ଖେଳପଡ଼ିଆରେ ରକ୍ତ ଛିଟା, ଲୁହବୁହା ଗ୍ୟାସ୍

    0
    348

    ନୂଆଦିଲ୍ଲୀ: କ୍ରୀଡ଼ା ହେଉଛି ସବୁଠାରୁ ଭଦ୍ରାମୀର ପ୍ରତିଯୋଗିତା। ସେଥିପାଇଁ ଏହା ଆରମ୍ଭ ହେବା ପୂର୍ବରୁ ଉଭୟ ପ୍ରତିଯୋଗୀଙ୍କ ମଧ୍ୟରେ କମ୍ ସମୟ ପାଇଁ ଭାବ ବିନିମୟ ହୋଇଥାଏ। ଖେଳାଳିମାନେ ପଡ଼ିଆରେ ଥିବା ଭିତରେ ଯଦିଓ କିଛି ମନୋମାଳିନ୍ୟ ଅନୁଭବ କରନ୍ତି। ଏହା ଶେଷ ହୋଇଗଲା ପରେ ପୁଣି ସେସବୁକୁ ଭୁଲି ଯାଇଥାନ୍ତି। କାରଣ କ୍ରୀଡ଼ାରେ ବିଜୟ-ପରାଜୟ ସାଧାରଣ କଥା। ଆଜରି ବିଜେତା କାଲି ପରାଜୟର ଶିକାର ନ କରିବ, ତାହା କେହି ସୁନିଶ୍ଚିତ କରିପାରିବେ ନାହିଁ। ଅଧିକାଂଶ ସ୍ଥାନରେ କ୍ରୀଡ଼ା ଶାନ୍ତିପୂର୍ଣ୍ଣ ସହିତ ଆୟୋଜିତ ହୋଇଥାଏ। ବହୁତ କମ ସ୍ଥାନରେ ଗଣ୍ଡଗୋଳ ହେବାର ନଜିର ରହିଛି। ତେବେ ଗ୍ରାମାଞ୍ଚଳର କ୍ରୀଡ଼ାରେ ପ୍ରତିଯୋଗୀ, ଓ ପ୍ରଶଂସକମାନେ ଶିକ୍ଷାର ଅଭାବ କାରଣରୁ ଗଣ୍ଡଗୋଳ ହେବା ସାଧାରଣ କଥା। କିନ୍ତୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମ୍ୟାଚ ବିଜୟ ଓ ପରାଜୟ ନେଇ ଉପୁଜୁଥିବା ପରିସ୍ଥିତି ବୁଦ୍ଧିଜୀବୀଙ୍କୁ ମର୍ମାହତ କରିଥାଏ।

    ଅତୀତର ରେକର୍ଡ ଯଦି ଦେଖିବା କ୍ରୀଡ଼ାରେ ପ୍ରଶଂସକମାନେ ହିଁ ହିଂସା ସୃଷ୍ଟି କରିବାର ମୂଳ କାରଣ। କିଛି ପ୍ରଶଂସକ ଖେଳରୁ ଆନନ୍ଦ ନେବା ପରିବର୍ତ୍ତେ କୌଣସି ଦଳକୁ ବିଶେଷ ଭାବେ ସମର୍ଥନ ଜଣାଇ ବିପରୀତ ପରିସ୍ଥିତି ସୃଷ୍ଟି କରିଥାନ୍ତି। ଏହା ଦ୍ବାରା ସେମାନେ ଅନ୍ୟମାନଙ୍କୁ ହଇରାଣରେ ପକାଇଥାନ୍ତି। ଇଣ୍ଡୋନେସିଆର ପୂର୍ବ ଜାଭାରେ ହେଉ ଅଥିବା ଏସିଆ କପ୍ କ୍ରିକେଟ ସମୟରେ ପାକିସ୍ତାନ ଓ ଆଫଗାନୀସ୍ତାନ ମ୍ୟାଚ ହେଉ, ଉତ୍ତେଜନା ଓ ହିଂସାରେ ପ୍ରଶଂସକମାନେ ହିଁ ବଡ଼ ଭୂମିକା ତୁଲାଇଥିଲେ। ପ୍ରଶଂସକଙ୍କ ଯୋଗୁଁ ବ୍ୟାପକ ଧନ-ଜୀବନ ନଷ୍ଟ ହୋଇଥିଲା।  

    ଫୁଟବଲ ପଡ଼ିଆରେ ୧୨୭ ମୃତ

    ଇଣ୍ଡୋନେସିଆରେ ଗତ ଶନିବାର ଦିନ ଫୁଟବଲ ଖେଳ ପରେ ଯେଉଁଭଳି ଅଭାବନୀୟ ଘଟଣା ଘଟିଛି, ଏହା ଇତିହାସ ପାଲଟିବ। ପୂର୍ବରୁ ଖେଳପଡ଼ିଆରେ ଏଭଳି ପରିସ୍ଥିତି କେବେ ଦେଖିବାକୁ ମିଳି ନ ଥିଲା। ମ୍ୟାଚ ପରେ ହୋଇଥିବା  ହିଂସା କାରଣରୁ ୧୨୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ପାଖାପାଖି ୨୦୦ ଲୋକ ଆହତ ହେବା ପରେ ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ। ମ୍ୟାଚରେ ହାରିବାକୁ ନେଇ ଏହି ହିଂସା ହୋଇଥିଲା ଏବଂ ଏହାରି ପଛରେ ପ୍ରଶଂସକଙ୍କ ହଁ ବଡ଼ଭୂମିକା ଥିଲା।

    ସୁରକ୍ଷାକର୍ମୀ ନାକେଦମ

    ପୂର୍ବ ଜାଭାର ପୁଲିସ ପ୍ରମୁଖ ନିକୋ ଅଫିଣ୍ଟାଙ୍କ କହିବା ଅନୁସାରେ ପେର୍ସବାୟା ସୁରାବାୟା ୩-୨ ଗୋଲରେ ଆରେମାକୁ ଫୁଟବଲ ମ୍ୟାଚରେ ପରାସ୍ତ କରିଥିଲା। ମ୍ୟାଚ ଶେଷ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଥିଲା। ସେହି ସମୟରେ ବ୍ୟାପକ ପରିମାଣରେ ସୁରକ୍ଷାକର୍ମୀ ନ ଥିଲେ। ଆୟୋଜକ ସଂସ୍ଥାର କର୍ମଚାରୀମାନେ ମଧ୍ୟ ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରିତ କରିପାରି ନ ଥିଲେ। ବ୍ୟାପକ ପରିାଣରେ ପୁଲିସ ପହଂଚିବା ପୂର୍ବରୁ ଷ୍ଟାଡିୟମ ଭିତରେ ୩୪ ଜଣ ଲୋକଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହା ପରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଥିଲା। ସେଥିରୁ ଚିକିତ୍ସାଧୀନ ଅବସ୍ଥାରେ ୧୦୩ ଜଣପ୍ରାଣ  ହରାଇଥିଲେ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ହିଂସାକୁ ନିୟନ୍ତ୍ରିତ କରିବା ପାଇଁ ବଳ ଲଗାଇଥିଲା । ତେବେ ଫୁଟବଲ ପ୍ରଶଂସକମାନେ ପୁଲିସକୁ ମଧ୍ୟ ଝାଡ଼ି ନ ଥିଲେ । ନିୟନ୍ତ୍ରଣ ବାହାରେ ପରିସ୍ଥିତି ଥିବାରୁ ପୁଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା ।  

    ଏସିଆ କପ୍ ଷ୍ଟାଡିୟମରେ ଭଙ୍ଗାରୁଜା

    ଗତମାସ ଏସିଆ କପ୍ ସମୟରେ ମଧ୍ୟ ପ୍ରଶଂସକମାନେ ତୁମୁଳକାଣ୍ଡ କରିଥିଲେ। ସେପ୍ଟେମ୍ବର ୭ ତାରିଖରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଶାରଜା ଠାରେ ମ୍ୟାଚ ଚାଲିଥିଲା। ପାକିସ୍ତାନ ବ୍ୟାଟିଂ କରିବା ସମୟରେ ଜଣେ ବ୍ୟାଟର ନିଜର ବ୍ୟାଟ ଉଠାଇ ଦେଇଥିଲେ। ମ୍ୟାଚ ଶେଷ ହେଲା ପରେ ଉଭୟ ଆଫଗାନିସ୍ତାନ ପ୍ରଶଂସକମାନେ ଉତ୍ତେଜିତ ହୋଇଥିଲେ। ସେମାନେ ଷ୍ଟାଡୟମ ଗ୍ୟାଲେରିରେ ଲାଗିଥିବା ପ୍ଲାଷ୍ଟିକ ଚୌକିଗୁଡ଼ିକ ଭାଙ୍ଗି ଦେଇଥିଲେ। ସେହିପରି ଗତ ମାର୍ଚ୍ଚ ମାସରେ ମେକ୍ସିକୋରେ ଚାଲିଥିବା ଏକ ଫୁଟବଲ ମ୍ୟାଚରେ ହିଂସା ଦେଖିବାକୁ ମିଳିଥିଲା। ସେହିଦିନ ୨୨ ଜଣ ଲୋକ ଆହତ ହୋଇଥିଲେ।

    LEAVE A REPLY

    Please enter your comment!
    Please enter your name here