ହାତୀ ଆକ୍ରମଣରେ ଜଣେ ମୃତ

0
332

ରେଢ଼ାଖୋଲ (ମହାବୀର ସିଂଦେଓ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ଅଧୀନ ହାତୀବାରି ଟେଙ୍ଗପଡ଼ାରେ ହାତୀ ଆକ୍ରମଣରେ ଗଣେଶ୍ୱର ଭୋଇ(୫୫)ଙ୍କ ମୃତ୍ୟୁ ହୋଇଛି। ରବି ବାର ରାତିରେ ହାତୀ ପଲ ଗାଁ ମୁହାଁ ହୋଇଥିଲେ। ଗ୍ରାମବାସୀ ହାତୀ ଘଉଡାଇବାକୁ ଯାଇଥିଲେ।। ହାତୀ ପଲଙ୍କୁ ଘଉଡ଼ାଇବା ପରେ ସମସ୍ତେ ଫେରି ଆସିଥିଲେ । ହେଲେ ଗଣେଶ୍ୱର ଘରକୁ ଫେରି ନଥିଲେ। ଆଜି ସକାଳୁ ତାଙ୍କ ମୃତ ଦେହ ଏକ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

LEAVE A REPLY

Please enter your comment!
Please enter your name here