ଖୁବ୍ ଶୀଘ୍ର ଯୁକ୍ତ ୨ଆଡ୍‌ମିସନ ପାଇଁ ଶିକ୍ଷକଙ୍କୁ ତାଲିମ

    0
    664

    ଭୁବନେଶ୍ୱର: ଯୁକ୍ତ ୨ ଆଡ୍‌ମିସନ ସଂକ୍ରାନ୍ତରେ ୪ ତାରିଖରୁ ଶିକ୍ଷକମାନଙ୍କୁ ଅନ୍‌ଲାଇନ୍‌ ତାଲିମ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସରକାର ଯୁକ୍ତ ୨ ଆଡ୍‌ମିସନ ନିମନ୍ତେ ଖୁବ୍‌ ଶୀଘ୍ର ତାରିଖ ଘୋଷଣା କରିବେ। ତାଲିମପ୍ରାପ୍ତ ଶିକ୍ଷକମାନେ ଏହି ଅନ୍‌ଲାଇନ୍‌ ନାମଲେଖାକୁ ଯେଭଳି ସୁରୁଖୁରୁରେ ସଂଚାଳନ କରିପାରିବେ ସେଥିପାଇଁ ଏହି ତାଲିମ ଉଦ୍ଦିଷ୍ଟ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

    ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ଟି ଯୁକ୍ତ ୨ ମହାବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷା କଲେଜର ଶିକ୍ଷକଙ୍କୁ ଅନ୍‌ଲାଇନ୍‌ ତାଲିମ ପ୍ରଦାନ କରାଯିବ। ୧୦୧ ସ୍କୁଲରୁ ୨ ଜଣ ଲେଖାଏଁ, ଯୁକ୍ତ ୨ ଓ ଶିକ୍ଷକ ଶିକ୍ଷା କଲେଜ୍‌ରୁ ଜଣେ ଲେଖାଏଁ ଶିକ୍ଷକ ଏଥିରେ ଅଂଶଗ୍ରହଣ କରିବେ। ଏହି ତାଲିମ ଦିନକୁ ୨ ଘଣ୍ଟା ଲେଖାଏଁ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୪ ତାରିଖରୁ ୫ ଦିନ ଧରି ତାଲିମ ଦିଆଯିବ। ଏହି ତାଲିମ ସମୟରେ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନହେବ, ସେଥିଲାଗି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

    LEAVE A REPLY

    Please enter your comment!
    Please enter your name here