କଳାହାଣ୍ଡିରୁ ବିଏସ୍ଏନ୍ଏଲ୍ ୪ଜି ହଟେଇବାକୁ ଚକ୍ରାନ୍ତ ଘଟଣା ରାଜ୍ୟସଭା ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ ସାଂସଦ ସୁଜିତ କୁମାର

0
1257

ଭବାନୀପାଟଣା: ନୀତିଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୦ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଭାରତ ସଞ୍ଚାର ନିଗମ ଲିମିଟେଡ଼ ଦ୍ୱାରା ସ୍ୱଳ୍ପ ଡାଟା ବ୍ୟବହାର ହେଉଥିବା ଦର୍ଶାଇ ୧୭ଟି ସ୍ଥାନରୁ ୪ଜି ସେବା ପ୍ରତ୍ୟାହାର କରିନେବାକୁ ନିଷ୍ପତି ନିଆଯାଇଛି। ଏହାର ପ୍ରତିବାଦରେ ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇଥିଲେ।୧୭ ଟି ସ୍ଥାନରୁ ଉପକରଣ ହଟାଇ ନିଆଯାଇ ସେଠାରେ ୪ଜି ସେବା ବଦଳରେ ଗ୍ରାହକ ୨ଜି ସେବା ଉପଲବ୍ଧ ହେବ। ଏହା ଫଳରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଆମପାଣି, ବେହେରା, ବିଜମରା, ଚିଚୈଗୁଡା, ଚିଲିଗୁଡା, ଗୋଲାମୁଣ୍ଡା, ଘୁଗୁରପଲା, ହାତିବନ୍ଧା, ଜାରିଙ୍ଗ, କାଉଡୋଲା, କୁଲିଆବନ୍ଧ,ଲଡୁଗାଁ, ମହିଚଲା, ମୋଟେର, ପାଷ୍ଟିକୁଡି, ସରବଙ୍ଗ, ତରବୋଡ଼, ଥୁଆପଦର ଆଦି ଅଞ୍ଚଳରେ ନେଟୱାର୍କ ପ୍ରଭାବିତ ହେବ। 

ବର୍ତ୍ତମାନ ପୁରୁଣା ବେଟେରୀ ଗୁଡିକରେ ହିଁ ଉକ୍ତ ନେଟୱର୍କ ସବୁ ସଂଚାଳିତ ହେବା ଯୋଗୁଁ ଆବଶ୍ୟକ ମୁତାବକ ସେବା ମିଳିପାରୁନାହିଁ। ଏହି ବେଟେରୀ ବଦଳରେ ଜେନେରେଟର ସବୁ କିଣାଯାଇ ନେଟୱର୍କର ସୁବିତରଣ ଦିଗରେ ଦୃଷ୍ଟି ଦେଲେ ବେଶୀ ଡାଟା ବ୍ୟବହାର ହେବା ସହ ସେହି ଅଂଚଳମାନଙ୍କର ଲୋକେ ଉପକୃତ ହେବେ।

ଏହାର ପ୍ରତିବାଦରେ ରାଜ୍ୟସଭା ସାଂସଦ ସୁଜିତ କୁମାର କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଲିଖିତ ଅଭିଯୋଗ କରି ଏହାର ପୁନର୍ବିଚାର ପାଇଁ ଚିଠି ଲେଖିଥିଲେ। ଆଜି ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରେ ଶୁନ୍ୟକାଳରେ ଏହାର ପୁନରବିଚାର ପାଇଁ ଦାବି ଉପସ୍ଥାପନ କରିଥିଲେ। 

LEAVE A REPLY

Please enter your comment!
Please enter your name here