ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ 

0
256

ରେଢ଼ାଖୋଲ (ମହାବୀର ସିଂ ଦେଓ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରାଣୀ ଅନ୍ନପୂର୍ଣ୍ଣା ବାଳିକା ବିଦ୍ୟାଳୟରେ ରେଢ଼ାଖୋଲ ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟାର ଏକ ବୈଠକ ହୋଇଥିଲା। ସମ୍ବଲପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶତ୍ରୁଘନ ସ୍ୱାଇଁଙ୍କ ସଭାପତିତ୍ୱରେ  ଅନୁଷ୍ଠିତ ବୈଠକରେ ଜିଲ୍ଲା ସମ୍ପାଦକ ହରିନାରାୟଣ ପଣ୍ଡା,  ସହ ସମ୍ପାଦକ ବିଶ୍ଵାମିତ୍ର ଦୀପ, ବିଭୁତିଭଭୂଷଣ ଚାନ୍ଦ,  ଖିରୋଦ ପଣ୍ଡା, ଅରୁଣ ପ୍ରଧାନ,  ବ୍ଲକ ସମ୍ପାଦକ ବିଜୟନନ୍ଦ ପ୍ରଧାନ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।  ଏ ଅବସରରେ ସଂଘର ନୂତନ କର୍ମକnର୍ତ୍ତା ଚୟନ କରାଯାଇଥିଲା। ଏଥିରେ କୈଳାସଚନ୍ଦ୍ର ବେହେରା ସଭାପତି, ଶଙ୍କର୍ଷଣ  ପ୍ରଧାନ ଓ ସରିତା ନନ୍ଦ ଉପସଭାପତି, ବିଜୟାନନ୍ଦ ପ୍ରଧାନ ସମ୍ପାଦକ, ଅଶୋକ ପ୍ରଧାନ ବୈଷ୍ଣବ ପ୍ରଧାନ ଓ ଦୀପ୍ତିବାଳା ମିଞ୍ଜଙ୍କୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା।  ରାଜ୍ୟ ପରିଷଦ ସଭ୍ୟ ଭାବେ ବିନୋଦ ବିହାରୀ ବେହେରା, ନାରାୟଣ ପ୍ରଧାନ,  ଜିଲ୍ଲା ପରିଷଦ ସଭ୍ୟ ସଦାନନ୍ଦ ପ୍ରଧାନ, ଜଗନ୍ନାଥ ପ୍ରଧାନ ଓ କାନ୍ଦର୍ପ ବାରିକଙ୍କୁ ମନୋନୀତ କରାଯାଇଥିଲା। ଈଶ୍ୱର ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here