ସାମ୍ବାଦିକ ପାଇଁ ଖବର ଆଗ, ପରିବାର ପଛ !

    0
    454


    ଭୁବନେଶ୍ୱର: ଓଡ଼ିଶା ଗଣମାଧ୍ୟମର ଜଣେ ଅନ୍ୟତମ ଯୁବ, ପ୍ରତିଭାବାନ, ଅତ୍ୟନ୍ତ ସଚ୍ଚୋଟ ଓ ଦୁଃସାହସୀ ସାମ୍ବାଦିକ ଅରିନ୍ଦମ ଦାସ୍‌ଙ୍କ କଟକ ଜିଲ୍ଲା ମୁଣ୍ଡଳୀ ବ୍ୟାରେଜ୍‌ର ମହାନଦୀ ଜଳସ୍ରୋତରେ ମୃତ୍ୟୁ ହୋଇଛି। ମହାନଦୀ ଜଳରାଶିରେ ଫସିଥିବା ହାତୀକୁ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କରିବା ସମରେ ଅରିନ୍ଦମଙ୍କ ମୃତ୍ୟୁ ହେବା ପରେ ରାଜ୍ୟବାସୀ ମର୍ମାହତ ହୋଇଛନ୍ତି। ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସାରଧାରଣ ଲୋକଙ୍କ ଠାରୁ ସରକାରଙ୍କ ପର୍ଯ୍ୟନ୍ତ ଅରିନ୍ଦମଙ୍କ ପରିବାରକୁ ସମବେଦନା ଜଣାଉଛନ୍ତି। ସ୍ୱର୍ଗତ ଅରିନ୍ଦମଙ୍କୁ ସମସ୍ତେ କହୁଛନ୍ତି ସାହସୀ ସାମ୍ବାଦିକ। କର୍ତ୍ତବ୍ୟକୁ ଭଲ ପାଉଥିବା ସାମ୍ବାଦିକମାନେ ଆଜୀବନ କାଳ ପ୍ରତକ୍ଷ୍ୟରେ ହେଉ ଅବା ପରୋକ୍ଷ ଭାବରେ ନିଜ ଜୀବନତଥା ପରିବାରର ଚିନ୍ତା ନକରି ସମାଜର ଉପକାର ଦିଗରେ କାମ କରିଥାନ୍ତି। ଅବହେଳିତ ସମାଜର ଖବର ପରିବେଷଣ କରିଥାନ୍ତି। କିନ୍ତୁ ସମାଜରେ କିଛି ଅସାଧୁ ବ୍ୟକ୍ତି ଗଣମାଧ୍ୟମର ପ୍ରତିଛବିକୁ କଳଙ୍କିତ କରୁଛନ୍ତି।

    ସଚ୍ଚୋର୍ଟ ସାମ୍ବାଦିକମାନେ ନିଜ କର୍ତ୍ତବ୍ୟକୁ ବହୁତ ଭଳ ପାଆନ୍ତି। ସେମାନେ ନିଜ କର୍ତ୍ତବ୍ୟର ମୂଲ୍ୟ ବୁଝନ୍ତି ନାହିଁ। ଚେଇଁଥିବା ଯାଏଁ ଖବର ସହିତ ନିଜକୁ ସଂଶ୍ଲିଷ୍ଟ ରୁହନ୍ତି। ଏପରିକି ପରିବାରରେ ବଡ଼ଧରଣର ଅସୁବିଧା ଥିଲେ ମଧ୍ୟ ଖବର ସହିତ ଜଡ଼ିତ ରହିଥାନ୍ତି। ଏହି ଲକ୍ଷଣ ଥିବା ଜଣେ ସାମ୍ବାଦିକ ଥିଲେ ଅରିନ୍ଦମ ଦାସ। ଅରିନ୍ଦମ ଯେତେବେଳେ କୌଣସି ଖବର ସଂପର୍କିତ ଫୋନ ପାଆନ୍ତି, ସେ ଜାରି ରଖିଥିବା କାମକୁ ଭଲ ଯାଉଥିଲେ। ପିଠି ପଟେ  ନୋଟ ଖାତାକୁ ଗେଞ୍ଜି ତଥା ସମୟକୁ ଅପେକ୍ଷା ନକରି ସିଧାସଳଖ ଘଟଣାସ୍ଥଳକୁ ପହଂଚିଯାଉଥିଲେ। ରାତିରେ ମଧ୍ୟ ଅଫିସରେ ବସି ନ୍ୟୁଜ୍‌ ଫାଇଲ୍‌ କରୁଥିବା ବେଳେ ମଧ୍ୟ ଫୋନ କଲ ପାଇଲା ମାତ୍ରା ସଙ୍ଗେ ସଙ୍ଗେ ଚାଲିଯାଉଥିଲେ। ତାଙ୍କର ସାହାସକୁ ମାନିବାକୁ ପଡ଼ିବ। ସବୁଠାରୁ ବଡ଼ କଥା ହେଲା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକେ ଘରେ ବସିି ଚିନ୍ତିତ ଥିବା ବେଳେ ସେ ଲାଇଫ୍‌ ରିପୋର୍ଟିଂ କରିବାକୁ ଭଲ ପାଉଥିଲେ।

    ପରିବାର ଅଧିକ ଗୁରୁତ୍ୱପୂର୍ଣ୍ଣ

    ସାମ୍ବାଦିକତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଅରିନ୍ଦମ ଦାସ ଅନ୍ୟମାନଙ୍କୁ ଶିକ୍ଷା ଦେଇ ଯାଇଛନ୍ତି ଯେ, ନିଜ କାର୍ଯ୍ୟାଳୟ ପାଇଁ ଯେତିକି ଦାୟିତ୍ୱ ରହିଛି, ତା’ଠାରୁ ପରିବାର ପ୍ରତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଅଫିସ୍‌ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ବ୍ୟକ୍ତିଙ୍କୁ ସମୟ କ୍ରମରେ ସମସ୍ତେ ଭୁଲିଯିବେ। କିନ୍ତୁ ପରିବାର ଲୋକେ ବଂଚିଥିବା ପର୍ଯ୍ୟନ୍ତ ଲୁହ ପିଇପିଇ ଜୀବନ ବିତାଇବେ। ଅରିନ୍ଦମଙ୍କ ବାପାଙ୍କ କିଛି ବର୍ଷ ପୂର୍ବରୁ ଏକ ଦୁର୍ଘଟଣା ମୃତ୍ୟୁ ହୋଇଥିଲା। ସେ ଥିଲେ ପରିବାର ଏକମାତ୍ର ପୁଅ। ତାଙ୍କର ପରଲୋକ ପରେ ସ୍ତ୍ରୀ  ଶିଶୁପୁତ୍ରକୁ କେମିତି ବଡ଼ କରିବେ, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ। ପତ୍ନୀ ଓ ଛୋଟ ପୁଅର ଅବସ୍ଥା ବୁଝିବ କିଏ?  

    ଓଡ୍ରାଫର ଅଣ୍ଡର ୱାଟର ଡାଇଭର

    ହୀରାକୁଦ ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଖୋଲା ଯାଇଥିବା ବେଳେ ମହାନଦୀରେ ବନ୍ୟା ପାଣି ଅଧିକ ରହିଥିଲା। ମୁଣ୍ଡଳୀ ଠାରେ ପ୍ରବାହିତ ଜଳର ସ୍ଥିତି ସଂପର୍କରେ ଓଡ୍ରାଫ୍‌ ଟିମ ମଧ୍ୟ ଆକଳନ କରିପାରି ନଥିଲେ। ଫଳରେ ଜଳସ୍ରୋତ ବୋଟ୍‌କୁ ଟାଣି ନେଇଥିଲା। ଅରିନ୍ଦମ ଦାସ ଓ ଓଡ୍ରାଫର ଅଣ୍ଡର ଓ୍ଵାଟର ଡାଇଭର ସୀତାରାମ ମର୍ମୁ ବୋଟ୍‌ରୁ ଖସି ଯାଇଥିଲେ। ସେମାନେ ବଂଚିବା ପାଇଁ ବହୁ ଉଦ୍ୟମ କରିଥିଲେ ଏଥିରେ ସେମାନେ ବିଫଳ ହୋଇଥିଲେ। ବଡକଥା ହେଉଛି ପାଣି ଭିତରୁ ଅତି ଦକ୍ଷତାର ସହିତ ପାଖାପାଖି ୫ଶହ ଲୋକଙ୍କୁ ଉଦ୍ଧାର କରିବାର ରେକର୍ଡ କରିଥିବା  ସୀତାରାମ ନିଜର ସୁରକ୍ଷା କରିପାରିଲେ ନାହିଁ। ମୟୂରଭଞ୍ଜର ସୀତାରାମ କଟକ ସହରର ଚାଉଳିଆଗଞ୍ଜରେ ରହୁଥିଲେ। ଏବେ ତାଙ୍କର ମୃତ୍ୟୁ ପରେ ସ୍ତ୍ରୀଙ୍କୁ ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅକୁ ନେଇ ଚାଲିବାକୁ ପଡ଼ିବ।

    ଜିଇଁବା ପାଇଁ ଦନ୍ତାର ସଂଘର୍ଷ

    କଟକ ଜିଲ୍ଲା ବାଙ୍କୀ ଦେବୀଦ୍ୱାର ଠାରୁ କଇଁମୁଣ୍ଡି ରାସ୍ତା ହାତୀମାନଙ୍କର ଚଲାପଥ।  ଦେବୀଦ୍ୱାର-କଇଁମୁଣ୍ଡି ଠାରୁ ମୁଣ୍ଡଳୀ ପାଖାପାଖି ୩କିମି ହେବ। ଏହି ଅଂଚଳରେ ବର୍ଷର ବିଭିନ୍ନ ସମୟରେ ହାତୀମାନେ ଯିବା ଆସିବା କରିଥାନ୍ତି। ହୀରାକୁଦର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଦନ୍ତା ହାତୀଟି ପାଣିରେ ଫସି ଯାଇଥିଲା। ଗତ ଗୁରୁବାର ସନ୍ଧ୍ୟାରେ ମଧ୍ୟ ହାତୀମାନଙ୍କର ଏକ ଦଳ ଡମପଡ଼ା ଜଙ୍ଗଲ ଆଡ଼କୁ ଯାଉଥିଲେ। କିନ୍ତୁ ସେଦିନ କୌଣସି କାରଣରୁ ଦନ୍ତା ମହାନଦୀକୁ ଖସିପଡ଼ିଥିଲା। ଜୀବନ ବଂଚାଇବାକୁ ହାତୀ ବହୁତ ଉଦ୍ୟମ କରିଥିଲା।  କିନ୍ତୁ ଶେଷରେ ଦନ୍ତାର ମୃତଦେହ ଠାବ ହୋଇଥିଲା।

    LEAVE A REPLY

    Please enter your comment!
    Please enter your name here