ରାଣୀ ଅନ୍ନପୂର୍ଣ୍ଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

0
300

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରାଣୀ ଅନ୍ନପୂର୍ଣ୍ଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଜୟନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସଭାରେ  ଅଧ୍ୟକ୍ଷତାରେ  ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷକ ଶତ୍ରୁଘନ ସ୍ୱାଇଁ ମୁଖ୍ୟବକ୍ତା, ଆବାହକ ନିରଞ୍ଜନ ପାତ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,   ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଣୁଧର ବରିହା ସମ୍ମାନିତ ଅତିଥି ଏବଂ ଭରତାପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିନୋଦ ବିହାରୀ ବେହେରା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ଜ୍ଞାନ ପିପାସୁ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରରେ ବିଚାରକ ଭାବରେ ଥିବା ୩ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ପ୍ରଧାନ, ନେତ୍ରନନ୍ଦ ଗୁରୁ ଓ ଝସକେତନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।  ସ୍ୱାଗତ ସାହୁ ପ୍ରଥମ, ମଳୟ ରଞ୍ଜନ ମିର୍ଦ୍ଧା ଦ୍ବିତୀୟ ଏବଂ  ବାପୁନ ବାସନ୍ତରା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଏହି ଅବସରରେ ମୂଲ୍ୟାୟନକାରୀ   ଅନିଲ କୁମାର ମେହେର, ଆଶିଷ କୁମାର ସାହୁ, ଖଗେଶ୍ୱର ପ୍ରଧାନ, ଦୀପ୍ତି ମିଂଜ଼, ଚାନ୍ଦିନୀ ପ୍ରଧାନ, ଅଜିତ କୁମାର ମେହେର ଓ ରଂଜିତ କର୍ଣ୍ଣ ସମ୍ବର୍ଦ୍ଧିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସିସି ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ  ଲୀଳାବତୀ ପଟନାୟକ, ମନୋରମା ପ୍ରଧାନ, ସନ୍ତୋଷ କୁମାର ସାହୁ, ଅନ୍ନପୂର୍ଣ୍ଣା ଦାସ, ହିମାଂଶୁ ଶେଖର ପ୍ରଧାନ, ମୋହିନୀ ମୋହନ ପ୍ରଧାନ, ଧରଣୀଧର ପ୍ରଧାନ, ଶାନ୍ତନୁ ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ରାଣୀ ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ।


LEAVE A REPLY

Please enter your comment!
Please enter your name here