ବିବାହ: ଆସାମ ସରକାରଙ୍କ ନୂଆ ଯୋଜନା

    0
    547

    ଭୁବନେଶ୍ବର: ବିବାହ ଏକ ପବିତ୍ର ବନ୍ଧନ। ପରିବାରର ଭବିଷ୍ୟତ ପୀଢ଼ି, ସାମାଜର ସଂପ୍ରସାରଣ, ରାଷ୍ଟ୍ରର ଗଠନ ପାଇଁ ବବାହର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିବାହ ବିନା ଏସବୁ ପରିକଳ୍ପନା ଦେଖିବା ଅସମ୍ଭବ। ବିବହାର ସଜ୍ଞା କିନ୍ତୁ ଦିନକୁ ଦିନ ପରବର୍ତ୍ତିତ ହେଉଛି। ଏକଦା ଏହା ପରାଂପରିକ ଶୈଳୀରେ ଆୟୋଜନ ହେଉଥିବା ବେଳେ ଏବେ କିନ୍ତୁ ଏହା ପ୍ରେମରେ ପରିଣତ ହୋଇଯାଇଛି। ବିବାହକୁ କେନ୍ଦ୍ର କରି ସମାଜରେ ଅଭାବନୀୟ ଅଘଟଣ ଓ ଅପରାଧଜନିତ ଘଟଣା ଘଟୁଛି। ବାପା-ମା’ ତଥା ପରିବାର ଲୋକେ ଆଗରୁ ଯୋଗାଯୋଗ ସୂତ୍ରରେ ପୁଅ-ଝିଅଙ୍କର ବିବାହ କରୁଥିଲେ। କିନ୍ତୁ ଆଜିକାଲିର ଯୁବକ-ଯୁବତୀ ନିଜର ବିବାହ ନିଜେ ଠିକ କରିଦେଉଛନ୍ତି। ବିବାହର ଢେର ଅଧିକ ବର୍ଷ ପୂର୍ବରୁ ଅଘୋ‌ଷିତ ବୈବାହିକ ସଂପର୍କ ପ୍ରତିଷ୍ଠା କରୁଛନ୍ତି।

    ତେବେ ଆଜିକାଲିର ପ୍ରେମବିବାହକୁ ଯଦିଓ ପାଶ୍ଚାତ୍ୟ ଦେଶରେ ସହଜରେ ଗ୍ରହଣ କରାଯାଇଛି, ଭାରତରେ ଏହା ସଂପୂର୍ଣ୍ଣ ଭାବେ ସ୍ବୀକୃତି ଲାଭ କରିପାରିନାହିଁ। ଭାରତ ଏକ ପରଂପରାର ଦେଶ ହୋଇଥିବାରୁ ଏଠାରେ ଆଧୁନିକକୁ ଯଦିଓ ଗୁରୁତ୍ବ ଦିଆଯାଉଛି, ତଥାପି ପରଂପରା ମଧ୍ୟ ଜୀବିତ ଅଛି। ଅନେକ କ୍ଷେତ୍ରରେ ଜଣେ ଯୁବକ ଯେତେବେଳେ ତା’ର ମନପସନ୍ଦର ଯୁବତୀଙ୍କୁ ପରିବାରର ଅସମ୍ମତିରେ ବିବାହ କରୁଛି, ତାକୁ ସାମାଜିକ ଆକ୍ରୋଶର ଶିକାର ହେବାକୁ ପଡୁଛି। ଜଣକୁ ଭଲ ପାଇ ବିବାହ କରିବା ଯଦି ସରକାର ବେଆଇନ ଘୋଷଣା କରି ନାହାନ୍ତି, ତଥାପି ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ।

    ଓଡ଼ିଶାରେ ୫୦ ହଜାର ସହାୟତା

    ବିବାହ ପାଇଁ ସରକାରୀ ସ୍ତରରେ ଏକାଧିକ ବ୍ୟବସ୍ଥା କରିଛନ୍ତି। ଏଥିରେ କୋର୍ଟ ବିବାହ, ବିବାହ ପାଇଁ ସହାୟତା ରାଶି ପ୍ରଦାନ ଆଦି ପ୍ରମୁଖ। ଦେଶର ଆଇନ ଅନୁସାରେ ଜଣେ ଯୁବକ ହେଉ ବା ଯୁବତୀ ନିଜ ନିଜ ପସନ୍ଦରେ ବିବାହ କରିପାରିବେ। ଏହା ଯେକୌଣସି ଜାତି ହେଉ ବା ଧର୍ମ। ଜାତି, ଧର୍ମ ତାରତମ୍ୟକୁ ଶେଷ କରିବା ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓଡ଼ିଶା ସରକାର ବିପିଏଲ୍‌ ପରିବାରର କନ୍ୟାପିତାଙ୍କୁ ବିବାହ ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରୁଛନ୍ତି।

    ୧୦ ହଜାରରୁ ୫ ଲକ୍ଷ ସହାୟତା

    ତେବେ ବିବାହ ନେଇ ଆସାମ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର  ଜାତିଗତ ଭିନ୍ନତାକୁ ଶେଷ କରିବା ପାଇଁ ଭିନ୍ନ ଜାତିରେ ବିବାହ ଯୋଜନାକୁ ପ୍ରେତ୍ସାହନ ଦେଇଛନ୍ତି। ଅନୁସୂଚିତ ଜାତି କଲ୍ୟାଣ ବିଭାଗ ଇଣ୍ଟରକାଷ୍ଟ ମ୍ୟାରେଜ୍‌ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ସରକାର ୧୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବେ। ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ଯେଉଁ ହିତାଧିକାରୀମାନେ ଏହି ଯୋଜନାରୁ ଲାଭ ପାଇପାରିବେ, ସେମାନେ ୨୦୧୯ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ବିବାହ କରିଥିବା ଦରକାର ଏବଂ ଦମ୍ପତ୍ତିଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ କମ ହୋଇଥିବା ଦରକାର। କିନ୍ତୁ ଏକ ସର୍ତ୍ତ ହେଲା ଯେ, ପତି ଅଥବା ପତ୍ନୀଙ୍କ ମଧ୍ୟରୁ କେହି ଜଣେ ଅନୁସୂଚିତ ଜାତ ଓ ଅନ୍ୟ ଜଣେ ସାଧାରଣ ଜାତି ହୋଇଥିବା ଦରକାର।

    ହ୍ରାସ ପାଇବ ଭେଦଭାବ

    ବାପା-ମା’ ନିଜ ସନ୍ତାନ-ସନ୍ତତିଙ୍କୁ ଛୋଟରୁ ବଡ଼ କରିଥାନ୍ତି। ବିବାହ ସମୟରେ ନିଜ ପସନ୍ଦର ଯୋଗ୍ୟ/ଯୋଗ୍ୟା ପାତ୍ର/ପାତ୍ରୀ ଚୟନ କରିବାକୁ ଲକ୍ଷ୍ୟ ରଖିଥାନ୍ତି। କିନ୍ତୁ ଅନେକ ଯୁବକ/ଯୁବତୀ ଏହାକୁ ଗ୍ରହଣ କରିନଥାନ୍ତି। ସେମାନେ ନିଜ ପସନ୍ଦରେ ବିବାହ କରିଥାନ୍ତି, ଯାହାକି ସେମାନଙ୍କର ବାପା-ମା’ଙ୍କୁ ଅସହ୍ୟ ହୋଇଥାଏ। ବିଶେଷ କରି ଭିନ୍ନ ଜାତିରେ ବିବାହ କରୁଥିବା ବ୍ୟକ୍ତି ନିଜ ପରିବାରରେ ସ୍ଥାନ ପାଇପାରି ନଥିଲେ। ବେଳେ ମାନସିକର ଯନ୍ତ୍ରଣାରେ ଛଟପଟ ହୋଇ ଏଭଳି ବ୍ୟକ୍ତିମାନେ ଆତ୍ମହତ୍ୟା ମଧ୍ୟ କରୁଥିବା ଦୃଷ୍ଟିଗୋଚର ହେଉଛି। ଆସାମ ସରକାରଙ୍କ ଯୋଜନାକୁ ଯଦି ସମାଜ ଗ୍ରହଣ କରିବ, ତା’ହେଲେ ସାମାଜିକ ଭେଦଭାବ ହ୍ରାସ ପାଇବ। ଏଥି ସହିତ ସଦଭାବ, ସକରାତ୍ମକ ମାନସିକତା ଓ ସାମାଜିକ ସନ୍ତୁଳନର ଭାବନାକୁ ପ୍ରୋତ୍ସାହିତ କରିବ। 

    LEAVE A REPLY

    Please enter your comment!
    Please enter your name here