ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଆକ୍ରମଣ

    0
    418

    ଭୁବନେଶ୍ବର: ଆଜିକାଲିର ସମୟଟା ଏହିଭଳି ଏକ ପରିସ୍ଥିତିରେ ପହଞ୍ଚିଛି ଯେ, ଜଣେ ଛାତ୍ରୀ ହୁଅନ୍ତୁ କି ନାବାଳିକା ହୁଅନ୍ତୁ ଏକାକୀ ବାହାରକୁ ଯିବା ଆଦୌ ସୁରକ୍ଷିତ ମଣିବେ ନାହିଁ। ସେହିଭଳି ମହିଳା ହୁଅନ୍ତୁ ଅଥବା ଯୁବତୀ ହୁଅନ୍ତୁ ଯଦି ତାଙ୍କୁ ସୁରକ୍ଷା ଦେବା ପାଇଁ ଲୋକବଳ ନ ଥାନ୍ତି, ତା’ହେଲେ ବାହାରେ ଦୁର୍ବୃତ୍ତଙ୍କ ନଜର ପଡ଼ିବା ଆଶଙ୍କା ରହୁଛି। ପାର୍କ, ରେଷ୍ଟୁରାଣ୍ଟ, ସପିଂମଲରେ ଜନସାଧାରଣ ଥିଲେ, ମଧ୍ୟ ହିଂସାକାରୀମାନେ କାହାରିକୁ ଭୃକ୍ଷେପକ କରିବେ ନାହିଁ। ଏହି ଅଳ୍ପ କିଛି ଦିନ ମଧ୍ୟରେ ଉତ୍ତର ପ୍ରଦେଶ ଓ ଗୁରୁଗ୍ରାମରେ ଏଭଳି ଅଘଟଣ ଘଟିଛି, ଯାହାକି ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହୋଇଛି।  

    ପୁରୁଷ ବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଅଶ୍ଲୀଳ ଇଂଗିତ

    ଉତ୍ତର ପ୍ରଦେଶର ହମୀରପୁରରେ ଗତ ୧୬ ତାରିଖରେ ଜଣେ ଯୁବତୀଙ୍କୁ ନିର୍ବସ୍ତ୍ର କରି ନିସ୍ତୁକ ମାଡ଼ ମରାଯାଇଛି। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ଥିଲେ ମଧ୍ୟ ଅନ୍ୟ ୬ ଜଣ ଯୁବକ କାହାରି କଥା ଶୁଣି ନଥିଲେ। ଯୁବତୀ ଜଣକ ଦୁର୍ବୃତ୍ତମାନଙ୍କ ଠାରୁ ଜୀବନ ରକ୍ଷା କରିବା ପାଇଁ  ଯେତେ କାକୁତିମୀନତି ହେଲେ ବି କେହି ଶୁଣୁ ନଥିଲେ। ଆଖି ଆଗରେ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିଚାଲିଥିଲେ। ଯୁବତୀ ଜଣକ ନଜ ପ୍ରେମିକଙ୍କ ସହିତ ସହରର ସିଟି ଫରେଷ୍ଟରେ ବୁଲିବାକୁ ଯାଇଥିଲେ । ସେହି ସମୟରେ ଘଟଣାସ୍ଥଳକୁ ୬ ଜଣ ଯୁବକ ପହଞ୍ଚିଥିଲେ। ଯୁବତୀଙ୍କୁ ନିର୍ବସ୍ତ୍ର କରିଦେଇଥିଲେ ଓ ଅଶ୍ଲୀଳତା କରିଥିଲେ। ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭକ କରିଦେଇଛି ।

    ପବ୍‌ରେ ଯୁବତୀଙ୍କୁ ଆକ୍ରମଣ

    ସେହିପରି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମର ଚଳିତ ମାସ ଏକ ପବ୍‌ରେ ଜଣେ ଯୁବତୀ ସାଙ୍ଗମାନଙ୍କ ସହିତ ପାର୍ଟି କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଗୁରୁଗ୍ରାମର କାଂସା ଡାଞ୍ଜାରେ ଥିବା ପବ୍ ବାରରେ ଯୁବତୀ ନିଜର ସାଙ୍ଗମାନଙ୍କ ସହିତ ପାର୍ଟି କରିବାକୁ ଯାଇଥିଲେ । ପବ୍‌ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବାଉନସରମାନେ ଯୁବତୀଙ୍କୁ ଅଶ୍ଲୀଳ କଥା କହିଥିଲେ । ଏଥି ସହିତ ତାଙ୍କୁ ଅସଦାଚରଣ କରିଥିଲେ । ଯୁବତୀଙ୍କ ସାଙ୍ଗ କୌଣସି କଂପାନୀର ମ୍ୟାନେଜର ଥିଲେ । ସେ ଅସଦାଚରଣର ବିରୋଧ କରିଥିଲେ । ବାଉନସର ଓ ଯୁବକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଏହାରି ମଧ୍ୟରେ ପର୍ବର ପ୍ରାୟ ୬ ଜଣ ଯୁବକଙ୍କୁ ମାଡ଼ ମାରିଥିଲେ । ଯୁବତୀଙ୍କୁ ବଞ୍ଚାଇବା ପାଇଁ ଯେତେବେଳେ ଯୁବକ ଜଣକ ଗଲେ, ସେ ଆକ୍ରୋଶର ଶିକାର ହୋଇଥିଲେ ।

    ଝିଅର ସାଙ୍ଗକୁ ବାପାଙ୍କ ବିବାହ ପ୍ରସ୍ତାବ

    ଯୁବତୀଙ୍କୁ ଟାର୍ଗେଟ କରାଯିବା ଏବଂ ସେମାନଙ୍କ ଉପରେ ଅଭଦ୍ର ଆଚରଣ କରିବା ଘଟଣା କେବଳ ଭାରତରେ ଦେଖାଯାଉନାହିଁ। ବରଂ ବିଦେଶରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳୁଛି। ପଡୋଶୀ ପାକିସ୍ତାନର ପଂଜାବରେ ଜଣେ କଲେଜ ଛାତ୍ରୀ ନିଜ ସାଙ୍ଗର ପିତାଙ୍କୁ ବିବାହ ମନା କରିବା ପରେ ଉତ୍ପୀଡନ ଓ ଯୌନ ଶୋଷଣର ଶିକାର ହୋଇଛନ୍ତି। ବିବାହ ପ୍ରସ୍ତାବକୁ ମନା କରିବାରୁ ସାଙ୍ଗର ପିତା ଅନ୍ୟମାନଙ୍କ ସହ ମିଶି ଛାତ୍ରୀଙ୍କ ମୁଣ୍ଡର କେଶ କାଟିଛି। ହତ୍ୟା ଧମକ ଦେବା ସହିତ ୧୦ ଲକ୍ଷ ଟଙ୍କା ଦାବି କରିଛି। ଦାବି ପୂରା ନ ହେଲେ ଉତ୍ପୀଡନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବ ବୋଲି କହିଛି। ପୀଡିତା ନିଜ ବୃଦ୍ଧା ମା’ଙ୍କ ସହିତ ରହୁଥିଲେ।  ତାଙ୍କର ୨ ଭାଇ ବ୍ରିଟେନ ଓ ଅଷ୍ଟ୍ରେଲିଆରେ ରହୁଛନ୍ତି। ୫ମ ବର୍ଷର ମେଡିକାଲ ଛାତ୍ରୀକୁ ଅପହରଣ, ଉତ୍ପୀଡନ, ବଳପୂର୍ବକ ଯୌନ ଶୋଷଣ ନେଇ ୧୫ ଜଣ ସନ୍ଦିଗ୍ଧଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ।

    LEAVE A REPLY

    Please enter your comment!
    Please enter your name here