କେନ୍ଦୁପତ୍ର ବୋଝେଇ ଗାଡ଼ି ଜବତ

0
154

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ବନ ବିଭାଗ କର୍ମଚାରୀମାନେ କେନ୍ଦୁପତ୍ର ଚୋରାଚାଲାଣ କରୁଥିବା ଏକ ବଲେରୋ ପିକଅପ ଭ୍ୟାନ (ଡବ୍ଲୁବି ୨୯ ଏ ୪୭୯୯) ଶନିବାର ଧରିଥିଲେ। ଯାଞ୍ଚ ବେଳେ ଗାଡିରୁ ୧୫ କ୍ଵିଣ୍ଟାଲ କେନ୍ଦୁପତ୍ର ମିଳିଥିଲା। କେନ୍ଦୁପତ୍ର ସହ ଗାଡିକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ପଶ୍ଚିମବଙ୍ଗ ରାଜ୍ୟ ଇଷ୍ଟ ମେଦିନିପୁର ଜିଲ୍ଲା କଲାଘାଟ ଥାନା ପାରିତ ଗାଁର ଶକ୍ତି ସେନାପତି (୩୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here