ଭାରତରେ ବ୍ୟବସାୟିକ କୋଇଲା ଉତ୍ତୋଳନ ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ

0
748

ନୂଆଦିଲ୍ଲୀ: ଭାରତରେ ବ୍ୟବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ ପାଇଁ କୋଇଲା ଖଣିଗୁଡିକର ଯେଉଁ ନିଲାମ ପ୍ରକ୍ରିୟା ଚାଲିଛି। ଏହି କାର୍ଯ୍ୟଟି ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଏକ ମନୋନୀତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗତ ଜୁନ୍‌ ମାସରେ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବ୍ୟବସାୟିକ ଖନନ ପାଇଁ କୋଇଲା ଖଣିକୁ ମୁକ୍ତ କରି ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି କରିବା। ସେଥିପାଇଁ ୨୦୧୭ରେ ପ୍ରଣୀତ ହୋଇଥିବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ନୀତିରେ ଆବଶ୍ୟକ ସଂଶୋଧନ କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ସରକାର ପ୍ରେସ ବିବୃ୍ତି ଜାରି କରିଛନ୍ତି। ତଦନୁସାରେ କୋଇଲା ଖନନ ଓ ଉତ୍ତୋଳନ ଆଦି କାର୍ଯ୍ୟରେ ଶତପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରାଯାଇପାରିବ ଏବଂ ଏହା ଅଟୋମେଟିକ୍‌ ରୁଟ୍‌ରେ କାର୍ଯ୍ୟକାରୀ ହେବ। ଏହି ବିଦେଶୀ ପୁଞ୍ଜି ନିବେଶ ମଧ୍ୟ କୋଇଲା ଖନନ ସହ ସଂପୃକ୍ତ ଭିତ୍ତିଭୂମି, ନିର୍ମାଣ, କୋଇଲା ବିକ୍ରି ଏବଂ ତତ୍‌ସଂକ୍ରାନ୍ତ ଅନ୍ୟାନ୍ୟ କ୍ଷେତ୍ରରେ କରାଯାଇପାରିବ।

ତଦନୁସାରେ ଟେଣ୍ଡର କାଗଜପତ୍ରରେ ଏସବୁର ଉଲ୍ଲେଖ କରାଯାଇଥିଲା ଏବଂ ଭାରତ ସରକାରଙ୍କ ୨୦୧୯ ପ୍ରେସବିବୃତି ୪ରେ ୨୦୧୭ର ସଂଶୋଧିତ ପୁଞ୍ଜି ନିବେଶ ନୀତି ଅଟୋମେଟିକ ରୁଟ୍‌ରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ନିବେଶ ଏବଂ ଅନ୍ୟାନ୍ୟ ବିଷୟ ଉଲ୍ଲେଖ କରାଯାଇଛି। ଆହୁରି ମଧ୍ୟ ଆଇନର ସଂଶୋଧନ ଫଳରେ ନୂଆ କରି ଲାଗୁ ହେବାକୁ ଥିବା ନୀତିନିୟମ ଓ କୋଇଲାର ବିକ୍ରିବଟା ଆଦି ଏଥିରେ ଉଲ୍ଲେଖ ରହିଛି। ଏହି ପ୍ରେସ୍‌ବିବୃତି ଅନୁସାରେ ଭାରତର ସୀମାସରହଦକୁ ଲାଗିଥିବା ଯେକୌଣସି ଦେଶର ବ୍ୟକ୍ତିବିଶେଷ ଓ ସଂସ୍ଥା ମଧ୍ୟ ଏହି ପୁଞ୍ଜି ନିବେଶ କରିପାରିବେ। ଏପରିକି ପାକିସ୍ତାନର ନାଗରିକ କିମ୍ବା ସଂସ୍ଥା ମଧ୍ୟ ଏଥିପାଇଁ ଅଟୋମେଟିକ୍‌ ରୁଟ୍‌ରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଯୋଗ୍ୟ। ତେବେ ପାକିସ୍ତାନ ସମେତ ବିଦେଶର କୌଣସି ବ୍ୟକ୍ତିବିଶେଷ ବା ସଂସ୍ଥା ମହାକାଶ, ପ୍ରତିରକ୍ଷା, ଆଣବିକ ଶକ୍ତି ସମେତ ବିଦେଶୀଙ୍କ ନିମନ୍ତେ ନିଷିଦ୍ଧ ଥିବା ଅନ୍ୟାନ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ କରିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here