ପ୍ରକାଶ ପାଇଲା ଯୁକ୍ତ-୨ ବିଜ୍ଞାନ ପରୀକ୍ଷା ଫଳ

    0
    794

    ପାସ୍‌ ହାର ୭୦.୨୧ ପ୍ରତିଶତ

    ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର ଦ୍ୱାରା ପରିଚାଳିତ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ପ୍ରକାଶିତ ହୋଇଛି। ଚଳିତ ବର୍ଷ ରାଜ୍ୟରେ ମୋଟ୍‌ ୯୭ ହଜାର ୩୭୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୮ ହଜାର ୩୭୪ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ ହାର ଶତକଡ଼ା ୭୦.୨୧ ପ୍ରତିଶତ ରହିଛି। ୫୬ ହଜାର ୩୩ ଜଣ ଛାତ୍ରଙ୍କ ମଧ୍ୟରୁ ୩୮ ହଜାର ୩୦୧ ଜଣ ପାସ କରିଥିବା ବେଳେ ୪୧ ହଜାର ୩୪୪ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୦ ହଜାର ୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରମାନଙ୍କ ପାସହାର ଶତକଡ଼ା ୬୮.୪ ହୋଇଥିବା ବେଳେ ଛାତ୍ରୀମାନଙ୍କ ପାସ ହାର ଶତକଡ଼ା ୭୨.୭ ରହିଛି। ପ୍ରଥମ ଶ୍ରେଣୀରେ ପାସ ହାର ଶତକଡ଼ା ୨୬ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ଶତକଡ଼ା ୨୪.୮ ଏବଂ ତୃତୀୟ ଶ୍ରେଣୀରେ ଶତକଡ଼ା ୧୯ ବିଦ୍ୟାର୍ଥୀ ପାସ କରିଛନ୍ତି।

    ପ୍ରକାଶ ଥାଉ କି, ନୟାଗଡ଼ ଜିଲ୍ଲାର ପାସହାର ସର୍ବାଧିକ ୮୬.୫୧ ପ୍ରତିଶତ ରହିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାର ପାସହାର ସର୍ବନିମ୍ନ ୪୦.୭୧ ପ୍ରତିଶତ ରହିଛି। ରାଜ୍ୟର ୧୩୭ ଜଣ ଛାତ୍ରଛାତ୍ରୀ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଛନ୍ତି। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚବି ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭୂପିନ୍ଦର ସିଂ ପୁନିଆ, ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ବୃନ୍ଦାବନ ଶତପଥୀ, ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

    LEAVE A REPLY

    Please enter your comment!
    Please enter your name here