ଭୁବନେଶ୍ୱରର ଓୟୁଏଟି ଟିମ୍‌ ଆସିଲେ ଶବ ବ୍ୟବଛେଦ କରି ହାତୀର ଶବକୁ ପୋତି ଦିଆଯିବ ବୋଲି ବନ ବିଭାଗ କହିଛି। ଅପରପକ୍ଷେ ୪ ଜଣଙ୍କୁ ବନ ବିଭାଗ ଅଟକ ରଖିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here