ରେଢ଼ାଖୋଲ ଏନଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ

    0
    137

    ରେଢ଼ାଖୋଲ ମହାବୀର ସିଂ ଦେଓ): ରେଢ଼ାଖୋଲ ଏନଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନିର୍ବାହୀ  ଅଧିକାରୀ ବିରଞ୍ଚି ନାରାୟଣ ଧାରୁଆଙ୍କ ଅଧକ୍ଷତାରେ  ଆୟୋଜିତ କାର୍ଯ୍ୟକ୍ରମରେ ଅଧକ୍ଷ ଶିବରାମ ସାହୁ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସହରର ଉନ୍ନତି, ତଥା ସହରକୁ ସୁନ୍ଦର ଓ ସ୍ଵାସ୍ଥ୍ୟକର ପରିବେଶରେ ଗଢ଼ି ତୋଳିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରେଢ଼ାଖୋଲ ସହର ଖନ୍ଦାଢିପରେ ନିର୍ମିତ ନୂତନ ପାର୍କକୁ ଆଭାସୀ ମାଧ୍ୟମରେ ଲୋକାର୍ପିତ କରିଥିଲେ ।  ଏନଏସିର ସମସ୍ତ ପରିମଳ କର୍ମଚାରୀ ନୂତନ ପୋଷାକ ଓ ଶାଢ଼ୀ ବଣ୍ଟନ କରାଯାଇଥିଲା। ଏଥିସହ ସହରର ରଞ୍ଜନା ଫରେଷ୍ଟ ପାର୍କରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ, କାଉନସିଲ ସୁଧାଂସୁ ଅମାତ, ତପସ୍ୱିନୀ ମହାକୁଡ଼, ରଞ୍ଜନ ପାଣ୍ଡେ, ସ୍ବର୍ଣ୍ଣପ୍ରଭା ପ୍ରଧାନ, କୁମୁଦ ନାଗ, ପିଙ୍କି ମେହେର, କଳ୍ପନା ନାୟକ, ରଶ୍ମିରଞ୍ଜନ ଭଞ୍ଜ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ଭୋରରୁ ରାମଧୁନ ପ୍ରସାରଣ ପରେ ସନ୍ଥକବି ଭୀମଭୋଇ, ଉତ୍କଳମଣି ଗୋପବନ୍ଧୁ ଦାଶ, ଵିଆର ଆମ୍ବେଦକର, ଗାନ୍ଧୀ ସ୍ମୁତିସ୍ତମ୍ବରେ ମାଲ୍ୟାର୍ପଣ କରା ଯାଇଥିଲା। ଉପଖଣ୍ଡ ଚିକିତ୍ସାୟରେ ରୋଗୀଙ୍କୁ ଫଳବଣ୍ଟନ କରାଯାଇଥିଲା

    LEAVE A REPLY

    Please enter your comment!
    Please enter your name here