ଯୁଦ୍ଧ ସମୟରେ ଦୟା ଦେଖାଇଲା ଇସ୍ରାଏଲ

    0
    198

    ଭୁବନେଶ୍ବର: ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଦୀର୍ଘ ଦେଢ଼ ମାସ ହେଲା ଯୁଦ୍ଧ ଜାରି ରହିଛି। ଗତ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଯୋଗୁଁ ହଜାର ହଜାର ଲୋକଙ୍କର ମୁଣ୍ଡ ଗଡ଼ିଥିବା ବେଳେ ସରକାରଙ୍କ ସମେତ ଜନସାଧାରଣଙ୍କ କୋଟି କୋଟି ଟଙ୍କାର ସଂପତ୍ତି ଭସ୍ମୀଭୂତ ହୋଇସାରିଛି। ହମାସ ଦ୍ବାରା ଯୁଦ୍ଧ ଘୋଷଣା ହୋଇଥିଲା। ପ୍ରଥମ ଦିନରେ ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଇଲ୍‌ ଅଭିମୁଖେ ପ୍ରାୟ ୫୦୦୦ ରକେଟ୍‌ ଛୁଟିଥିଲା। ମାତ୍ର ୨୦ ମିନିଟ ମଧ୍ୟରେ ଇସ୍ରାଏଲ୍‌ କିଛି ସ୍ଥାନ ଛାରଖାର ହୋଇଥିଲା। ଇସ୍ରାଏଲ୍‌ ମଧ୍ୟ ଗାଜା ଉପରେ ନିଜର ଆଧିପତ୍ୟ ବସ୍ତାର କରିଥିଲା। ହେବା ମାତ୍ରେ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ର ଏଭଳି ଆର୍ଥିକ ଓ ସାମାଜିକ କ୍ଷତି ହୋଇଛି ଯେ, ପୁଣି ଥରେ ଅଣ୍ଟା ସଳଖ କରିବାକୁ ଅନେକ ଦଶନ୍ଧି ଲାଗିପାରେ।  

    ଯୁଦ୍ଧ ଘୋଷଣା ହେବାର ୪୮ ଦିନ ପରେ ଇସ୍ରାଏଲ୍‌-ହମାସ ମଧ୍ୟରେ ୪ଦିନିଆ ସଂଘର୍ଷ ବିରତି ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି। କତାର ଗୁରୁବାର ଦିନ ଏହି ଘୋଷଣା କରିଛି ଯେ, ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ୪ ଦିବସୀୟ ସଂଘର୍ଷ ବିରାମ ଶୁକ୍ରବାର ସକାଳୁ ଆରମ୍ଭ ହେବ ଏବଂ ଅପରାହ୍‌ଣରେ ନାଗରିକ ବନ୍ଧକ ଏବଂ ପାଲେଷ୍ଟାଇନ୍‌ କଏଦୀମାନଙ୍କୁ ମୁକ୍ତ କରାଯିବ। କତାର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମାଜିଦ ଉଲ୍‌-ଅଂସାରୀଙ୍କ କହିବା ଅନୁସାରେ ସଂଘର୍ଷ ବିରାମ ସ୍ଥାନୀୟ ସମୟ ଅନୁସାରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଗଣମାଧ୍ୟମ ରିପୋର୍ଟ କରିଥିବା ବେଳେ। କିଛି ମହିଳା ଓ ଶିଶୁଙ୍କୁ ସନ୍ଧ୍ୟାରେ ଜେଲରୁ ମୁକ୍ତି ପାରେ।

    ଜାରି ରହିପାରେ ଯୁଦ୍ଧ

    ଅନ୍ୟପଟରେ ଇସ୍ରାଏଲ୍‌ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌)ର ମୁଖପାତ୍ର ଡାନିଏଲ୍‌ ହାଗାରୀ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଯେପର୍ଯ୍ୟନ୍ତ ଏହା ବାସ୍ତବ ହୋଇନାହିଁ, ସେତେବେଳ ପର୍ଯ୍ୟନ୍ତ ଅନ୍ତିମ ରୂପ ଦିଆଯାଇପାରିବ ନାହିଁ। ଏଥି ସହିତ ଏହି ପ୍ରକ୍ରିୟା ମଧ୍ୟ କୌଣସି ସମୟରେ ପରିବର୍ତ୍ତନ ହୋଇପାରେ। ହାଗାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ପଟ୍ଟୀରେ ଯୁଦ୍ଧ ଜାରି ରଖିଛି। ଏକଦା ଯୁଦ୍ଧ ବିରାମ ଲାଗୁ ହେଲା ପରେ, ଇସ୍ରାଏଲ ପ୍ରତିରକ୍ଷା ବଳର ସେନାକୁ ଭିତରେ ସ୍ଥାପିତ ’ଟ୍ରୁସ ଲାଇନ୍‌’ ଅଞ୍ଚଳରେ ମୁତୟନ କରାଯିବ। ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଗାଜାରେ ୨୫୦୦ ଆତଙ୍କବାଦୀଙ୍କୁ ନିହତ ଓ ବନ୍ଦୀ କରାଯାଇଛି। ଏତଦ୍‌ ବ୍ୟତୀତ ଇସ୍ରାଏଲ ଆକ୍ରମଣରେ ଆହୁରି ହଜାର ହଜାର ସାଧାରଣ ଲୋକଙ୍କ ସହିତ ମହିଳା ଓ ଶିଶୁଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟରେ ହମାସର ଆତଙ୍କବାଦୀମାନେ ଇସ୍ରାଏଲ୍‌ରେ ପ୍ରବେଶ କରି ୧୨୦୦ ଲୋକଙ୍କୁ ହତ୍ୟା କରିଦିଆଯାଇଛି। ଏଥିରେ ଅଧିକାଂଶ ନାଗରିକ ଅଛନ୍ତି, ଯେଉଁମାନଙ୍କୁ କ୍ରୁର ଅତ୍ୟାଚାର ଓ ଏକ ସଂଗୀତ ସମା‌ରୋହରେ ହତ୍ୟା କରାଯାଇଥିଲା।

    ସ୍ବାଗତଯୋଗ୍ୟ ପଦକ୍ଷେପ

    ସବୁଠାରୁ ବଡ଼ କଥା ହେଲା ଯେ, ଯେଉଁ ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୁଣ୍ଡ ଗଡ଼ିସାରିଛି, ହଜାର ହଜାର କୋଟି ଟଙ୍କା ଭସ୍ମୀଭୂତ ହୋଇସାରିଛି, ସେଠାରେ ଅଳ୍ପ କିଛି କଏଦୀଙ୍କୁ ମୁକ୍ତ କରିବା ପାଇଁ ଚିନ୍ତା କରାଯାଉଛି। ଇସ୍ରାଏଲ ସରକାରଙ୍କ ଏହି ମଣିଷ ପଣିଆ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଉଛି। କିନ୍ତୁ ସରକାର ଏବେ ଯେଉଁ କାମ କରୁଛନ୍ତି, ଯଦି ବହୁ ପୂର୍ବରୁ କରିଥାନ୍ତେ, ତା’ହେଲେ ବହୁ ଧନଜୀବନ ବଞ୍ଚି ଯାଇଥାନ୍ତା। ଉଭୟ ଦେଶ ମଧ୍ୟରେ ଯେଉଁ ବିରାଟ ଶତ୍ରୁତା ଦେଖାଯାଇଛି, ତାହା ଭଲ ବନ୍ଧୁତାରେ ପରିଣତ ହୋଇ ବିଶ୍ବବାସୀଙ୍କ ପାଇଁ ଉଦାହରଣ ପାଲଟିଥାନ୍ତା।

    ଭାରତର ମାନବୀୟ ସହାୟତା

    ଇସ୍ରାଏଲ୍‌ ଓ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଗ୍ର ରୂପ ନେଉଥିବା ବେଳେ ପାଲେ‌ଷ୍ଟାଇନ୍‌କୁ ଗତ ୨୨ ତାରିଖରେ ଭାରତ ଦ୍ବିତୀୟ ବ୍ୟାଚ୍‌ ସହାୟତା ପଠାଇଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଥିଲେ ଯେ, ପାଲେଷ୍ଟାଇନ୍‌ବାସୀଙ୍କ ନିମନ୍ତେ ଆମେ ମାନବୀୟ ସହାୟତା ପଠାଇବା ଜାରି ରଖିଛୁ। ୩୨ ଟନ୍‌ ଓଜନର ସହାୟତା ବହନ କରିଛୁ। ପାଲେଷ୍ଟାଇନ୍‌କୁ ଭାରତ ମେଡିକାଲ୍‌ ଓ ବିପର୍ଯ୍ୟୟକାଳୀନ ରିଲିଫ୍‌ ସାମଗ୍ରୀର ପ୍ରଥମ ବ୍ୟାଚ୍‌ ପଠାଇଥିଲା। ଗାଜା ସହିତ ଥିବା ଇଜିପ୍ଟର ସୀମାନ୍ତ ରାଫା କ୍ରସିଙ୍ଗ୍‌ଠାରୁ ଏଲ୍‌-ଏରିଶ୍ ବିମାନ ବନ୍ଦର ପ୍ରାୟ ୪୫ କିଲୋମିଟର୍‌ ଦୂରରେ ଅବସ୍ଥିତ। ଗାଜାକୁ ମାନବୀୟ ସହାୟତା ପ୍ରେରଣ କରିବା ଲାଗି ସମ୍ପ୍ରତି ରାଫା ହେଉଛି ଏକମାତ୍ର ପ୍ରବେଶ ପଥ।

    LEAVE A REPLY

    Please enter your comment!
    Please enter your name here