ରେଢାଖୋଲ ଭୀମଭୋଇ କଲେଜରର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ

0
223

ରେଢାଖୋଲ  (ମହାବୀର ସିଂ ଦେଓ): ରେଢ଼ାଖୋଲ ଭୀମ ଭୋଇ କଲେଜର ୫୫ତମ ପ୍ରତିଷ୍ଠା ଦିବସ ଓ ୩୧ତମ ଭୀମ ଭୋଇ ବକ୍ତୃତାମାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେଜର ପରିଚାଳନା କମିଟୀର ସଭାପତି ସୁରେନ୍ଦ୍ର ନାରାୟନ ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଧୂଭୂଷଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୂଆ ଇତିହାସରେ ଭୀମଭୋଇଙ୍କ ପ୍ରସଙ୍ଗ ସ୍ଥାନ ପାଉ ବୋଲି କହିଥିଲେ। ପୁରୀ ସାମନ୍ତଚନ୍ଦ୍ର ଶେଖର ସ୍ବଂୟଶାସିତ ମହାବିଦ୍ୟାଳୟର ଓଡିଆ ବିଭାଗର ମୁଖ୍ୟ ଡ. ଦିଲ୍ଲୀପ ସ୍ବାଇଁ ଯୋଗଦେଇ କହିଥିଲେ ଭୀମ ଭୋଇଙ୍କ ଖଞ୍ଜଣିରେ ଆଧୁନିକତା ଅୟମାରମ୍ବ ବୋଲି କହିବା ସହିତ ଭୀମ ଭୋଇଙ୍କୁ ଏକ କ୍ରାନ୍ତିଦ୍ରଷ୍ଟା ବୋଲି ବର୍ଣ୍ଣନା କରିଥିଲେ। ଅନ୍ୟତମ ବିଷୟ ବିଶେଷଜ୍ଞ ଶରଣାରବିନ୍ଦ ଓଝା ଯୋଗଦେଇ ସନ୍ଥକବି ଭୀମ ଭୋଇ ମାନବ ନୁହେଁ ମାଧବ ବୋଲି ଦଶାର୍ଇ ଥିଲେ।କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଅଂଜନ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।  ଅଧ୍ୟାପକ ମନୋରଂଜନ ମହନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏ ଅବସରରେ ପୁରାତନ ଛାତ୍ର କ୍ରିକେଟିୟର ରଣଜୀ ଖେଳାଳୀ ପ୍ରଦୀପ ପ୍ରଧାନ ଓ କଲେଜର ଅନ୍ତିମ ବର୍କ୍ଷର ଛାତ୍ର ସମ୍ବଲପୁର ଇନଭରସିଟି ଟିମରେ କ୍ରିକେଟ ଖେଳୁଥିବା ରୁଷି ମେହରଙ୍କୁ ସମ୍ମାନିତ କରାଯାଇ ଥିଲା। ଅନୁଷ୍ଠାନରେ ସବୋର୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ବଣ୍ଟିରାଜ ସ୍ବାଇଁ, ମନୀଷା ସେଠ, ମାମି ପୋଢ, ରୁୁତୁରାଜ ଦେହୁରୀଙ୍କୁ ସମ୍ମାନିତ କରାଯାଇ ଥିଲା।ଓଡିଆ (ସମ୍ମାନ) ରେ ସବୋର୍ଚ୍ଚ ନମ୍ବର ରଖିଥିବା ଛାତ୍ର ବଳରାମ ପ୍ରଧାନଙ୍କୁ ବାଳାଦିତ୍ୟ ମେଧା ପୁରସ୍କାରେ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିଲା। ଅଧ୍ୟାପକ ପ୍ରହ୍ଲାଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ପ୍ରତ୍ୟୁଷରୁ ଅଧ୍ୟାପକ ମନୋରଂଜନ ମହାନ୍ତଙ୍କ ତତ୍ତ୍ଵାବଧାନରେ ଛାତ୍ରମାନେ ଭୀମ ଭୋଇଙ୍କ ସ୍ମୃତି ପୀଠ କନ୍ଧରାରୁ ପବିତ୍ର ମଶାଲ ଆଣିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲେ।

LEAVE A REPLY

Please enter your comment!
Please enter your name here