ଡିଜିଟାଲ୍‌ ପ୍ଲାଟଫର୍ମରେ ରାବଣ ପୋଡ଼ି କାର୍ଯ୍ୟକ୍ରମ

    0
    423

    ଭୁବନେଶ୍ୱର: ସମୟ ବଦଳିଛି। ଆଧୁନିକ ସଭ୍ୟତା ଅତ୍ୟାଧୁନିକତାରେ ରୂପାନ୍ତରିତ ହୋଇଛି। ପ୍ରକୃତି ଯେମିତି ବଦଳୁଛି, ଏହାର ମୁକାବିଲା ପାଇଁ ମନୁଷ୍ୟ ସମାଜ ମଧ୍ୟ ଗୋଟିଏ ପରେ ଗୋଟିଏ ଅଭିନବ ଚିନ୍ତା କରୁଛି। ଏହି ଅଭିନବ ଚିନ୍ତାରୁ ଡିଜିଟାଲ ମାଧ୍ୟମର ଆବିଷ୍କାର ହୋଇଛି। ସାଂପ୍ରତିକ ସମୟରେ ଡିଜିଟାଲ ମାଧ୍ୟମ ମଣିଷ ଜୀବନ ସହିତ ଏତେ ଘନିଷ୍ଠ ହୋଇଯାଇଛି ଯେ, ଏହାର ବିନା ଚଳିବା ବହୁ କଷ୍ଟକର ହୋଇଯାଇଛି। ଘରୁ ପଦାକୁ ବାହାରିବା ମାତେ ଚାରିଆଡ଼େ ଡିଜିଟାଲ ବ୍ୟବସ୍ଥା। ଅନ୍ୟପଟରେ ଘରେ ଥାଇ ମଧ୍ୟ ଡିଜିଟାଲ ମାଧ୍ୟମରୁ ଅନେକ ଉପକାର ମିଳିପାରୁଛି। ମଣିଷର ବହୁ ମୂଲ୍ୟର ସମୟ ବଂଚିଯାଉଥିବା ବେଳେ ପରିବହନ ପାଇଁ ମଧ୍ୟ ଖର୍ଚ୍ଚ କମ୍‌ ହୋଇଯାଉଛି।  

    ଡିଜିଟାଲ ବ୍ୟବସ୍ଥାକୁ ପ୍ରଥମେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ବେଳେ ଏବେ ଏହା ଅନ୍ୟ ଦୈନନ୍ଦିନ ଜୀବନ ସହିତ ଜଡ଼ିତ ହୋଇଯାଇଛି। ଆଉ କରୋନା ଭାଇରସ ମହାମାରୀ ସମୟରେ ଡିଜିଟାଲ ପ୍ଲାଟଫର୍ମ ଆହୁରି ଅଧିକ ବ୍ୟାପକ ରୂପ ନେଇଛି। ସଭା, ସମିତି, ବୈଠକ, ଶିକ୍ଷାଦାନ, ସାମାଜିକ, ରାଜନୈତିକ ସମାବେଶ, ପୂଜା, ପର୍ବ ଆଦି ସବୁ ଡିଜିଟାଲ ପ୍ଲାଟଫର୍ମରେ ସାମିଲ ହେଉଛି। ଚଳିତ ବର୍ଷ ଦେଶର ଅନେକ ସ୍ଥାନରେ ରାବଣ ପୋଡ଼ି ମଧ୍ୟ ଡିଜିଟାଲ ମାଧ୍ୟମରେ ଆୟୋଜନ କରାଯାଇଛି। ପୂର୍ବରୁ ଡିଜିଟାଲ ଦୀପାବଳି ପାଳନ ହୋଇସାରିଛି।

    ରାମଲୀଳା ନାକଟ ମଂଚସ୍ଥ ବାତିଲ

    କରୋନା ଭାଇରସ୍‌ କାରଣରୁ ଚଳିତ ଥର ରାମଲୀଲା କେବର ପରଂପରା ବଂଚାଇବାକୁ ଉଦ୍ୟମ ହୋଇଛି। କାରଣ ଚଳିତ ଥର କୌଣସି ରାମଲୀଳା ପଡ଼ିଆରେ ନାଟକ ମଂଚସ୍ଥ ହୋଇପାରି ନାହିଁ। ବିଜୟା ଦଶମୀରେ ଯଦିଓ ରାବଣ ଦହନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ତାହା ପୁଣି ପ୍ରତିକାତ୍ମକ ଭାବରେ। ଦଶରହରାର ଅନ୍ୟତମ ଆକର୍ଷଣ ହେଉଛି ରାବଣ ଦହନ। ଦେଶର କିଛି ସ୍ଥାନରେ ଶହେ ଫୁଟରୁ ଅଧିକ ଉଚ୍ଚତାର ରାବଣର କୁଶପୁତ୍ତଳିକା ପ୍ରସ୍ତୁତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ଉଚ୍ଚତା କମ କରି ଦିଆଯାଇଛି। ରାବଣ ସହିତ କୁମ୍ଭକର୍ଣ୍ଣ ଓ ମେଘନାଦର କୁଶପୁତ୍ତଳିକାର ଉଚ୍ଚତା ମଧ୍ୟ କମ୍‌ କରିଦିଆଯାଇଛି।

    ଏଲଇଡି ସ୍କ୍ରିନ୍‌ରେ ରାବଣ ଦହନ

    ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ରାମଲୀଳାର ପାଖାପାଖି ୨ ଶହ ବର୍ଷର ଇତିହାସରେ ପ୍ରଥମ ଥର ଭର୍ଚୁଆଲ ଦଶହରା ପାଳନ କରାଯାଇଛି। କେଉଁଠି ବିଶାଳ ସ୍କ୍ରିନରେ ରାବଣର ପ୍ରତିମା ଡିଜିଟାଲ ମାଧ୍ୟମରେ ରାବଣ ଦହନର ଆୟୋଜନ ହୋଇଛି ତ ଅନ୍ୟ କେଉଁଠି ପୂର୍ବ ଭଳି କାର୍ଯ୍ୟ ହେଉଛି। କିନ୍ତୁ ଭର୍ଚୁଆଲ ମାଧ୍ୟମରେ ରାବଣ ପୋଡ଼ିରେ ସବୁଠାରୁ ବଡ଼ କଥା ହେଲା ଯେ, ଫୋଟକା ଫୁଟିବ। ଏଲ୍‌ଇଡି ସ୍କ୍ରିନରେ ରାବଣ ଜଳୁଥିବାର ଦୃଶ୍ୟ ଦେଖାଯିବ। ବାଣ ଓ ଫୋଟକା ଦୃଶ୍ୟ ଓ ଶବ୍ଦ ମଧ୍ୟ ଲୋକେ ଦେଖିପାରିବେ।  

    ଦଶହରାର ଅନ୍ୟତମ ଆକର୍ଷଣ ରାବଣ ଦହନ

    ପୁରାଣର କଥାବସ୍ତୁ ଅନୁସାରେ ଲଙ୍କାର ରାଜା ରାବଣ ମାୟା ରୂପ ଧାରଣ କରି ଦେବୀ ସୀତାଙ୍କୁ ଚୋରି କରି ନେଇଥିଲା। ସୀତାଙ୍କୁ ଫେରାଇ ଆଣିବା ପାଇଁ ଭଗବାନ ରାମଙ୍କୁ ବହୁ ସଂଘର୍ଷ କରିଥିଲା। ବାନରସେନା ଓ ହନୁମାନଙ୍କ ସହାୟତାରେ ତଥା ଦୁର୍ଗାଙ୍କ ଆଶୀର୍ବାଦରେ ପ୍ରଭୁ ରାମଚନ୍ଦ୍ର ବିଜୟା ଦଶମୀ ତିଥିରେ ରାବଣକୁ ବଦ୍ଧ କରିଥିଲେ। ତ୍ରେତୟା ଯୁଗର ଏହି ଐତିହାସିକ ଦିନକୁ ସ୍ମରଣ କରି ଦେଶରେ ବିଜୟା ଦଶମୀ ଦିନା ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି।  

    LEAVE A REPLY

    Please enter your comment!
    Please enter your name here