କୁନିକୁନି ପିଲାଙ୍କ ପାଇଁ ବିପଦ; ନିଖୋଜ ହେଉଛନ୍ତି ଶିଶୁ

    0
    817

    ଭୁବନେଶ୍ୱର: ରାଜ୍ୟରେ କୁନିକୁନି ପିଲାଙ୍କ ପାଇଁ ବିପଦ ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ମଧ୍ୟରେ ବିଭିନ୍ନ ସ୍ଥାନରୁ ଶିଶୁ ନିଖୋଜ ଘଟଣା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ନିଷ୍ପାପ ଶିଶୁମାନେ କାହିଁକି ଓ କେଉଁ ପରିସ୍ଥିତିରେ ନିଖୋଜ ହେଉଛନ୍ତି, ତାହା ଭିନ୍ନ କଥା। କିନ୍ତୁ ଶିଶୁମାନେ ନିଖୋଜ ହେବାରେ ବୁଦ୍ଧିଜୀବୀ ସମାଜ ମଧ୍ୟ କିଛି ପରିମାଣରେ ଦାୟୀ ବୋଲି ଚର୍ଚ୍ଚା ହେଉଛି। କାରଣ ଶିଶୁଟିଏ ଯେତେବେଳେ ଏକାକି ଖେଳୁଛି, ନିଶ୍ଚିତ ଭାବରେ ତାକୁ ଅତିକମରେ କିଛି ଲୋକ ମଧ୍ୟ ଦେଖୁଛନ୍ତି। ଶିଶୁ ସୁରକ୍ଷା ପ୍ରତି ସମାଜର ପ୍ରତ୍ୟେକ ବ୍ୟକ୍ତି ସଚେତନ ରହିଲେ ନିଶ୍ଚିତ ଭାବେ ଏକ ଭଲ କାମ ହୋଇପାରିବ।

    ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁରୁ ନିଖୋଜ ଶିଶୁକନ୍ୟା ‘ପରୀ’ର ଅପହରଣ ପରେ ହତ୍ୟା ଘଟଣା ଠାରୁ ଗୋଟିଏ ପରେ ଗୋଟିଏ ଘଟଣା ଯୋଡ଼ି ହେବାରେ ଲାଗିଛି। ନୟାଗଡ଼ ଜିଲ୍ଲା ରଣପୁର ଅଂଚଳର ହରପ୍ରିୟା ଓରଫ ସ୍ୱାତୀର ମୃତଦେହ ମଧ୍ୟ ନିଖୋଜ ହେବାର ୪ ଦିନ ପରେ ମିଳିଛି। ତେଣୁ ଶିଶୁମାନଙ୍କୁ ସାମାନ୍ୟ ଅବହେଳା ପ୍ରଦର୍ଶନ କରେ କେତେ ବଡ଼ ବିପଦ ଆସିବ, ତାହା ଅବର୍ଣ୍ଣନୀୟ। ଯାଜପୁର ଜିଲ୍ଲା ବିଝାଂରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ପିହୁ ମଧ୍ୟ ୪ ମାସ ହେଲା ନିଖୋଜ ଥିବାରୁ ସ୍ଥାନୀୟ ଅଂଚଳରେ ତାର ଫେରିବା ବାଟକୁ ଅପେକ୍ଷା କରିଛନ୍ତି।

    ଖେଳୁଥିଲା ଶିଶୁ, ଉଠାଇ ନେଲେ ଦୁର୍ବୃତ୍ତ

    ତେବେ ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ଶିଶୁ ନିଖୋଜ ଘଟଣା ମନରୁ ଲିଭି ନଥିବା ବେଳେ ଗଜପତି ଜିଲ୍ଲା କାଶୀନଗରରୁ ଶିଶୁପୁତ୍ର ନିଖୋଜ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ଅନୁସାରେ କାଶୀନଗର ଗ୍ରାମର ଝାମି ଗୋପିଙ୍କ ପୁଅ ହାର୍ଦ୍ଦିକ (୭) ନିଜ ଘରଠାରୁ ୫୦ ମିଟର ଦୂରରେ ଥିବା ଏକ କେକ୍‌ ଦୋକାନ ନିକଟରେ ସନ୍ଧ୍ୟା ସମୟରେ ଖେଳୁଥିଲା। ଏହି ସମୟରେ ଦୁଇଜଣ ଅଜଣା ବ୍ୟକ୍ତି ବାଇକରେ ଆସି ହାର୍ଦ୍ଦିକକୁ ଉଠାଇ ନେଇଥିଲେ।

    କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର

    ଅନ୍ୟ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗ୍ରାମରେ। ଗତକାଲି ସଂନ୍ଧ୍ୟାରେ ନିଖୋଜ ହୋଇ ଯାଇଥିବା ଶିଶୁପୁତ୍ର କାଳିଆ(୩)ର ମୃତଦେହ ଆଜି ସକାଳୁ କୂଅରୁ ଉଦ୍ଧାର ହୋଇଛି। ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ସାନପୁଅ କାଳିଆ ଖେଳୁଥିବା ସମୟରେ ଅଚାନକ ଗାଏବ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ। 

    LEAVE A REPLY

    Please enter your comment!
    Please enter your name here