ସମ୍ବଲପୁର କଳା ଏକାଡେମୀର ୩୧ତମ ବାର୍ଷିକ ଉତ୍ସବ 

0
328

– ଚିତ୍ରଶିଳ୍ପୀ ଲୀନା ମେହେରଙ୍କୁ କଳା ଏକାଡେମୀ ସମ୍ମାନ

ସମ୍ବଲପୁର୧୨/୧: ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ ଭବନରେ ରବିବାର ସମ୍ବଲପୁର କଳା ଏକାଡେମୀର ୩୧ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରିଷ୍ଠ ଚିତ୍ରଶିଳ୍ପୀ ଭୋଳାନାଥ ନାୟକ ଓ ନାଟ୍ୟକାର ଏବଂ ସଂଗୀତ ନିର୍ଦ୍ଦେଶକ ବ୍ରଜେନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଝରଣା ସାହୁ ଓ ରୋଶନୀରାଣି ଖମାରୀଙ୍କୁ ଏକାଡେମୀ ସମ୍ମାନ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ଲୀନା ମେହେରଙ୍କୁ କଳା ଏକାଡେମୀ ସମ୍ମାନ ପ୍ରଦାନ କରାଯାଇଥିଲା। କରୁଣାକର ଶତପଥୀ ମାନପତ୍ର ପାଠ କରିଥିଲେ। ସ୍ମୃତି ମିଶ୍ର, ଅଦ୍ବେତା ମିଶ୍ର ଓ ଆକାଂକ୍ଷା ମହାପାତ୍ର ସଂଗୀତ ପରିବେଷଣ କରିଥିଲେ। ସଭାକୁ ଜ୍ୟୋତିୟାଦିତ୍ୟ ମହାନ୍ତି ସଂଯୋଜନା କରିଥିଲେ। ସୁବ୍ରତ ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ଆକୃତି ଦାସ ଧନ୍ୟବାଦ ଦେଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାର ୮୦ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଶାନ୍ତ ମାଝୀ, ଗୌରିଦାସ ପଣ୍ଡା, ରଞ୍ଜିତ ରଥ, ବଳରାମ ହୋତା, ଆୟୁଷ୍ମାନ ଦାସ, କୁଳଦୀପ ବର୍ମା, ଦେବେନ୍ଦ୍ର ସାହୁ, ନିବେଦିତା ଦାଶ, ଶିବାନୀ ଭୋଇ, ଶିଳ୍ପୀରାମ, ଇତିଶା ମହାପାତ୍ର, ଶୁଭମ ନାୟକ, ପଙ୍କଜ ଠାକୁର ଓ ଅଭିଷେକ ବିଶ୍ବାଳ ସହଯୋଗ କରିଥିଲେ।


LEAVE A REPLY

Please enter your comment!
Please enter your name here