ନିଖୋଜର ୩ ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ମୃତଦେହ

0
297
ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲା ପରିବାର

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ସାହେବୀ ଗ୍ରାମରେ ଜଣେ ଯୁବତୀ ନିଖୋଜ ହେବାର ତିନି ଦିନ ପରେ ରବିବାର ସକାଳୁ ଉଲଗ୍ନ ଅବସ୍ଥାରେ ତାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରି ଜଙ୍ଗଲ ଭିତରେ ପକାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ସାହେବୀ ଗ୍ରାମ ମନ୍ଦିର ସାହିର ସ୍ୱପ୍ନା ମାଟିଆରୀଙ୍କ ସାନ ଝିଅ ସୁବାସ ମାଟିଆରୀ| (୨୫) ସୂଚନା ଅନୁସାରେ, ସୁବାସିନୀ ମାଟିଆରୀ ଗତ ୩୦ ତାରିଖ ଦିନ ପ୍ରାୟ ୧୦ଟା ସମୟରେ ଘର ନିକଟ ସୁଆଗି ଝରଣ ନାଳକୁ ଏକାକୀ ଗାଧୋଇବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ସେଠାକୁ ଯାଇଥିବାବେଳେ ନାଳ ଖଣ୍ଡିରେ ସୁବାସିନୀଙ୍କ ଚପଲ, ପୋଷାକ ଏବଂ ମୋବାଇଲ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏଥି ସହିତ ଅଖପାଖ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନ ମିଳିବାରୁ ସେହିଦିନ ଅପରାହ୍ନରେ ତାଙ୍କ ଝିଅ ନିଖୋଜ ଥିବା ନେଇ ସୁବାସିନୀଙ୍କ ବାପା ନାକଟିଦେଉଳ ଥାନାରେ ଅଭିଯୋଗ କରି ତାଙ୍କ ଘର ପାଖ ହରି ବେହେରା ନାମକ ଯୁବକ ଝିଅକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ଫେରି ଆସିଥିଲା।  ରବିବାର ସକାଳୁ ନିକଟସ୍ଥ ଝାରବେଡା ପାଣ୍ଡରିପଶି ସାହିର କିଛି ମହିଳା ନିକଟସ୍ଥ କାଉଁଶଗୁଜ ଜଙ୍ଗଲ ପାଖରେ ଥିବା ଧାନ ଜମିକୁ ଘାସ ବାଛିବାକୁ ଯାଇଥିବାବେଳେ ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ। ତେବେ ସେମାନେ ଦୁର୍ଗନ୍ଧ ଆସୁଥିବା ସ୍ଥାନକୁ ଯାଇ ଏକ ଖାଲ ଭିତରେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନାକଟିଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ଏବଂ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର ସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କ ଗଳିତ ମୃତଦେହ ଜବତ କରି ଛାନ୍ ଭିନ୍ ଆରମ୍ଭ କରି ଏହାସହ ଘଟଣାରେ ଗ୍ରାମର ହରିହର ବେହେରା ଓ ପରିବାରଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡିଛି। ଏହି ଖବର ପ୍ରସାର ପରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ରାଞ୍ଚି ବିଜୟ ୱାଡା ଜାତୀୟ ରାଜପଥକୁ ଅବରୋଧ କରିଥିଲେ| ସାଇଣ୍ଟି ଫିକ ଟିମ ଓ ଡଗ ସ୍କ୍ୱାଡ୍ ପହଞ୍ଚି ଘଟଣାର ତଦନ୍ତ କରିଥିଲେ | ଘଟଣା ସ୍ଥଳରେ ତହସିଲଦାର ପହଂଚି  ରେଡକ୍ରସ ପାଣ୍ଠି ରୁ ଦଶ ହଜାର, ହରିଶ୍ଚନ୍ଦ୍ର ଯୋଜନାରେ ତିନି ହଜାର ଦେବାପାଇଁ ଘୋଷଣା କରିଥିଲେ। ଗ୍ରାମବାସୀ ଜାତୀୟ ରାଜପଥକୁ ଦୀର୍ଘ ଆଠ ଘଣ୍ଟା ଧରି ଅବରୋଧ କରିଥବା ଜଣାପଡିଛି |  ଘଟଣା ଜଣା ପଡ଼ିବାର ୧୨ଘଣ୍ଟା ପରେ ମଧ୍ୟ ଶବ ଉଠିନଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here