ଜଙ୍ଗଲରେ ଶିକାର ପାଇଁ ଫାଶ ବିଛାଇଥିବା ଅଭିଯୋଗରେ ଜଣେ ଗିରଫ

0
262

ରେଢ଼ାଖୋଲ (ମହାବୀର ସିଂ ଦେଓ): ଶିକାର ପାଇଁ ଜଙ୍ଗଲରେ ଫାଶ ବିଛେ ଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାର ଖଳାଶୁଣୀ ବନ୍ୟପ୍ରାଣୀ ବନାଞ୍ଚଳ କିସିଣ୍ଡା ପକ୍ଷରୁ ଚଢ଼ାଉ କରି ଜଣକୁ ଗିରଫ କରାଯାଇଛି। ବନ ବିଭାଗ ସୂତ୍ରରୁ ପ୍ରକାଶଯେ ଖଳାଶୁଣୀ ଜଙ୍ଗଲ ଅନ୍ତର୍ଗତ ହିକପାଲି କଙ୍କରଖୋଲ ଜଙ୍ଗଲରେ ବନ୍ୟଜନ୍ତୁ ଶିକାରପାଇଁ ଫାଶ ବିଛାଇ ଥିବା ବେଳେ ବନ ବିଭାଗ ହିକପାଲି ଗ୍ରାମର କାର୍ତ୍ତିକ ନାଗ (୫୦)ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ତାରରେ ତିଆରି ଚାରିଗୋଛା ଫାଶ ଜବତ କରିଥିବା ଜଣାପଡିଛି। ଏହି ଚଢ଼ାଉରେ ଫରେଷ୍ଟର ଭୁବନେଶ୍ୱର ପାଣି, ଫରେଷ୍ଟ ଗାର୍ଡ ନିହାରରଞ୍ଜନ ବଡ଼ପଣ୍ଡା, ଅଶୋକ କୁମାର କିସାନ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ମଙ୍ଗଳବାର ଅଭିଯୁକ୍ତ କାର୍ତ୍ତିକଙ୍କୁ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here