ପାକିସ୍ତାନ-ଇରାନ ଏୟାର ଷ୍ଟ୍ରାଇକ୍‌ ବଢ଼ାଉଛି ସଂକଟ

    0
    234

    ନୂଆଦିଲ୍ଲୀ: ଦକ୍ଷିଣ ଏସିଆର ଅନ୍ୟ ଦୁଇଟି ରାଷ୍ଟ୍ର ପାକିସ୍ତାନ ଓ ଇରାନ ମଧ୍ୟରେ କିଛି ଦିନ ହେଲା ଲଢ଼େଇ ତୀବ୍ର ଦେଖିବାକୁ ମିଳିଛି। ଇରାନ ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ପାକିସ୍ତାନ ଗଣମାଧ୍ୟମ ଦାବି କରିଛି ଯେ, ଇରାନର ଆତଙ୍କବାଦୀ ଶିବିର ଉପରେ ପାକିସ୍ତାନ ମଧ୍ୟ ଆକ୍ରମଣ କରିଛି। ଏହି ଆକ୍ରମଣ କେଉଁଠି କରାଯାଇଛି, ଏନେଇ କୌଣସି ଖବର ଗଣମାଧ୍ୟମରେ ପ୍ରଚାର କରାଯାଇ ନାହିଁ। ଅନ୍ୟପଟରେ ଇରାନ ପକ୍ଷରୁ ମଧ୍ୟ ଏହି ଆକ୍ରମଣ ଉପରେ କୌଣସି ସରକାରୀ ବିବୃତି ଜାରି କରାଯାଇ ନାହିଁ।

    ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାର ଇରାନରେ ବିଏଲଏ ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଆକ୍ରମଣ ହୋଇଛି। ଇରାନ ଭିତରେ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍‌ଏ) ବେଲୁଚିସ୍ତାନ ଲିବରେସନ ଫୋର୍ସ (ବିଏଲ୍‌ଏଫ୍‌) ଭଳି ବେଲୁଚ ବିଚ୍ଛିନ୍ନତାବାଦୀ ଉଗ୍ରବାଦୀ ସଂଗଠନ ସକ୍ରିୟ ଅଛନ୍ତି, ଯାହାକି ପାକିସ୍ତାନ ବିରୋଧୀ ଗତିବିଧିକୁ ସକ୍ରିୟ କରିଥାଏ। ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟ ଓ ବେଲୁଚିସ୍ତାନ ଲିବରେସନ ଆର୍ମି ମିଶି ଇରାନରେ ପାକିସ୍ତାନ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଆକ୍ରମଣ କରୁଛନ୍ତି। ଏଭଳି ସଂଗଠନକୁ ଆଶ୍ରୟ ଦେଇ ତାର ସହଯୋଗ କରାଯାଉଛି। ଅନ୍ୟପଟରେ ପାକିସ୍ତାନର ଦାବିକୁ ଇରାନ ସବୁବେଳେ ଖଣ୍ଡନ କରୁଛି।

    ଖଣିଜ ସଂପଦରେ ପରିପୂର୍ଣ୍ଣ ବେଲୁଚିସ୍ତାନ

    ଅସଲ କଥା ହେଲା ଯେ, ବେଲୁଚିସ୍ତାନର ସୀମା ଆଫଗାନିସ୍ତାନ ତଥା ପଶ୍ଚିମରେ ଇରାନକୁ ଛୁଇଁଛି। ବେଲୁଚିସ୍ତାନ ହେଉଛି ଖଣିଜ ସଂପଦରେ ପରିପୂର୍ଣ୍ଣ ରାଜ୍ୟ। ତେଣୁ ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହୁଁଛି। ନିଜ ଅଞ୍ଚଳରେ ଥିବା ଗୁରୁତ୍ବପୂର୍ଣ୍ଣ ଖଣି ଖନନକୁ ବିରୋଧ କରିଥାଏ। ପାକିସ୍ତାନ ପୂର୍ବରୁ ଏଠାରୁ ଖଣି ଖନନ କରୁଥିଲା ବେଳେ ପରେ ଖଣି ଖୋଳିବା ପାଇଁ ଚୀନକୁ ଅନୁମତି ଦେଇଥିଲା। ସେହି ଦିନଠାରୁ ବେଲୁଚବାସୀ ପାକିସ୍ତାନକୁ ବିରୋଧ କରି ଆସୁଛନ୍ତି। ଏହି ବିରୋଧ କାରଣରୁ ବିଏଲ୍‌ଏ ଓ ବିଏଲ୍‌ଏଫ୍‌ ଭଳି ସଂଗଠନ ପାକିସ୍ତାନ ଭଳି ସେନା ତଥା ଚୀନ ସେନାକୁ ଟାର୍ଗେଟ କରୁଛନ୍ତି।

    ଏୟାର ଷ୍ଟ୍ରାଇକ୍‌ରେ ୨ ଶିଶୁ ମୃତ

    ଇରାନ ଉପରେ ପାକିସ୍ତାନ ଏୟାର ଷ୍ଟ୍ରାଇକ୍‌ କରିବା ପଛରେ କାରଣ ରହିଛି। କିଛି ଦିନ ପୂର୍ବରୁ ପାକିସ୍ତାନରେ ପରିଚାଳିତ ଆତଙ୍କବାଦୀ ସଂଗଠନ ଉପରେ ଇରାନ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏଥିରେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ତିନି ଜଣ ଆହତ ହୋଇଥିଲେ। ପାକିସ୍ତାନ ନିଜର ଆକାଶ ସୀମା ଉଲ୍ଲଂଘନ ନେଇ ତୀବ୍ର ନିନ୍ଦା କରିବାକୁ ଯାଇ କହିଥିଲା ଯେ, ଈରାନର ପ୍ରଭାରୀ ରାଜଦୂତକୁ ବିଦେଶ ମନ୍ତ୍ରାଳୟରେ ଅବଗତ କରିଥିଲା। ପାକିସ୍ତାନୀ ବିଦେଶ କାର୍ଯ୍ୟାଳୟ ବୟାନରେ କହିଥିଲା ଯେ, ଏହି କାମ ଏହାର ଆକାଶ ସୀମା ଅକାରଣ ଉଲ୍ଲଂଘନ। ଏହା ପରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜଣେ ଇରାନୀ ସେନା ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରିଦେଇଥିଲେ।

    ଉଭୟ ଦେଶର ଚେତାବନୀ

    ଇରାନ କ୍ରମାଗତ ଭାବେ ଚେତାବନୀ ଦେଉଛି ଯେ, ଜୈଶ-ଉଲ-ଅଦଲ ଆତଙ୍କବାଦୀ ସମୂହ ନିଜର ସୁରକ୍ଷାବଳ ଉପରେ ଆକ୍ରମଣ କରିବା ଲାଗି ପାକିସ୍ତାନର ଭୂଭାଗ ବ୍ୟବହାର କରୁଛି। ବେଲୁଚିସ୍ତାନର ସୀମାବର୍ତ୍ତୀ ସହର ପଂଜଗୁରରେ ଏହାର ଶିବିର ପରିଚାଳିତ ହେଉଛି। ଅନ୍ୟପଟରେ ପାକିସ୍ତାନ କହିଛି, ବିଦେଶ ମନ୍ତ୍ରାଳୟ ସଂବନ୍ଧିତ ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ଏହାକୁ ନେଇ ପୂର୍ବରୁ ବିରୋଧ କରାଯାଇଛି।

    ପାକିସ୍ତାନ-ଇରାନରେ ସଂକଟ

    ବେଲୁଚିସ୍ତାନର ଇରାନରେ ଏୟାର ଷ୍ଟ୍ରାଇକ୍‌ ପରେ ଉଭୟ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି। ଏହି ଆକ୍ରମଣ ପରେ ଇରାନ ଓ ପାକିସ୍ତାନରେ ରାଷ୍ଟ୍ରଦୂତ ସଂକଟ ଦେଖାଯାଇଛି। ପାକିସ୍ତାନ ବୁଧବାର ଇରାନ ରାଷ୍ଟ୍ରଦୂତଙ୍କୁ ନିଜ ଦେଶରୁ ବାହାର କରିଦେଇଛି। ସେହିପରି ତେହରାନରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରି ଆସିବା ପାଇଁ କହିଛି। ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମୁମତାଜ ଜହରା ବଲୁଚ କହିଛନ୍ତି, ଇରାନରୁ ପାକିସ୍ତାନ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଏଥି ସହିତ ଇରାନ ରାଷ୍ଟ୍ରଦୂତଙ୍କୁ ବାହାର କରିଦେଇଛି।  

    LEAVE A REPLY

    Please enter your comment!
    Please enter your name here