ଇଟାଭାଟି

0
183
ଇଟାଭାଟିରେ ଶ୍ରମିକ ନିର୍ଯାତିତ: ଠିକ୍‌ରେ ପାଳନ ହେଉନି ଆଇନ୍‌

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ସୁଲେକେଲା ଗ୍ରାମ ଜଣେ ଦାଦନ ଶ୍ରମିକଙ୍କ ତେଲେଙ୍ଗାନାରେ ମୃତ୍ୟୁ ହେଲା ପରେ ସଂପୃକ୍ତ ବ୍ୟକ୍ତିଙ୍କର ନାବାଳିକ ଝିଅକୁ ଇଟାଭାଟି ମାଲିକ ବନ୍ଧକ ରଖିବା ମନରୁ ଲିଭି ନଥିବା ବେଳେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ୍ କମଳାଙ୍ଗଠାରେ ବେଆଇନ୍ ଇଟାଭାଟିରେ ପୋଡ଼ି ହୋଇ ୩ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଆଉ ଜଣେ ଯୁବକ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସରକାରୀ ଆଇନ୍‌, ବାବୁମାନଙ୍କ ଲାଞ୍ଚ ପ୍ରତି ଦୃଷ୍ଟି ଓ ନେତାଙ୍କ ଚାନ୍ଦା ଅସୁଲି ମନୋଭାବ ଯୋଗୁଁ ନୀରିହ ଲୋକମାନେ ବଳିପଡ଼ୁଛନ୍ତି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଡେଙ୍ଗୁରା ବଜାଉଥିବା ବେଳେ ତୃଣମୂଳ ସ୍ତରରେ ସାଧାରଣ ଜନତା କିଭଳି ଭାବେ ଦୟନୀୟ ସ୍ଥିତିରେ ଅଛନ୍ତି, ତାହା ଅତି ନିକଟରୁ ଦେଖିଲେ ଜଣାପଡ଼େ। ବିଶେଷ ଭାବରେ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ନିୟମକାନୁନ ସଠିକ ଭାବେ କାର୍ଯ୍ୟକାରିତା ହେଉ ନାହିଁ। ଇଟାଭାଟିରେ ଶ୍ରମିକ ନିର୍ଯାତିତ ହେଉଛନ୍ତି। ମାଲିକ ଓ ଦଲାଲଙ୍କ ଯୋଗୁଁ ଇଟାଭାଟି ଶ୍ରମିକଙ୍କ ଜୀବନ ଅନ୍ଧାରକୁ ଠେଲି ହୋଇଯାଉଛି। ମାଲିକମାନେ ସରକାରୀ ବାବୁ ଓ ନେତାଙ୍କୁ ହାତବାରିସି କରି ଆର୍ଥିକ ଲାଭ କରୁଥିବା ବେଳେ ଶ୍ରମିକମାନେ ମୃତ୍ୟୁମୁଖକୁ ଠେଲି ହୋଇଯାଉଛନ୍ତି ଅଥବା ହିଂସାର ଶିକାର ହେଉଛନ୍ତି।

ଛତିଶଗଡ଼ର ଶ୍ରମିକ ଓଡ଼ିଶାରେ ମୃତ

ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ସାଗରା ଥାନା ଲୋରାକୋଟ ଗାଁର ମେଘନାଦ ଭୋଇ (୫୦), ପତ୍ନୀ ନିରା ଭୋଇ (୪୫), ବଡ଼ପୁଅ ଶିବଦାସ ଭୋଇ (୧୮), ସାନପୁଅ ଜିତୁ ଭୋଇ (୭) ଓ ବିବାହିତ ଝିଅ ପୂଜା ସାରଥି (୨୦)ଙ୍କୁ ନେଇ ଓଡ଼ିଶା ଚାଲି ଆସିଥିଲେ। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଥିବା ବିନୟ ସାହୁଙ୍କ ବେଆଇନ୍ ଇଟାଭାଟିରେ ସମସ୍ତେ ଗତ ୫ମାସ ହେଲା ଶ୍ରମିକ ଭାବେ କାମ କରୁଥିଲେ। ଶୁକ୍ରବାର ରାତିରେ କାମ ସାରିବା ପରେ ଖାଇପିଇ ପୂଜାଙ୍କ ବ୍ୟତୀତ ଅନ୍ୟମାନେ ଇଟାଭାଟି ଉପରେ ଯାଇ ଶୋଇଥିଲେ। ଏହି ଅଞ୍ଚଳରେ ହାତୀଭୟ ଯୋଗୁଁ ସେମାନେ ଇଟାଭାଟି ଉପରେ ଶୋଇଥିଲେ। କାରଣ ଏମାନଙ୍କ ଶୋଇବା ପାଇଁ ଇଟାଭାଟିର ମାଲିକ ସୁରକ୍ଷିତ ବ୍ୟବସ୍ଥା କରି ନଥିଲେ। କିନ୍ତୁ ଦୁଃଖର ବିଷୟ ବିଳମ୍ବିତ ରାତିରେ ଭାଟିରେ ନିଆଁ ଜଳି ପ୍ରବଳ ଧୂଆଁ ବାହାରିଥିଲା। ଫଳରେ ନିଦରେ ଶୋଇଥିବା ବାପ, ମା’ୟ ଓ ୨ ପୁଅ ଶ୍ବାସରୁଦ୍ଧ ହୋଇ ପଡ଼ିଥିଲେ। ରାତି ପାହିଲା ବେଳକୁ ଭାଟିରୁ ଧୂଆଁ ବାହାରୁଥିଲା ବେଳେ ତା’ ଉପରେ ଶୋଇଥିବା ୪ଜଣ ଯାକଙ୍କୁ ଡାକିଥିଲେ ବି ଉତ୍ତର ଦେଇ ନଥିଲେ। ଫଳରେ ଅନ୍ୟ ଶ୍ରମିକମାନେ ଭାଟି ଉପରକୁ ଯାଇ ଦେଖିଲା ବେଳକୁ ବାପା ମେଘନାଦ, ମା’ ନିରା ଓ ପୁଅ ଜିତୁଙ୍କର ମୃତ୍ୟୁ ହୋଇ

ଦୁଇମାସରେ ଦ୍ବିତୀୟ ଅଘଟଣ

କଣ୍ଟାବଣିଆ ଅଞ୍ଚଳର ମାନପୁରଠାରେ ବ୍ରାହ୍ମଣୀ ନଦୀପଠାରେ ଗଢ଼ି ଉଠିଥିବା ବେଆଇନ୍ ଇଟାଭାଟିରେ ଜେନେରେଟର୍‌ ଧୂଆଁରେ ଶ୍ବାସରୁଦ୍ଧ ହୋଇ ୨ଜଣ ନାବାଳକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହା ଗତବର୍ଷ ଡିସେମ୍ବର ୧୬ ତାରିଖର ଘଟଣା। ଏହି ଘଟଣା ନେଇ ଗଣମାଧ୍ୟମରେ  ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓଡ଼ାପଡ଼ା ତହସିଲ ପକ୍ଷରୁ ଜେସିବି ଲଗାଇ ମାନପୁର, କମଳାଙ୍ଗ ଓ ମଙ୍ଗଳପୁର ଅଞ୍ଚଳରେ ଥିବା ବେଆଇନ୍ ଇଟାଭାଟିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। କିନ୍ତୁ ଏହି ଇଟାଭାଟି ଜନବସତିଠାରୁ ଅନେକ ଦୂର ଏକ ନିକାଞ୍ଚନ ସ୍ଥାନ ତଥା ତାଳଚେର ସୀମାକୁ ଲାଗି ରହିଥିବାରୁ ତାହା କାହା ନଜରକୁ ଆସି ନଥିବାରୁ ବେଆଇନ ଇଟାଭାଟି ଚାଲିଥିଲା। ମାତ୍ର ଏହି ଇଟାଭାଟି ପାଇଁ ମାଲିକ ଅଧିକାରୀ ଓ ସ୍ଥାନୀୟ ନେତାଙ୍କୁ ହାତଗୁଞ୍ଜା ଦେଇଥାଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ନାବାଳିକା ଝିଅକୁ ବନ୍ଧକ ରଖିଲା ମାଲିକ

ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ସୁଲେକେଲା ଗ୍ରାମର କାହ୍ନୁ ମଲ୍ଲିକ ଓ ପତ୍ନୀ ଲକ୍ଷ୍ମୀପ୍ରିୟା ମଲ୍ଲିକ ପୁଅଝିଅଙ୍କୁ ନେଇ ତେଲେଙ୍ଗାନାକୁ ଇଟା ଗଢ଼ିବାକୁ ଯାଇଥିଲେ। କାମ କରିବା ପାଇଁ ପୂର୍ବରୁ ସେମାନେ ୮୦,୦୦୦ ଟଙ୍କା ଅଗ୍ରୀମ ନେଇଥିବାରୁ ସେଠାରେ ପହଞ୍ଚିବା ପରେ ଇଟାଭାଟି ମାଲିକ ଟଙ୍କା ଅସୁଲ କରିବା ପାଇଁ ହାଡ଼ଭଙ୍ଗା ପରିଶ୍ରମ କରାଇଥିଲା। ଅଳ୍ପ ଦିନ ପରେ କାହ୍ନୁଙ୍କ ଦେହ ଅସୁସ୍ଥ ହୋଇଥିବା ବେଳେ ଭାଟି ମାଲିକ ଛାଡ଼ି ନଥିଲା। ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଭାଟି ମାଲିକ ଏକ ଗାଡ଼ି ଯୋଗେ କାହ୍ନୁଙ୍କୁ ଘରକୁ ପଠାଇ ଦେଇଥି‌ଲା। ଘରେ ପହଞ୍ଚିବା ପରେ କାହ୍ନୁଙ୍କ ମୃତ୍ୟୁ ହୋଇଥିଲା। ତେବେ କାହ୍ନୁଙ୍କ ସହ ତାଙ୍କ ସ୍ତ୍ରୀ ଓ ତାଙ୍କ ଦୁଇ ଛୁଆ ଘରକୁ ଆସିଥିବା ବେଳେ ଟଙ୍କା ପାଇଁ ଇଟାଭାଟି ମାଲିକ ସେଠାରେ ଝିଅ ଅଙ୍କିତା ମଲ୍ଲିକକୁ ବନ୍ଧକ ରଖିଥିଲା।

ଇଟାଭାଟି କାନ୍ଥ ଭୁଶୁଡ଼ିଲା, ୫ ମୃତ

ଉତ୍ତରାଖଣ୍ଡର ରୁର୍କିରେ ଗତବର୍ଷ ଡିସେମ୍ବର ୨୬ରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ମଙ୍ଗଲୌର ଅଂଚଳର  ଲାହବୋଲି ଗାଁରେ ଥିବା ଏକ ଇଟାଭାଟିର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ଜଣ ଶ୍ରମିକ ପ୍ରାଣ ହରାଇଥିଲେ। କେତେକ ଶ୍ରମିକ ଭାଙ୍ଗିଥିବା କାନ୍ଥତଳେ ଚାପି ହୋଇଥିଲେ। ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ପୋତି ହୋଇଯାଇଥିଲେ। ଜେସିବିରୁ ଆବର୍ଜନା ହଟାଇବା ସହ ପୋତି ହୋଇଥିବା ଲୋକଙ୍କୁ ବାହାର କରାଯାଉଛି। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଓ ଗରୁତରମାନଙ୍କୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here