୪ଟି ନୂତନ ଇନ୍କ୍ୟୁବେଟର୍ସକୁ ସ୍ୱୀକୃତି

0
661

ଭୁବନେଶ୍ୱର: ରାଜ୍ୟର ୧୫ଟି ଷ୍ଟାର୍ଟ ଅପ୍‌ ଓ ଗୋଟିଏ ଇନ୍‌କ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟଅପ୍‌ ଓଡ଼ିଶା ଟାସ୍କ ଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ଏହା ଘୋଷଣା କରାଯାଇଛି। ଏହି ଅର୍ଥ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ୱୀକୃତି ଓ ପ୍ରୋତ୍ସାହନ ଭାବେ ପ୍ରଦାନ କରାଯାଇଛି।

ମିରାକୁ୍ୟଲେସ୍‌ ମେଡ୍‌ ସଲ୍ୟୁସନ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅନନ୍ୟ ରକ୍ତ ଜମାଟକାରୀ ପାଉଡର ଯାହାକି ପ୍ରସ୍ତୁତକାରୀଙ୍କ ଦାବି ପ୍ରକାରେ ଏହା ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ରକ୍ତ ଜମାଟ ୪୦ ସେକେଣ୍ଡ ମଧ୍ୟରେ କରିବା ବିକଶିତ ବୈଷୟିକ ଜ୍ଞାନକୌଶଳ ଉପରେ ଟାସ୍କ ଫୋର୍ସ କମିଟର ସଦସ୍ୟମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଷ୍ଟାର୍ଟଅପ୍‌ ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛି ଏବଂ ଏହା ବଜାରରେ ଉପଲବ୍ଧ ହେବା ପୂର୍ବରୁ ୟୁଏସ୍‌ଏଫ୍‌ଡିଏ ଦ୍ୱାରା ସ୍ୱୀକୃତି ଲାଭ କରିବାର ଲକ୍ଷ୍ୟ ରଖିଛି। ଅନ୍ୟ ବିକଶିତ ଯନ୍ତ୍ରାଂଶ ମଧ୍ୟରେ ଦୀର୍ଘ ସମୟ କମ୍ପ୍ୟୁଟର ଆଗରେ ବସୁଥିବା ବ୍ୟକ୍ତିଙ୍କ ବସିବା ମୁଦ୍ରାରେ ସୁଧାର ଆଣିବା ଯନ୍ତ୍ର, ସାନିଟାରୀ ନାପ୍‌କିନ୍‌ର ସୌରଶକ୍ତିରେ ଶୁଖାଇବା ଯନ୍ତ୍ର ଏବଂ ଧାନ କୁଣ୍ଡାରୁ ପ୍ରୋଟିନ୍‌ ପ୍ରସ୍ତୁତ ଆଦି ରହିଛି।। ଏଥି ସହିତ ଟାସ୍କ ଫୋର୍ସ ଅନ୍ୟ ଚାରୋଟି ଶିକ୍ଷାନୁଷ୍ଠାନକୁ ଓଡ଼ିଶା ଷ୍ଟାର୍ଟ ଅପ୍‌ ପଲିସି ଅଧୀନରେ ସ୍ୱୀକୃତି ପ୍ରଦାନ କରିଛି।

ଏଥିରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ସିପେଟ୍‌, ଏଆଇସି ନାଳନ୍ଦା ଏବଂ ଏଆଇସି ସିଭିରମଣ ଅନ୍ତର୍ଭୁକ୍ତ। ଏହି ନୂତନ ଇନ୍‌କ୍ୟୁବେଟର୍ସ ବ୍ୟତୀତ ଷ୍ଟାର୍ଟଅପ୍‌ ଓଡ଼ିଶା ଉପକ୍ରମ ଅଧୀନରେ ୧୭ଟି ଇନ୍‌କ୍ୟୁବେଟର୍ସ ପଞ୍ଜୀକୃତ ହୋଇ ଏହା ରାଜ୍ୟର ଷ୍ଟାର୍ଟଅପ୍‌ ଇକୋ-ସିଷ୍ଟମ୍‌କୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରକାରେ ଟାସ୍କଫୋର୍ସ କାର୍ଯ୍ୟ କରିବା ସହ ଓଡ଼ିଶାକୁ ଦେଶର ପ୍ରଥମ ତିନୋଟି ଷ୍ଟାର୍ଟଅପ୍‌ ମଧ୍ୟରେ ସ୍ଥାନିତ କରିପାରିବା ବୋଲି ପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଷ୍ଟାର୍ଟ ଅପ୍‌ ଉପକ୍ରମ ଅଧୀନରେ ଏଯାବତ୍‌ ୬୮୪ ଗୋଟି ଷ୍ଟାର୍ଟଅପ୍‌ ଏବଂ ୧୭ଟି ଇନ୍‌କ୍ୟୁବେଟର୍ସ ପଞ୍ଜୀକୃତ ହୋଇପାରିଛି। ଷ୍ଟାର୍ଟଅପ୍‌ ଉପଯୋଗୀ ବାତାବରଣ ଏବଂ ରାଜ୍ୟ ସରକାରଙ୍କ ପ୍ରଭାବୀ ଶିଳ୍ପନୀତି ଯୋଗୁଁ ୨୦୧୮ ମସିହାରେ ଭାରତ ସରକାରଙ୍କ ଦ୍ୱାରା ଷ୍ଟାର୍ଟଅପ୍‌ ରାଙ୍କିଂରେ ପ୍ରଥମ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିପାରିଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ସଂଜୟ କୁମାର ସିଂ, ଶିଳ୍ପ ନିର୍ଦ୍ଦେଶକ ଜି. ରେଘୁ, ସିଇଓ ଓକାକ୍‌, ନିର୍ଦ୍ଦେଶକ ଏସ୍‌ଟିପିଆଇ ଏବଂ ଅଧ୍ୟକ୍ଷ, ଟିଆଇଇ, ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here