କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ

0
163

ରେଢ଼ାଖୋଲ (ମହାବୀର ସିଂ ଦେଓ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଂଜ ପକ୍ଷରୁ ଚଢ଼ଉ କରାଯାଇ ବେଆଇନ ଚାଲାଣ ହେଉଥିବା ବ୍ୟାପକ ପରିମାଣରେ କେନ୍ଦୁପତ୍ର ସହ ଏକ ପିକଅପ୍ ଭ୍ୟାନ ଜବତ ହୋଇଛି। ସୂଚନା ଅନୁସାରେ ମଙ୍ଗଳବାର ଭୋରରେ ଏକ ପିକଅପ୍ ଭ୍ୟାନ (ଡବ୍ଲୁ୩୧ଏ ୬୬୦୪) ଯୋଗେ ୧୯୦ ବଣ୍ତଲ ଚୋରା କେନ୍ଦୁପତ୍ର ବୋଝେଇ ହୋଇ ବାହାରକୁ ଚାଲାଣ ପାଇଁ ଉଦ୍ୟମ ହୋଇଥିଲା। ଖବର ପାଇ ରେଢ଼ାଖୋଲ ରେଂଜ ଅଧିକାରୀ ମୈତ୍ରୀ ମନଜିତ ବିଶ୍ବାଳ ପିଛା କରିଥିଲେ। ହେଲେ ମାଫିଆ ମାନେ ରେଢ଼ାଖୋଲ ରେଂଜ ଅର୍ନ୍ତଗତ ଗୁଜିଂଘରା ଗ୍ରାମ ପ୍ରାଇମେରୀ ସ୍କୁଲ ନିକଟରେ ଉକ୍ତ ଭ୍ୟାନଟିକୁ ଛାଡ଼ି ଫେରାର ମାରିଥିଲେ। ଚଢ଼ଉରେ ଏସିଏଫ ଗଜେନ୍ଦ୍ର ଅନ୍ଦାଜା, ଫରେଷ୍ଟର ଧର୍ମୁଧର ପ୍ରଧାନଙ୍କ ସମେତ ବନକର୍ମଚାରୀ ମାନେ ସାମିଲ ଥିଲେ।


LEAVE A REPLY

Please enter your comment!
Please enter your name here