ବଡ଼ମାଳ ଓ ବଡ଼ବାହାଲ ରେଞ୍ଜ ବନବିଭାଗ ପକ୍ଷରୁ ଚଢ଼ଉ

0
269

ରେଢ଼ାଖୋଲ(ମହାବୀର ସିଂ ଦେଓ): ରେଢ଼ାଖୋଲ ବନଖଣ୍ଡର ବଡ଼ମାଳ ଓ ବଡ଼ବାହାଲ ରେଞ୍ଜ ବନବିଭାଗ ପକ୍ଷରୁ ଚଢ଼ଉ କରି ସମୁଦାୟ ୧୩୨୦ ବଣ୍ଡଲ ଚୋରା କେନ୍ଦୁପତ୍ର ଜବତ ହୋଇଛି। ଗତକାଲି ରାତିରେ ବଡ଼ମାଳ ରେଞ୍ଜ ଅଂଚଳରୁ (ଡବ୍ଲୁବି ୧୧ଏଫ ୪୩୦୪) ପିକଅପ୍ ଭ୍ୟାନ ଯୋଗେ ୨୪୮ ବଣ୍ଡଲ କେନ୍ଦୁପତ୍ର ବୋଝେଇ ହୋଇ ବାହାରକୁ ଚୋରା ଚାଲାଣ ପାଇଁ ଉଦ୍ୟମ ହେଉଥିଲା। ବନ ବିଭାଗ ଖବର ପାଇ ମୋଚିବାହାଲ ଠାରେ ଚଢ଼ାଉ କରି ଗାଡ଼ି ସହିତ କେନ୍ଦୁପତ୍ର ଜବତ କରାଯାଇଛି। ସେହିପରି ବଡ଼ବାହାଲ ରେଞ୍ଜର ବାରବାଙ୍କ ଗ୍ରାମ ଆମ୍ବବୁରି ସାହିର ପିଙ୍କି ପ୍ରଧାନଙ୍କ ଘରୁ ବଡ଼ବାହାଲ ରେଞ୍ଜ ପକ୍ଷରୁ ଗତକାଲି ରାତିରେ ଚଢ଼ାଉ କରାଯାଇ ୧୦୭୨ ବଣ୍ଡଲ କେନ୍ଦୁପତ୍ର ଜବତ କରା ଯାଇଛି। ଉଭୟ ଚଢ଼ଉରେ ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ ସେଠୀ, ବଡ଼ବାହାଲ ରେଞ୍ଜ ଅଧିକାରୀ ପ୍ରଜ୍ଞା ପରିମିତା ଦୀପ, ଫରେଷ୍ଟର ବିଜୟ ବିଶ୍ୱାଳଙ୍କ ସମେତ ବନ ବିଭାଗର ବହୁ କର୍ମଚାରୀ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here