ବଡ଼ ଠାକୁରଙ୍କ ପାଇଁ ସୂର୍ଯ୍ୟ ପ୍ରକାଶ ଗଢ଼ିଲେ କୁନି ରଥ

0
139

ଧୂପକାଠିରେ ସୂକ୍ଷ୍ମ କାରିଗରୀ

ସମ୍ବଲପୁର: ସମ୍ବଲପୁର ସହରର ଶିଶୁ ଶିଳ୍ପୀ ସୂର୍ଯ୍ୟ ପ୍ରକାଶ ବାରିକ ଗଢିଛନ୍ତି ୩ଟି କୁନି ରଥ। ଘୋଷଯାତ୍ରା ଉପଲକ୍ଷେ ନିଜର କଳାକୁ ନୂଆ ରୂପ ଦେଇଛନ୍ତି। ୮୩୨ ଖଣ୍ଡ ଧୂପକାଠିର ବ୍ୟବହାର କରି ୩.୫ ଇଞ୍ଚ ଉଚ୍ଚତାର ୩ଟି ରଥ ପ୍ରସ୍ତୁତ କରିଛନ୍ତି ସୂର୍ଯ୍ୟ ପ୍ରକାଶ। ଅବିକଳ ପୁରୀର ୩ ରଥ ଭଳି ଦେଖାଯାଉ ଥିବା ଏହି ରଥରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବିରାଜମାନ କରିବେ। ଏହି ରଥରେ ଛୋଟ କାଠର ସର୍ବମୋଟ ୪୨ଟି ଚକ ମଧ୍ୟ ନିର୍ମାଣ କରିଛନ୍ତି। ଏହା ନିର୍ମାଣ କରିବା ପାଇଁ ତାଙ୍କୁ ପାଖାପାଖି ୧ ମାସ ସମୟ ଲାଗିଛି।

ସମ୍ବଲପୁର ବୁଢ଼ାରଜା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ସୂର୍ଯ୍ୟ ପ୍ରକାଶ ବାରିକ। କରୋନା ମହାମାରୀ ସମୟରୁ ସେ ପ୍ରତିବର୍ଷ କାର୍ଡ ବୋର୍ଡରେ ରଥ ତିଆରି କରି ବେଶ୍ ପ୍ରଶଂସା ସାଉଁଟିଥିବା ବେଳେ ଚଳିତ ବର୍ଷ ସୂକ୍ଷ୍ମ କାରିଗରୀ ର ନିଆରା କଳାକୃତି କରିଛନ୍ତି।

LEAVE A REPLY

Please enter your comment!
Please enter your name here