ନାକଟିଦେଉଳ ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ

0
193

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟର ମିଳିତ ପ୍ରୟାସରେ ୪୩ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି,ବାରକୋଟ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ସାହୁ ମୁଖ୍ଯ ବକ୍ତା, ପ୍ରତିଷ୍ଠାତା ଅଧ୍ଯକ୍ଷ ଶରତ ଚନ୍ଦ୍ର ପ୍ରଧାନ ଓ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଗ୍ରନ୍ଥକାରିକ ଅରୁଣ ବିଶ୍ବାଳ ଅତିଥି ପରିଚୟ କରିଥିବାବେଳେ ଅଧ୍ଯାପକ ଡ. ପ୍ରଶାନ୍ତ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଇ ଅବସରରେ ଗତ ବାର୍ଷିକ ପରୀକ୍ଷାରେ କଳା ଓ ବିଜ୍ଞାନ ବିଭାଗରେ ଟପର ହୋଇଥିବା ଛାତ୍ରୀ ହରପ୍ରିୟା ଦେହୁରୀ , ଛାତ୍ର ଅଂଶୁମାନ ପ୍ରଧାନଙ୍କୁ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ଅଧ୍ଯାପକ ସରୋଜ ଭୁଏ ପରିଚାଳନା କରିଥିଲେ। ଅଧ୍ୟାପିକା ବିନୀତା ମୁର୍ମୁ ଓ ବିଶ୍ବଜିତ ସାହୁଙ୍କ ସଂଯୋଜନାରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୂଷ୍ଠିତ ହୋଇଥିଲା। ଏଇ କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଇ ଥିଲେ।

LEAVE A REPLY

Please enter your comment!
Please enter your name here