ସ୍ୱତନ୍ତ୍ର ଅଭିଯାନରେ ୧.୨୨ କୋଟି କିଷାନ କ୍ରେଡିଟ କାର୍ଡ଼ ମଞ୍ଜୁର

0
937

ନୂଆଦିଲ୍ଲୀ: ଦେଶର କୃଷି କ୍ଷେତ୍ରକୁ କରୋନା ମହାମାରୀ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସରକାର ଏକ ସ୍ୱତନ୍ତ୍ର ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ରିହାତି ହାରରେ ଋଣ ଯୋଗାଇ ଦିଆଯାଉଛି। ଗତ ଅଗଷ୍ଟ ୧୭ ତାରିଖ ସୁଦ୍ଧା ୧ କୋଟି ୨୨ ଲକ୍ଷ କିଷାନ କ୍ରେଡିଟ କାର୍ଡ ମଂଜୁର କରାଯାଇଛି। ଏହିସବୁ କାର୍ଡରେ ମୋଟ୍‌ ୧,୦୨,୦୬୫ କୋଟି ଟଙ୍କାର ଋଣ କରିହେବ। ଏହାଫଳରେ ଗ୍ରାମାଞ୍ଚଳ ଅର୍ଥନୀତିରେ ବିକାଶ ଘଟିବା ସହିତ କୃଷି କ୍ଷେତ୍ରରେ ଅଭିବୃଦ୍ଧି ସମ୍ଭବ ହେବ।

ଏଠାରେ ସ୍ମରଣଯୋଗ୍ୟ ଯେ ଆତ୍ମନିର୍ଭର ଭାରତ ପ୍ୟାକେଜରେ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କାର ଋଣ କୋହଳ ସୁଧ ହାରରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଏହାଦ୍ୱାରା ଚାଷୀ, ମତ୍ସ୍ୟଜୀବୀ ଓ ଗୋପାଳକ ଉପକୃତ ହେବେ।

LEAVE A REPLY

Please enter your comment!
Please enter your name here