ମଧୁବନ ସାହିତ୍ୟ ସଂସ୍କୃତି ସଂସଦ ର ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

0
272

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ମଧୁବନ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଓ ବାର୍ଷିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ନୀଳଚକ୍ର ସାହିତ୍ୟ ସଂସଦ ବୌଦ୍ଧର ସଭାପତି ଡ. ସଞ୍ଜୟ କୁମାର୍ ପଣ୍ଡା ମୁଖ୍ୟ ଅତିଥି,  ପଞ୍ଚାୟତ ଆଞ୍ଚଳିକ ମହାବିଦ୍ୟାଳୟ କୁମ୍ଭାରବନ୍ଧ ଝାରସୁଗୁଡାର ଓଡିଆ ବିଭାଗ ପ୍ରାଧ୍ୟାପିକା ଡ. ସଂଯୁକ୍ତା ହୋତା ମୁଖ୍ୟବକ୍ତା ଯୋଗ ଦେଇଥିଲେ।  ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସଂସଦର ଉପସଭାପତି ଡ. ସରସୀରାଣୀ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ସୁଶାନ୍ତ କୁମାର ସାହୁ ବିବରଣୀ ପାଠ କରିଥିଲେ। ପୂର୍ଵତନ ଶିକ୍ଷକ ତଥା କବି ହରିହର ସାହୁଙ୍କ ରଚିତ ପୁସ୍ତକ ସାହିତ୍ୟ ସୌରଭ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା l ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ନାକଟିଦେଉଳ ଓ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ  ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।| ଅଧ୍ୟାପକ ଶେଷଦେବ ବିଶ୍ବାଳ ଓ ଗୀତାରାଣୀ ସାହୁଙ୍କ ସଂଯୋଜନା ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।


LEAVE A REPLY

Please enter your comment!
Please enter your name here