ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅବସରରେ ପଥଉତ୍ସବ ଓ ୱାକଥନ କାର୍ଯ୍ୟକ୍ରମ

0
252

ରେଢ଼ାଖୋଲ (ମହାବୀର ସିଂ ଦେଓ): ଆଜି ରେଢ଼ାଖୋଲଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ଉପଖଣ୍ଡ ସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ଅବସରରେ “ଭୋଟ ଦେବା, ଗଣତନ୍ତ୍ରକୁ ସୁଦୃଢ କରିବା ” ବାର୍ତ୍ତା ନେଇ ୱାକଥନ ଓ ପଥ ଉତ୍ସବ ଆୟୋଜନ କରାଯାଇଥିଲା |ପଦଯାତ୍ରା ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟଠାରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା | ପଦଯାତ୍ରାରେ କଲେଜ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଏନଏସଏସ,ଯୁବ ରେଡକ୍ରସ, କ୍ୟାମ୍ପସ ଆମ୍ବାସଡାର (ମୁଁ ବି ମିତ ) ଓ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ | ପଦଯାତ୍ରାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ମତଦାନର ମହତ୍ତ୍ୱ ବୁଝେଇବା ସହିତ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେବା ସହିତ ଅନ୍ୟକୁ ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ | ଅନ୍ୟ ମଂଚାସୀନ ଅତିଥି ମଧ୍ୟରେ ଡେପୁଟି କଲେକ୍ଟର (ନିର୍ବାଚନ ) ଶୁଭଶ୍ରୀ ଶୁଚିସ୍ମିତା, ଭୀମ ଭୋଇ କଲେଜର ଓଡିଆ ଅଧ୍ୟାପକ ଡ. ମନୋରଞ୍ଜନ ମହାନ୍ତ, ଇଂରାଜୀ ଅଧ୍ୟାପକ ଅଞ୍ଜନ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ | ମାଧପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଜୟନ୍ତ ମାହାର ସଭାକାର୍ଯ୍ୟ ପରିଚାଳନା କରିଥିଲେ | ଆଜିର କାର୍ଯ୍ୟକ୍ରମରେ ଦସ୍ତଖତ ଅଭିଯାନ,ସ୍ଲୋଗାନ,ସେଲ୍ଫି ପଏଣ୍ଟ ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୀର୍ତ୍ତନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲେ | ଶେଷରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଂକୁ ମୁଖ୍ୟତିଥି ଏବଂ ଅନ୍ୟ ଅତିଥି ଗଣ ପୁରସ୍କୃତ କରିଥିଲେ |

LEAVE A REPLY

Please enter your comment!
Please enter your name here