ମହିଳା ଡାକ୍ତରଙ୍କୁ ଟାର୍ଗେଟ

0
264

ଭୁବନେଶ୍ବର: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବ୍ୟକ୍ତି ମହିଳା ଡାକ୍ତରଙ୍କ ସହିତ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଆପତ୍ତିଜନକ ଭିଡିଓ ପ୍ରସ୍ତୁତ କରି ଟଙ୍କା ମଧ୍ୟ ଅସୁଲି କରିଛି। ପୀଡିତା ମହିଳା ଡାକ୍ତରଙ୍କ ଅଭିଯୋଗ ନେଇ ପୁଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ରବିବାର କହିଛି, ୩୨ ବର୍ଷୀୟ ମହିଳା ଡାକ୍ତର ଟିଲା ମୋଡ ଥାନା ଅଞ୍ଚଳରେ ନିଜର ଏକ କ୍ଲିନିକ୍‌ ପରିଚାଳନା କରିଥାନ୍ତି। ସେ ଅଭି‌ଯୋଗ ଆଣିଛନ୍ତି ଯେ, ୪୨ ବର୍ଷୀୟ ଜଣେ ବ୍ୟକ୍ତି ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ସାଲିମାର ଗାର୍ଡେନର ଏସ୍‌ପି ସିଦ୍ଧାର୍ଥ ଗୌତମ କହିଛନ୍ତି ଯେ, ସୁନୀଲ ନାମକ ଜଣେ ବ୍ୟକ୍ତି ୨ ବର୍ଷ ପୂର୍ବରୁ ମହିଳା କ୍ଲିନିକକୁ ଆସିଥିଲେ ଏବଂ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ମହିଳା ଜଣକ ଶନିବାର ପୁଲିସକୁ ନିଜର ଅଭିଯୋଗରେ କହିଛନ୍ତି ଯେ, ସୁନୀଲ ବିବାହାର ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ସେ ଯୌନ ଓ ଆର୍ଥିକ ଶୋଷଣ କରିଥିଲା।

ସମୟ ବଦଳିଛି। ସାଇବର ଅପରାଧୀ ଓ କିଛି ଖଳ ପ୍ରକୃତିର ଲୋକଙ୍କ କାୟା ବିସ୍ତାର ହେଉଛି। ଅର୍ଥ ପାଇଁ ଦୁର୍ବୃତ୍ତମାନେ ଅନ୍ୟକୁ ଠକୁଛନ୍ତି। ଏହି ଠକାମୀର ଜାଲରେ ମହିଳା ଡାକ୍ତରାଣୀମାନେ ମଧ୍ୟ ଫସିଯାଉଛନ୍ତି। ତେ‌ବେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ମଣିଷ ନଚିହ୍ନି ‌ଅନ୍ୟକୁ ବିଶ୍ବାସ କରିବା ଦୁର୍ଭାଗ୍ୟର ବିଷୟ। ସାଇବର ଅପରାଧ ବଢ଼ିବା ନେଇ ଖବର ପ୍ରାୟତଃ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ତଥାପି ଲୋକେ ଠକାମୀର ଶିକାର ହେଉଛନ୍ତି।
ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା

ଝୁଲିପଡ଼ିଲେ ଡାକ୍ତରୀ ଛାତ୍ର

କେରଳର ତିରୁଅନନ୍ତପୁରମ୍ ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କ ଅପମୃତ୍ୟୁ ନେଇ ପୁଲିସ ମେଡିକାଲ ପିଜି ଆସୋସିଏସନର ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ରୁୱାଇଜ୍ ଇଏଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଓ ଯୌତୁକ ନିଷେଧ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଥିଲା। ଗତ ବର୍ଷ ଡିସେମ୍ବର ମାସରେ ଏହି ଘଟଣା ଘଟିଥିଲା। ଡାକ୍ତରୀ ଛାତ୍ରୀ ଶାହାନା (୨୬)ଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ସାହାନାଙ୍କ ସହ ରୁୱାଇଜଙ୍କ ବିବାହ ସ୍ଥିର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରୁୱାଇଜଙ୍କ ପରିବାର ୧୫୦ ଭରି ସୁନା, ୧୫ ଏକର ଜମି ଏବଂ ଏକ ବିଏମ୍‌ଡବ୍ଲ୍ୟୁ କାର୍ ଯୌତୁକ ଆକାରରେ ଦାବି କରିଥିଲେ। ସାହାନାଙ୍କ ପରିବାର ପ୍ରଥମେ ୫୦ ଭରି ସୁନା, ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ଏକ କାର୍ ଦେବାକୁ ରାଜି ହୋଇଥିଲେ।

୯ ହଜାର ହରାଇଲେ ଓଡ଼ଆ ଡାକ୍ତରାଣୀ

ଚଳିତ ବର୍ଷ ଜାନୁଆରି ମାସରେ ବ୍ରହ୍ମପୁର ସହର‌ରେ ପୁଣିଥରେ ଜଣେ ମହିଳା ସାଇବର୍‌ ଠକ ଜାଲରେ ପଡ଼ିଥିଲେ। ଅନ୍‌ଲାଇନ୍‌ରେ ହୋଟେଲ୍‌ ବୁକ୍‌ କରିବା ବେଳେ ମହିଳା ଜଣଙ୍କ ୯ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ବ୍ରହ୍ମପୁରର ଜଣେ ମହିଳା ଡାକ୍ତର ତାଙ୍କର ବାପାଙ୍କ ଜନ୍ମଦିନ ପାଇଁ ପୁରୀରେ ଏକ ହୋଟେଲ୍‌ ବୁକ୍‌ କରିବା ପାଇଁ ଅନ୍‌ଲାଇନ୍‌ରେ ଫୋନ୍‌ ନମ୍ବର ଖୋଜିଥିଲେ। ସେ ଗୁଗଲ୍‌ରେ ପୁରୀର ଏକ ନିର୍ଦ୍ଦିଷ୍ଟ ହୋଟେଲ୍‌ର ଫୋନ୍‌ ନମ୍ବର ପାଇ ସେଥିରେ ଯୋଗାଯୋଗ କରିଥିଲେ। ଫୋନ୍‌ ଉଠାଇଥିବା ବ୍ୟକ୍ତି ଜଣକ ନିଜକୁ ହୋଟେଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇ ବିଭିନ୍ନ କଥା କହି ମହିଳା ଡାକ୍ତରଙ୍କ ବିଶ୍ବାସ ହାସଲ କରିଥିଲା। ଏହାପରେ ରୁମ୍‌ ବୁକିଂ ପାଇଁ ୯ହଜାର ଟଙ୍କା ପଠାଇବାକୁ କହିଥିଲେ। ମହିଳା ଡାକ୍ତର ଜଣଙ୍କ ଅନ୍‌ଲାଇନ୍‌ରେ ୯ହଜାର ଟଙ୍କା ଟ୍ରାନ୍ସଫର୍‌ କରିଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ନିକଟରୁ ବୁକିଂ ସଂପର୍କୀତ ବିବରଣୀ ଆସି ନଥିଲା। ସେ ପୁଣିଥରେ ଫୋନ୍‌ କରିଥିଲେ। ବାରମ୍ବାର ଫୋନ୍‌ କରିବା ପରେ ବ୍ୟକ୍ତି ଜଣକ ଫୋନ୍‌ ଉଠାଇ ପୁଣିଥରେ ଅନ୍‌ଲାଇନ୍‌ରେ ପ୍ରାୟ ୩୦ହଜାର ଠକେଇ କରିବା ପାଇଁ ଉଦ୍ୟମ କରିଥିଲେ। ଏହା ଜାଣିବା ପରେ ମହିଳା ଡାକ୍ତର ଜଣଙ୍କ ଟଙ୍କା ପଠାଇ ନଥିଲେ। ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ମହିଳା ଡାକ୍ତର ଜଣକ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here