ଏନ୍‌ସିସି ତାଲିମ ସଂକ୍ରାନ୍ତ ମୋବାଇଲ ଆପର ଶୁଭାରମ୍ଭ

0
610

ନୂଆଦିଲ୍ଲୀ: ରକ୍ଷାମନ୍ତ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି ଏନସିସି) ମୋବାଇଲ ଟ୍ରେନିଂ ଆପର ଆଜି ଶୁଭାରମ୍ଭ କରିଛନ୍ତି। ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇପାରିବ ।

କୋଭିଡ-19 ଯୋଗୁଁ ଦେଶବ୍ୟାପୀ କଟକଣା ଜାରି ଯୋଗୁଁ ଏନସିସି ତାଲିମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ନିକଟ ଭବିଷ୍ୟତରେ ଖୋଲା ହେବା ସମ୍ଭାବନା ଖୁବ କମ ଥିବାରୁ ଏନସିସି କ୍ୟାଡେଟମାନଙ୍କୁ ଅନଲାଇନ ଯୋଗେ ତାଲିମ ପ୍ରଦାନ କରିବା ଆବଶ୍ୟକତା ଉପୁଜିଛି। ଏହି ଅବସରରେ ରକ୍ଷାମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କଥାବାର୍ତ୍ତା ହେବା ସହ ସେମାନଙ୍କ ପ୍ରଶ୍ନଗୁଡିକର ଉତ୍ତର ଦେଇଥିଲେ। ସମର ଶିକ୍ଷାର୍ଥୀମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ନେଇ ସେ କାମନା କରିଥିଲେ।

ଆପର ଉଦ୍‌ଘା‌ଟନ କାଳରେ ଉଦବୋଧନ ଦେଇ ସେ କହିଲେ ଯେ, କୋଭିଡ-19 ଯୋଗୁଁ ପରସ୍ପର ସହ ବ୍ୟକ୍ତିଗତ ଯୋଗାଯୋଗ କଟକଣା ଦୃଷ୍ଟିରୁ ଏହି ଆପ ସେମାନଙ୍କ ପାଇଁ ବିଭିନ୍ନ ବିଷୟ ଶିଖିବାରେ ସହାୟକ ହେବ। ଡିଜି ଏନସିସି ମୋବାଇଲ ତାଲିମ ଆପ ଏନସିସି କ୍ୟାଡେଟମାନଙ୍କୁ ସମସ୍ତ ତାଲିମ ସାମଗ୍ରୀ (ସିଲାବସ, ପ୍ରେସି, ତାଲିମ ଭିଡିଓ ଓ ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ) ଗୋଟିଏ ପ୍ଲାଟଫର୍ମରେ ପ୍ରଦାନ କରିଥାଏ। ଏହି ଆପରେ ପ୍ରଶ୍ନ ପଚାରିବା ବ୍ୟବସ୍ଥା ଯୋଗୁଁ ଓ ଏହା ପାରସ୍ପାରିକ ଆଲୋଚନାର ମଧ୍ୟ ସୁବିଧା ପ୍ରଦାନ କରିଥାଏ। ଏହି ଅପସନର ବ୍ୟବହାର କରି ଜଣେ କ୍ୟାଡେଟ ତାହାର ପ୍ରଶ୍ନ ପଚାରିପାରିବ ଏବଂ ଏକ ପ୍ରଶିକ୍ଷିତ ବ୍ୟକ୍ତିମାନେ ତାହାର ଉତ୍ତର ଦେଇପାରିବେ। ଏନସିସି ତାଲିମ ପାଇଁ ଏହି ଆପ ଏକ ସ୍ଵୟଂକ୍ରିୟ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭିଜନ ଲକ୍ଷ୍ୟକୁ ମଧ୍ୟ ସାକାର କରିପାରିବ।

ଏ ଅବସରରରେ ପ୍ରତିରକ୍ଷା ସଚିବ ଡ. ଅଜୟ କୁମାର, ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୋପ୍ରା, ମନ୍ତ୍ରଣାଳୟର ଅନ୍ୟାନ୍ୟ ବେସାମରିକ ଓ ସାମରିକ ପଦାଧିକାରୀମାନେ ଏହି ଅବସରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here