ବିକଶିତ ନାଗରିକ ମଞ୍ଚ ପକ୍ଷରୁରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମର୍ଦ୍ଧନା 

0
148

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର  ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ  ବିକଶିତ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ସମର୍ଦ୍ଧନା ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସାଂସଦ ଭାବରେ ନିର୍ବାଚିତ କରିଥିବାରୁ ସାଂସଦ କ୍ଷେତ୍ରର  ଜନସାଧାରଣଙ୍କୁ  ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ  ଗରିବ, ଯୁବକ, ମହିଳା,  ଚାଷୀ ଓ ଆଦିବାସୀଙ୍କ ପାଇଁ ପ୍ରାଥମିକତା ଦିଆଯାଉଛି। ମା ଭଉଣୀ ମାନଂକୁ ଲକ୍ଷପତି ଦିଦି ଯୋଜନାରେ ସ୍ୱାବଲମ୍ବୀ କରାଯାଉଛି । ଆଗାମୀ ଦିନରେ ସମ୍ବଲପୁର ସମେତ ଓଡ଼ିଶାର ବ୍ଲୁ ପ୍ରିଣ୍ଟ  କରି  ବ୍ୟବସ୍ଥାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ  ମୁଁ ଗୁଣ୍ଡୁଚିମୂଷାର ଦାୟିତ୍ବ ନେବି ବୋଲି କହିଥିଲେ। ରେଢ଼ାଖୋଲରେ ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଓ ଏକ ଅଡିଟୋରିୟମ ନିର୍ମାଣ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here