ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ 

0
217

ରେଢ଼ାଖୋଲ (ମହାବୀର ସିଂ ଦେଓ): ରେଢ଼ାଖୋଲ ସାରସ୍ବତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ  ମହାଆଡମ୍ବର ସହିତ ପାଳନ ହୋଇ ଯାଇଛି।  ଏହି ଉତ୍ସବରେ ମୁଖ୍ୟ ଅତିଥି ମାଧପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର  ମାହାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।  ପରିଚାଳନା ସମିତିର କୋଷାଧକ୍ଷ ସୌମ୍ୟ ରଞ୍ଜନ ପ୍ରଧାନ ଓ  ସୋନାଲି ରାୟ ଉପସ୍ଥିତ ଥିଲେ।  ବିଦ୍ୟାଳୟର ପ୍ରାୟ ୧୦୦ ଜଣ ଶିଶୁ ଭାଇ ଭଉଣୀ ଶ୍ରୀକୃଷ୍ଣ ଓ ରାଧାବେଶରେ ରାଜବାଟୀଠାରୁ ବାହାରି ନଗର ପରିକ୍ରମା କରିଥିଲେ। ବିଦ୍ୟାଳୟର  ପ୍ରଧାନଆଚାର୍ଯ୍ୟ ଦୀନବନ୍ଧୁ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟ କ୍ରମ ହୋଇଥିଲା। ପଦ୍ମିନୀ ଗୁରୁମା ସଂଯୋଜନା କରିଥିବା ବେଳେ  ଅନିତା ଗୁରୁମା ବିନୋଦିନୀ ଗୁରୁମା, ପଦ୍ମିନୀ ଗୁରୁମା ସହଯୋଗ କରିଥିଲେ। ଭାଗ୍ୟସେନୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here